ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଗୋପାଳପୁର ଅଞ୍ଚଳ ଜୟ ଶ୍ରୀ ରାମ ଧ୍ୱନୀରେ କମ୍ପିଲା

ଗୋପାଳପୁର ୨୨/୧/୨୪ ଅଯୋଧ୍ୟାରେ ଆଜି ପ୍ରଭୁ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ଗୋପାଳପୁର ଅଞ୍ଚଳରେ ବହୁ ରାମ ଭକ୍ତ ସ୍ଥାନୀୟ ନାରାୟଣ ପିର ସ୍ଥିତ ରାମ ମନ୍ଦିରରେ ବହୁ ଭକ୍ତ ରାମଙ୍କ ଦର୍ଶନ କରିବା ସହ ଦୀପ ଧୂପ ଦେଇ ପାଳନ କରିଥିଲେ । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରବଚକ ମହେନ୍ଦ୍ର ପଟ୍ଟନାୟକ ରାମ ଚରିତ ମାନସ ଉପରେ ପ୍ରବଚନ ପ୍ରଦାନ କରିଥିଲେ ଏହି ଅବସରରେ ଗୋପାଳପୁରରେ […] The post ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଗୋପାଳପୁର ଅଞ୍ଚଳ ଜୟ ଶ୍ରୀ ରାମ ଧ୍ୱନୀରେ କମ୍ପିଲା appeared first on Odisha.News.

ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଗୋପାଳପୁର ଅଞ୍ଚଳ ଜୟ ଶ୍ରୀ ରାମ ଧ୍ୱନୀରେ କମ୍ପିଲା

ଗୋପାଳପୁର ୨୨/୧/୨୪
ଅଯୋଧ୍ୟାରେ ଆଜି ପ୍ରଭୁ ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ପ୍ରତିଷ୍ଠା ଉତ୍ସବ ଅବସରରେ ଆଜି ଗୋପାଳପୁର ଅଞ୍ଚଳରେ ବହୁ ରାମ ଭକ୍ତ ସ୍ଥାନୀୟ ନାରାୟଣ ପିର ସ୍ଥିତ ରାମ ମନ୍ଦିରରେ ବହୁ ଭକ୍ତ ରାମଙ୍କ ଦର୍ଶନ କରିବା ସହ ଦୀପ ଧୂପ ଦେଇ ପାଳନ କରିଥିଲେ । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ପ୍ରବଚକ ମହେନ୍ଦ୍ର ପଟ୍ଟନାୟକ ରାମ ଚରିତ ମାନସ ଉପରେ ପ୍ରବଚନ ପ୍ରଦାନ କରିଥିଲେ ଏହି ଅବସରରେ ଗୋପାଳପୁରରେ ବହୁ ରାମଭକ୍ତଙ୍କ ରାମ ଲକ୍ଷ୍ମନ୍ ଭରତ ଶତ୍ରୁଘ୍ନ ସୀତା ହନୁମାନ ବେଶ ପଡ଼ି ଜୟ ଶ୍ରୀ ରାମ ନାରା ଦେଇ ଗୋପାଳପୁର ନଗର ପରିକ୍ରମା କରିଥିଲେ । ଗୋପାଳପୁରରେ ବିଭିନ୍ନ ଛକରେ ଲାଗିଥିବା ଏଲ୍ ଇଡି ଟିଭି ମାଧ୍ୟମରେ ଅଯୋଧ୍ୟାର ରୁ ସିଧା ପ୍ରସାରଣ କରାଯାଇଥିଲା । ସେହିପରି ରଙ୍ଗେଇଲୁଣ୍ଡା କରାପଲ୍ଲି ଅଞ୍ଚଳରେ ହନୁମାନ ମନ୍ଦିରରେ ଭକ୍ତ ମାନେ ଦୀପ ଲଗାଇ ପାଳନ କରିଥିଲେ । ଭଞ୍ଜବିହର ସ୍ଥିତ ରାମ ମନ୍ଦିରରେ ରାମ ଚରିତ ମାନସ ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।ମାଣ୍ଡିଆପଲ୍ଲୀ ଜଗନ୍ନାଥ ବିହାରରେ ଏକ ପଟୁଆର ବାହାରି ନଗର ପରିକ୍ରମା କରିବା ସହ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଘରେ ଘରେ କୁମ୍ଭ ଦୀପ ଜାଳି ଥିବାର ଦେଖିବାକୁ ମିଳିଥିଲା।

The post ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଗୋପାଳପୁର ଅଞ୍ଚଳ ଜୟ ଶ୍ରୀ ରାମ ଧ୍ୱନୀରେ କମ୍ପିଲା appeared first on Odisha.News.