ମହାକୁମ୍ଭରେ ବୁଡ଼ ପକାଇଲେ ସୁଧା ମୁର୍ତ୍ତି: ବ୍ୟବସ୍ଥା ଦେଖି ଯୋଗୀ ଆଦିତ୍ୟନାଥଙ୍କ ଦୀର୍ଘାୟୁ କାମନା କଲେ…

ଲକ୍ଷ୍ନୌ,୨୧।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ରାଜ୍ୟ ସଭା ଏମ୍‌ପି ସୁଧା ମୂର୍ତ୍ତି ପହଞ୍ଚିଛନ୍ତି। ତିନି ଦିନ ଯାଏ ସେ ସେଠାରେ ରହିବେ। ସେହି ସମୟରେ ସେ ବୁଡ଼ ପକାଇବା ସହ ତର୍ପଣ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ଏହି ମେଳା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଥିବା ବ୍ୟବସ୍ଥାର ସେ ପ୍ରଶଂସା କରିଛନ୍ତି। ଏଏନ୍‌ଆଇକୁ ସୁଧା କହିଛନ୍ତି, ମୋର ଜେଜେବାପା, ଅଜା, ଜେଜେ ମା’, ଆଈ ଆଦି କୁମ୍ଭ ମେଳାକୁ ଆସି ପାରି ନ […] The post ମହାକୁମ୍ଭରେ ବୁଡ଼ ପକାଇଲେ ସୁଧା ମୁର୍ତ୍ତି: ବ୍ୟବସ୍ଥା ଦେଖି ଯୋଗୀ ଆଦିତ୍ୟନାଥଙ୍କ ଦୀର୍ଘାୟୁ କାମନା କଲେ… appeared first on Dharitri Odia News.

ମହାକୁମ୍ଭରେ ବୁଡ଼ ପକାଇଲେ ସୁଧା ମୁର୍ତ୍ତି: ବ୍ୟବସ୍ଥା ଦେଖି ଯୋଗୀ ଆଦିତ୍ୟନାଥଙ୍କ ଦୀର୍ଘାୟୁ କାମନା କଲେ…

ଲକ୍ଷ୍ନୌ,୨୧।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ରାଜ୍ୟ ସଭା ଏମ୍‌ପି ସୁଧା ମୂର୍ତ୍ତି ପହଞ୍ଚିଛନ୍ତି। ତିନି ଦିନ ଯାଏ ସେ ସେଠାରେ ରହିବେ। ସେହି ସମୟରେ ସେ ବୁଡ଼ ପକାଇବା ସହ ତର୍ପଣ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ଏହି ମେଳା ଲାଗି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରିଥିବା ବ୍ୟବସ୍ଥାର ସେ ପ୍ରଶଂସା କରିଛନ୍ତି।

ଏଏନ୍‌ଆଇକୁ ସୁଧା କହିଛନ୍ତି, ମୋର ଜେଜେବାପା, ଅଜା, ଜେଜେ ମା’, ଆଈ ଆଦି କୁମ୍ଭ ମେଳାକୁ ଆସି ପାରି ନ ଥିଲେ। ସେ ସମୟରେ ତାହା ସମ୍ଭବ ନ ଥିଲା। ଏଥିଲାଗି ତାଙ୍କ ନାମରେ ତର୍ପଣ କରିବା ଲାଗି ତିନି ଦିନର ବ୍ରତ ନେଇଛି। ତିନି ଦିନ ମୁଁ ସ୍ନାନ କରିବି ଏବଂ ତର୍ପଣ କରିବି। ଏଠାକାର ବ୍ୟବସ୍ଥା ଦେଖି ବହୁତ ଖୁସି ଲାଗୁଛି। ଯୋଗୀ ଆଦିତ୍ୟନାଥ ଭଲ କାମ କରିଛନ୍ତି। ମାଗଣା ସୁବିଧା ସବୁ ଦେଖି ଆନନ୍ଦିତ ହୋଇଛି। ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ।

The post ମହାକୁମ୍ଭରେ ବୁଡ଼ ପକାଇଲେ ସୁଧା ମୁର୍ତ୍ତି: ବ୍ୟବସ୍ଥା ଦେଖି ଯୋଗୀ ଆଦିତ୍ୟନାଥଙ୍କ ଦୀର୍ଘାୟୁ କାମନା କଲେ… appeared first on Dharitri Odia News.