ଲିମ୍ବ ଗଛରୁ ଝରୁଛି କ୍ଷୀର

ନୟାଗଡ: ଲିମ୍ବ ଗଛରୁ ଝରୁଛି କ୍ଷୀର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ବେଣ୍ଟ ଗ୍ରାମରେ। ବେଣ୍ଟ ଗ୍ରାମର ସନ୍ତୋଷ ରଣା ଙ୍କ ବାଡ଼ିରେ ଥିବା ଏକ ନିମ୍ବ ଗଛରୁ କ୍ଷୀର ନିର୍ଗତ ହେଉଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଜଣା ପଡିବା ପରେ ନିର୍ଗତ କ୍ଷୀରକୁ ପ୍ରସାଦ କହି ଲୋକେ ସେବନ କରିଥିଲେ। ଏହି ଘଟଣା ପ୍ରଘଟ ହେବାରୁ ସନ୍ତୋଷଙ୍କ ବାଡ଼ିରେ ଲୋକଙ୍କର ଭିଡ଼ ଜମିଥିଲା । ସ୍ଥାନିୟ ଲୋକେ ଏହାକୁ […]

ଲିମ୍ବ ଗଛରୁ ଝରୁଛି କ୍ଷୀର

ନୟାଗଡ: ଲିମ୍ବ ଗଛରୁ ଝରୁଛି କ୍ଷୀର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ବେଣ୍ଟ ଗ୍ରାମରେ। ବେଣ୍ଟ ଗ୍ରାମର ସନ୍ତୋଷ ରଣା ଙ୍କ ବାଡ଼ିରେ ଥିବା ଏକ ନିମ୍ବ ଗଛରୁ କ୍ଷୀର ନିର୍ଗତ ହେଉଥିବା ଦେଖିବାକୁ ମିଳିଥିଲା।
ଏହି ଘଟଣା ଜଣା ପଡିବା ପରେ ନିର୍ଗତ କ୍ଷୀରକୁ ପ୍ରସାଦ କହି ଲୋକେ ସେବନ କରିଥିଲେ। ଏହି ଘଟଣା ପ୍ରଘଟ ହେବାରୁ ସନ୍ତୋଷଙ୍କ ବାଡ଼ିରେ ଲୋକଙ୍କର ଭିଡ଼ ଜମିଥିଲା । ସ୍ଥାନିୟ ଲୋକେ ଏହାକୁ ଭଗବାନଙ୍କର ଲୀଳା କହି ଗଛକୁ ପୂଜାର୍ଚନା କରୁଛନ୍ତି। ଏହି ଗଛକୁ ଦେଖିବା ପାଇଁ ନିକଟସ୍ଥ ଗ୍ରାମର ଲୋକମାନେ ଭିଡ ଜମାଉଛନ୍ତି।