ଲାପଟପରେ କାମ କରୁ କରୁ ବ୍ୟାଙ୍କ କର୍ମଚାରୀଙ୍କୁ ହୃଦଘାତ, ସିସିଟିଭିରେ ମୃତ୍ୟୁ ସମୟର ଦୃଶ୍ୟ କଏଦ

ବ୍ୟାଙ୍କରେ କାମ କରୁ କରୁ ଜଣେ ୩୦ ବର୍ଷୀୟ ଯୁବକଙ୍କର ହୃଦଘାତରେ ମୃତ୍ୟୁ ଘଟିଛି।

ଲାପଟପରେ କାମ କରୁ କରୁ ବ୍ୟାଙ୍କ କର୍ମଚାରୀଙ୍କୁ ହୃଦଘାତ, ସିସିଟିଭିରେ ମୃତ୍ୟୁ ସମୟର ଦୃଶ୍ୟ କଏଦ

ଯୁବପିଢିଙ୍କ ମଧ୍ୟରେ ହୃଦଘାତ ସମସ୍ୟା ଦ୍ରୁତ ଗତିରେ ବଢିଚାଲିଛି। କୌଣସି କାର୍ଯ୍ୟ କରୁଥିବା ସମୟରେ ଚାଲିଯାଉଛି ଜୀବନ। ଏପରି ଅନେକ ଭିଡିଓ ସାମ୍ନାକୁ ଆସୁଥିବା ବେଳେ ଜଣେ ବ୍ୟାଙ୍କ୍ କର୍ମଚାରୀ କାମ କରିବା ସମୟରେ ହୃଦଘାତ ରେ ଆଖି ବୁଜିଛନ୍ତି।

ସୂଚନା ଅନୁସାରେ, ମୃତ ରାଜେଶ କୁମାର ସିନ୍ଦେ ନାମକ ଜଣେ ୩୦ ବର୍ଷୀୟ ଯୁବକ HDFC ବ୍ୟାଙ୍କର ଉତ୍ତର ପ୍ରଦେଶ ମହୋବା ବ୍ରାଞ୍ଚରେ କାର୍ଯ୍ୟରତ ଥିଲେ। ସବୁଦିନ ପରି ସେ ଆଜି ମଧ୍ୟ ଅଫିସ୍ ଯାଇଥିଲେ ଆଉ ନିଜ କାର୍ଯ୍ୟ କରୁଥିଲେ।

ଲାପଟପରେ କୌଣସି କାମ କରିବା ବେଳେ ସେ ହଠାତ୍ କାମ ଛାଡ଼ି ଚୌକିରେ ମୁଣ୍ଡ ଆଉଜି ଶୋଇ ଯାଇଥିଲେ। ହେଲେ କୌଣସି ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତାଙ୍କ ଚେହେରାରେ ଭିନ୍ନତା ପରିଲକ୍ଷିତ ହୋଇଥିଲା। ନିକଟରେ ଥିବା ସହକର୍ମଚାରୀମାନେ ତୁରନ୍ତ ତାଙ୍କୁ ପାଣି ଦେବା ସହ ଆରାମ ଦେବା ପାଇଁ ଏକ ସ୍ଥାନରେ ଶୁଆଇ ଦେଇଥିଲେ।

ଏହି ଅବସ୍ଥାରେ କିଛି ସମୟ ଭିତରେ ତାଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହିପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାରୁ ହୃଦଘାତକୁ ନେଇ ସାଧାରଣରେ ଦବେଗ ପ୍ରକାଶ ପାଇଛି।