ସରକାରୀ କାର୍ଯ୍ୟାଳୟରୁ ମିଳିଲାନି ଛୁଟି; ରାଗିଯାଇ ସହକର୍ମୀଙ୍କୁ ଛୁରୀରେ କଲେ ଆକ୍ରମଣ

କନକ ବ୍ୟୁରୋ: ଜଣେ ସରକାରୀ କର୍ମଚାରୀଙ୍କୁ ଛୁଟି ନମିଳିବାରୁ ଘଟାଇଲେ ଅଭାବନୀୟ କାଣ୍ଡ । ରାଗିଯାଇ ୪ ଜଣ ସହକର୍ମୀଙ୍କୁ କଲେ ଛୁରୀରେ ଆକ୍ରମଣ । ଖାଲି ସେତିକି ନୁହେଁ,ଆକ୍ରମଣ ପରେ ରକ୍ତ ଜୁଡୁବୁଡୁ ଛୁରି ଧରି ଏଣେ ତେଣେ ବୁଲିବାକୁ ଲାଗିଲା ଉତ୍ୟକ୍ତ ଯୁବକ ଜଣଙ୍କ ।  ଅମିତ ସରକାର..ପଶ୍ଚିମବଙ୍ଗ ସୋଦପୁର ଘୋଲାର ବାସିନ୍ଦା । ସେ ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗରେ କାର୍ୟ୍ୟ କରନ୍ତି । କିଛିଦିନ ଛୁଟି ନେଇ ଘରକୁ ଯିବାକୁ ଚାହୁଁଥିଲେ ଅମିତ । କୌଣସୀ କାରଣ ଯୋଗୁଁ ତାଙ୍କୁ ଛୁଟି ମିଳିନଥିଲା,ସେଥିପାଇଁ ତାଙ୍କ ସହକର୍ମୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । ଏହା ପରେ ଯୁବକ ଜଣକ ଉତ୍ୟକ୍ତ ହୋଇ ନିଜର ୪ ଜଣ ସହକର୍ମୀଙ୍କୁ ଛୁରି ଧରି ଆକ୍ରମଣ କରି ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ଏ ସବୁ ପରେ ଅମିତ ସ୍ପଷ୍ଟ ଦିବାଲୋକରେ ରକ୍ତ ଜୁଡୁବୁଡୁ ଛୁରି ଧରି ଏଣେ ତେଣେ ବୁଲୁଥିବାର ଦେଖାଯାଇଥିଲା । ତାଙ୍କ ପିଠିରେ ଗୋଟିଏ ବ୍ୟାଗ ଝୁଲୁଥିଲା ଏବଂ ହାତରେ ଆଉ ଏକ ବ୍ୟାଗ ଥିଲା । ରାସ୍ତାରେ ଯାଉଥିବା ଲୋକେ ସେମାନଙ୍କ ମୋବାଇଲ୍ ଫୋନ୍‌ରେ ଅମିତ କୁମାରଙ୍କ ଛୁରୀ ଧରି ଚାଲିବାର ଭିଡିଓ ଓ ଫଟୋ ମଧ୍ୟ କଏଦ କରିଥିଲେ । ତଥାପି ଅଭିଯୁକ୍ତ ସେହି ଲୋକମାନଙ୍କୁ ତାଙ୍କ ପାଖକୁ ନ ଆସିବାକୁ ଚେତାବନୀ ଦେଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛୁରୀ ସହ ଅଭିଯୁକ୍ତକୁ ଗିରଫ କରିଥିଲା  । ପୋଲିସର କହିବା ଅନୁଯାୟୀ, ଯେତେବେଳେ ଅମିତ ସର

