ଲାଲୁଙ୍କ ଘରେ ଖୁସିର ଲହରୀ, ଦ୍ୱିତୀୟ ଥର ବାପା ହେଲେ ତେଜସ୍ବୀ
ପାଟନା,୨୭।୫: ବିହାରର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରୁ ଏକ ବଡ଼ ଖୁସି ଖବର ଆସିଛି। ଲାଲୁ ଯାଦବ ପୁଣି ଥରେ ଜେଜେବାପା ହୋଇଯାଇଛନ୍ତି। ସେହିପରି ତେଜସ୍ବୀ ଯାଦବ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। ତେଜସ୍ବୀ ଯାଦବ ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ନାତିର ଜନ୍ମ ପରେ ଲାଲୁଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ, ତେଜସ୍ବୀ ରବିବାର କୋଲକାତା ଯାଇଥିଲେ। ସୋମବାର ଲାଲୁ ପ୍ରସାଦ, ପୂର୍ବତନ […] The post ଲାଲୁଙ୍କ ଘରେ ଖୁସିର ଲହରୀ, ଦ୍ୱିତୀୟ ଥର ବାପା ହେଲେ ତେଜସ୍ବୀ appeared first on Dharitri Odia News.
ପାଟନା,୨୭।୫: ବିହାରର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରୁ ଏକ ବଡ଼ ଖୁସି ଖବର ଆସିଛି। ଲାଲୁ ଯାଦବ ପୁଣି ଥରେ ଜେଜେବାପା ହୋଇଯାଇଛନ୍ତି। ସେହିପରି ତେଜସ୍ବୀ ଯାଦବ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। ତେଜସ୍ବୀ ଯାଦବ ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ନାତିର ଜନ୍ମ ପରେ ଲାଲୁଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି।
ସୂଚନାଯୋଗ୍ୟ, ତେଜସ୍ବୀ ରବିବାର କୋଲକାତା ଯାଇଥିଲେ। ସୋମବାର ଲାଲୁ ପ୍ରସାଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଏବଂ ଏମପି ଡକ୍ଟର ମିସା ଭାରତୀ ଅନ୍ୟ ସମ୍ପର୍କୀୟମାନଙ୍କ ସହିତ କୋଲକାତାରେ ପହଞ୍ଚିଥିଲେ। ସେତେବେଳକୁ ତେଜସ୍ବୀଙ୍କ ପତ୍ନୀ ହସ୍ପିଟାଲର ପହଞ୍ଚି ସାରିଥିଲେ। ତେଜସ୍ବୀଙ୍କ ପ୍ରଥମ ସନ୍ତାନ ୨୦୨୩ ମସିହାରେ ନବରାତ୍ରିରେ ଜନ୍ମ ହୋଇଥିଲା। ସେ ଷଷ୍ଠୀ ଦିନ ଜନ୍ମ ହୋଇଥିବାରୁ, ତାଙ୍କର ନାମ କାତ୍ୟାୟନୀ ରଖାଯାଇଥିଲା।
The post ଲାଲୁଙ୍କ ଘରେ ଖୁସିର ଲହରୀ, ଦ୍ୱିତୀୟ ଥର ବାପା ହେଲେ ତେଜସ୍ବୀ appeared first on Dharitri Odia News.