ଲିପିକା ମାଝୀ ଙ୍କୁ ସହଯୋଗ ର ହାତ ବଢାଇଲେ ନର୍ଲା ପ୍ରେସ ଆସୋସିଏସନ୍

କଳାହାଣ୍ଡି, ୦୭/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମାର୍ଧା ପଞ୍ଚାୟତ ବକ ଟି ଗ୍ରାମର ଉପେନ୍ଦ୍ର ମାଝୀ ଙ୍କ ଝିଅ ଲିପିକା ମାଝୀ ବୟସ ମାତ୍ର ଛଅ ବର୍ଷ, ସେ ଚାଲି ପାରୁ ନାହାଁନ୍ତି ଗୁରୁଣ୍ଡି ଗୁରୁଣ୍ଡି ବୁଲୁଛନ୍ତି ଅର୍ଥ ସାଜୁଛି ବାଧକ ଉପଯୁକ୍ତ ଚିକିତ୍ସା ଅଭାବରୁ ଗରିବ ବାପା ବଡ଼ ମେଡିକାଲ କୁ ନେବା ପାଇଁ ଅସମର୍ଥ କିଛି ଦିନ ତଳେ ଗଣମାଧ୍ୟମ ରେ ଏ ନେଇ ସମ୍ବାଦ ପରିବେଷଣ […] The post ଲିପିକା ମାଝୀ ଙ୍କୁ ସହଯୋଗ ର ହାତ ବଢାଇଲେ ନର୍ଲା ପ୍ରେସ ଆସୋସିଏସନ୍ appeared first on Odisha.News.

ଲିପିକା ମାଝୀ ଙ୍କୁ ସହଯୋଗ ର ହାତ ବଢାଇଲେ ନର୍ଲା ପ୍ରେସ ଆସୋସିଏସନ୍

କଳାହାଣ୍ଡି, ୦୭/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କମାର୍ଧା ପଞ୍ଚାୟତ ବକ ଟି ଗ୍ରାମର ଉପେନ୍ଦ୍ର ମାଝୀ ଙ୍କ ଝିଅ ଲିପିକା ମାଝୀ ବୟସ ମାତ୍ର ଛଅ ବର୍ଷ, ସେ ଚାଲି ପାରୁ ନାହାଁନ୍ତି ଗୁରୁଣ୍ଡି ଗୁରୁଣ୍ଡି ବୁଲୁଛନ୍ତି ଅର୍ଥ ସାଜୁଛି ବାଧକ ଉପଯୁକ୍ତ ଚିକିତ୍ସା ଅଭାବରୁ ଗରିବ ବାପା ବଡ଼ ମେଡିକାଲ କୁ ନେବା ପାଇଁ ଅସମର୍ଥ
କିଛି ଦିନ ତଳେ ଗଣମାଧ୍ୟମ ରେ ଏ ନେଇ ସମ୍ବାଦ ପରିବେଷଣ ହୋଇଥିଲା, ଆଜି ଯାଏଁ କୌଣସି ରାଜନେତା, ପ୍ରଶାସନିକ ଅଧିକାରୀ, ସମାଜ୍ ସେବୀ କିମ୍ବା କୌଣସି ଦଳର ଆସାୟୀ ପ୍ରାର୍ଥୀ ମଧ୍ୟ ଏହି ଗାଁ କୁ ପାଦ ପକାଇବା ନାହାଁନ୍ତି ଚାତକ ପରି ଅ ନେଇ ବସିଛନ୍ତି ଅସହାୟ ଗରିବ ଉପେନ୍ଦ୍ର ମାଝୀ ଉକ୍ତ ସମ୍ବାଦ ଦେଖି ନର୍ଲା ପ୍ରେସ ଆସୋସିଏସନ୍ ର ସଭାପତି ଦୀପକ୍ ସାହୁ ସମ୍ପାଦକ ସନ୍ତୋଷ କୁମାର ପାତ୍ର, ଉପ ସଭାପତି ଚିନ୍ତାମଣି ନାୟକ ,ଜଗତ ରାମ ସାହୁ, ଅଜିତ୍ ମାଝୀ, ଏବଂ ଅନ୍ୟ ସାମ୍ବାଦିକ ବନ୍ଧୁ ମାନେ ଉକ୍ତ ଘରକୁ ଯାଇ ସହଯୋଗ ର ହାତ ବଢ଼େଇ ଛନ୍ତି ଉପେନ୍ଦ୍ର ମାଝୀ ଜଣେ ଦୀନ ମଜୁରିଆ
ପ୍ରତିଦିନ ମୂଲ ନ ଲାଗିଲେ ଚୁଲି ଜଳେ ନାହି, ଓଳିଏ ଖାଇଲେ ଓଳିଏ ଉପାସ ରେ ମଧ୍ୟ ରହିବାକୁ ପଡ଼େ
ସେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିମା କାର୍ଡ ମଧ୍ୟ ପାଇ ଛନ୍ତି କିନ୍ତୁ ଅର୍ଥ ଅଭାବରୁ ନିରୁପାୟ ହୋଇ ସାହାଯ୍ୟ ର ଅପେକ୍ଷା ରେ ଅଛନ୍ତି, ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଅବା କୌଣସି ସହୋଦୟ ବ୍ୟକ୍ତି ତାଙ୍କ ଝିଅ କୁ ବଡ଼ ମେଡିକାଲ ରେ ଭର୍ତ୍ତି କରିବାରେ ସାହାଯ୍ୟ କରିବା କୁ ଅନୁରୋଧ କରିଛନ୍ତି

The post ଲିପିକା ମାଝୀ ଙ୍କୁ ସହଯୋଗ ର ହାତ ବଢାଇଲେ ନର୍ଲା ପ୍ରେସ ଆସୋସିଏସନ୍ appeared first on Odisha.News.