ଲାହୋରରେ ଭୟଙ୍କର ଅଗ୍ନିକାଣ୍ଡ: ପୋଡି ହୋଇଗଲେ ୪ ପିଲା

ଇସଲାମାବାଦ,୫।୧: ପାକିସ୍ତାନର ଲାହୋରର ଏକ ଘରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘରେ ନିଆଁ ଲାଗିଯିବା କାରଣରୁ ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ଲାହୋରର ବାବା ଆଜାମ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାରି ପିଲାଙ୍କର ବୟସ ୧୮ ବର୍ଷରୁ କମ୍‌। ସେମାନଙ୍କ ନାମ ହେଉଛି- ନୁର ଫତିମା, ଇମାନ ଫତିମା, ଇସମାଇଲ ଫତିମା ଏବଂ ଇବ୍ରାହିମ ଫାତିମା। ଲାହୋରର ବାବା ଆଜାମ ଅଞ୍ଚଳରେ ଅଗ୍ନିକାଣ୍ଡ ଯୋଗୁ […] The post ଲାହୋରରେ ଭୟଙ୍କର ଅଗ୍ନିକାଣ୍ଡ: ପୋଡି ହୋଇଗଲେ ୪ ପିଲା appeared first on Dharitri Odia News.

ଲାହୋରରେ ଭୟଙ୍କର ଅଗ୍ନିକାଣ୍ଡ: ପୋଡି ହୋଇଗଲେ ୪ ପିଲା

ଇସଲାମାବାଦ,୫।୧: ପାକିସ୍ତାନର ଲାହୋରର ଏକ ଘରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘରେ ନିଆଁ ଲାଗିଯିବା କାରଣରୁ ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ଲାହୋରର ବାବା ଆଜାମ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାରି ପିଲାଙ୍କର ବୟସ ୧୮ ବର୍ଷରୁ କମ୍‌। ସେମାନଙ୍କ ନାମ ହେଉଛି- ନୁର ଫତିମା, ଇମାନ ଫତିମା, ଇସମାଇଲ ଫତିମା ଏବଂ ଇବ୍ରାହିମ ଫାତିମା।

ଲାହୋରର ବାବା ଆଜାମ ଅଞ୍ଚଳରେ ଅଗ୍ନିକାଣ୍ଡ ଯୋଗୁ ଚାରିଆଡେ ଉତ୍ତେଜନା ଦେଖାଯାଇଛି। ଘର ଚାରିପାଖରେ ଉପସ୍ଥିତ ଲୋକମାନେ ତୁରନ୍ତ ଉଦ୍ଧାରକାରୀ ଦଳକୁ ସୂଚନା ଦେଇଥିଲେ, ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଉଦ୍ଧାରକାରୀ ଦଳ କହିଛନ୍ତି ଯେ, ଗ୍ୟାସ ଚୁଲିରେ ଲିକ ହେତୁ ଅଗ୍ନିକାଣ୍ଡ ଘଟିଛି ଏବଂ ଏହି କାରଣରୁ ଚାରିଜଣ ଶିଶୁଙ୍କର ମୃତ୍ୟୁ ହୋଇଛି।

The post ଲାହୋରରେ ଭୟଙ୍କର ଅଗ୍ନିକାଣ୍ଡ: ପୋଡି ହୋଇଗଲେ ୪ ପିଲା appeared first on Dharitri Odia News.