ଲାଲପଥର ଜଳ ପ୍ରପାତରେ ନାବାଳକ ନିଖୋଜ
ଝାରସୁଗୁଡ଼ା,୧।୯: ଝାରସୁଗୁଡ଼ା ଜିଲା ଲାଲପଥର ଜଳ ପ୍ରପାତରେ ରବିବାର ଏକ ଅଘଟଣ ଘଟିଛି। ଜଳ ପ୍ରପାତରେ ଗାଧୋଇବା ବେଳେ ପାଣି ବୁଡି ନାବାଳକ ଜଣକ ନିଖୋଜ ହୋଇଯାଇଥିବା ଜଣାପଡିଛି। ନିଖୋଜ ନାବାଳକ ଜଣକ ବେଲପାହାଡ଼ ରେହେମତ ନଗରର ଅଞ୍ଚଳର ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ନାବାଳକ ଜଣକ ସାଙ୍ଗମାନଙ୍କ ସହ ମିଶି ଲାଲପଥର ଜଳ ପ୍ରପାତକୁ ଭୋଜି କରିବାକୁ ଆସିଥିଲେ। ପରେ ସେ ସାଙ୍ଗମାନଙ୍କ ସହ ଜଳ ପ୍ରପାତରେ ଗାଧୋଉଥିବା ବେଳେ ପାଣିରେ ବୁଡି ଭାସି […] The post ଲାଲପଥର ଜଳ ପ୍ରପାତରେ ନାବାଳକ ନିଖୋଜ appeared first on Dharitri Odia News.
ଝାରସୁଗୁଡ଼ା,୧।୯: ଝାରସୁଗୁଡ଼ା ଜିଲା ଲାଲପଥର ଜଳ ପ୍ରପାତରେ ରବିବାର ଏକ ଅଘଟଣ ଘଟିଛି। ଜଳ ପ୍ରପାତରେ ଗାଧୋଇବା ବେଳେ ପାଣି ବୁଡି ନାବାଳକ ଜଣକ ନିଖୋଜ ହୋଇଯାଇଥିବା ଜଣାପଡିଛି। ନିଖୋଜ ନାବାଳକ ଜଣକ ବେଲପାହାଡ଼ ରେହେମତ ନଗରର ଅଞ୍ଚଳର ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ନାବାଳକ ଜଣକ ସାଙ୍ଗମାନଙ୍କ ସହ ମିଶି ଲାଲପଥର ଜଳ ପ୍ରପାତକୁ ଭୋଜି କରିବାକୁ ଆସିଥିଲେ। ପରେ ସେ ସାଙ୍ଗମାନଙ୍କ ସହ ଜଳ ପ୍ରପାତରେ ଗାଧୋଉଥିବା ବେଳେ ପାଣିରେ ବୁଡି ଭାସି ଯାଇଥିବା ସୂଚନା ମିଳିଛି। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି।
The post ଲାଲପଥର ଜଳ ପ୍ରପାତରେ ନାବାଳକ ନିଖୋଜ appeared first on Dharitri Odia News.