ସରକାରୀ କାର୍ଯ୍ୟାଳୟରୁ ମିଳିଲାନି ଛୁଟି; ରାଗିଯାଇ ସହକର୍ମୀଙ୍କୁ ଛୁରୀରେ କଲେ ଆକ୍ରମଣ

କନକ ବ୍ୟୁରୋ: ଜଣେ ସରକାରୀ କର୍ମଚାରୀଙ୍କୁ ଛୁଟି ନମିଳିବାରୁ ଘଟାଇଲେ ଅଭାବନୀୟ କାଣ୍ଡ । ରାଗିଯାଇ ୪ ଜଣ ସହକର୍ମୀଙ୍କୁ କଲେ ଛୁରୀରେ ଆକ୍ରମଣ । ଖାଲି ସେତିକି ନୁହେଁ,ଆକ୍ରମଣ ପରେ ରକ୍ତ ଜୁଡୁବୁଡୁ ଛୁରି ଧରି ଏଣେ ତେଣେ ବୁଲିବାକୁ ଲାଗିଲା ଉତ୍ୟକ୍ତ ଯୁବକ ଜଣଙ୍କ । 

ଅମିତ ସରକାର..ପଶ୍ଚିମବଙ୍ଗ ସୋଦପୁର ଘୋଲାର ବାସିନ୍ଦା । ସେ ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗରେ କାର୍ୟ୍ୟ କରନ୍ତି । କିଛିଦିନ ଛୁଟି ନେଇ ଘରକୁ ଯିବାକୁ ଚାହୁଁଥିଲେ ଅମିତ । କୌଣସୀ କାରଣ ଯୋଗୁଁ ତାଙ୍କୁ ଛୁଟି ମିଳିନଥିଲା,ସେଥିପାଇଁ ତାଙ୍କ ସହକର୍ମୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । ଏହା ପରେ ଯୁବକ ଜଣକ ଉତ୍ୟକ୍ତ ହୋଇ ନିଜର ୪ ଜଣ ସହକର୍ମୀଙ୍କୁ ଛୁରି ଧରି ଆକ୍ରମଣ କରି ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ।

ଏ ସବୁ ପରେ ଅମିତ ସ୍ପଷ୍ଟ ଦିବାଲୋକରେ ରକ୍ତ ଜୁଡୁବୁଡୁ ଛୁରି ଧରି ଏଣେ ତେଣେ ବୁଲୁଥିବାର ଦେଖାଯାଇଥିଲା । ତାଙ୍କ ପିଠିରେ ଗୋଟିଏ ବ୍ୟାଗ ଝୁଲୁଥିଲା ଏବଂ ହାତରେ ଆଉ ଏକ ବ୍ୟାଗ ଥିଲା । ରାସ୍ତାରେ ଯାଉଥିବା ଲୋକେ ସେମାନଙ୍କ ମୋବାଇଲ୍ ଫୋନ୍‌ରେ ଅମିତ କୁମାରଙ୍କ ଛୁରୀ ଧରି ଚାଲିବାର ଭିଡିଓ ଓ ଫଟୋ ମଧ୍ୟ କଏଦ କରିଥିଲେ । ତଥାପି ଅଭିଯୁକ୍ତ ସେହି ଲୋକମାନଙ୍କୁ ତାଙ୍କ ପାଖକୁ ନ ଆସିବାକୁ ଚେତାବନୀ ଦେଇଥିଲା ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛୁରୀ ସହ ଅଭିଯୁକ୍ତକୁ ଗିରଫ କରିଥିଲା  । ପୋଲିସର କହିବା ଅନୁଯାୟୀ, ଯେତେବେଳେ ଅମିତ ସରକାରଙ୍କୁ ଛୁଟି ମିଳିଲା ନାହିଁ ସେ ରାଗିଯାଇ ଏପରି କରିଛନ୍ତି । ତଥାପି ତାଙ୍କୁ କାହିଁକି ଛୁଟି ଦିଆଯାଇ ନଥିଲା ତାହା ଏପର୍ୟ୍ୟନ୍ତ ଜଣାପଡିନାହିଁ । ଅଧିକାରୀମାନେ କହିଛନ୍ତି ଯେ,ଅମିତ ସରକାରଙ୍କୁ ଗିରଫ କରାଯାଇଛି..ଅଧିକ ତଦନ୍ତ ଚାଲିଛି । ତାଙ୍କର ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।