ବେଙ୍ଗାଲୁରୁ-ସଲେମ ରାଜପଥରେ ସିରିଜ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ଚେନ୍ନାଇ: ତାମିଲନାଡ଼ୁ କ୍ରୀଷ୍ଣଗିରି ଜିଲ୍ଲାର ବେଙ୍ଗାଲୁରୁ-ସଲେମ ରାଜପଥରେ ଆଜି ଏକ ସିରିଜ୍‌ ଦୁର୍ଘଟଣାରେ ଜଣେ ୭ ବର୍ଷର ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାରେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ପ୍ରଥମେ ଏକ ଟ୍ରକ୍‌ ଦୁର୍ଘଟଣା ହୋଇଥିଲା ଏବଂ ଏହା ପଛକୁ ପଛ ୨ଟି କାର୍‌ ଏବଂ ଅନ୍ୟ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁଇ ଚକିଆ ଯାନ ମଧ୍ୟ ଦୁର୍ଘଟଣାରେ ଫସିଛନ୍ତି। କ୍ରୀଷ୍ଣଗିରି ଏସ୍‌ପି ପି ଥାଙ୍ଗାଦୁରାଇ କହିଛନ୍ତି, ଦୁର୍ଘଟଣାରେ […]

ବେଙ୍ଗାଲୁରୁ-ସଲେମ ରାଜପଥରେ ସିରିଜ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

ଚେନ୍ନାଇ: ତାମିଲନାଡ଼ୁ କ୍ରୀଷ୍ଣଗିରି ଜିଲ୍ଲାର ବେଙ୍ଗାଲୁରୁ-ସଲେମ ରାଜପଥରେ ଆଜି ଏକ ସିରିଜ୍‌ ଦୁର୍ଘଟଣାରେ ଜଣେ ୭ ବର୍ଷର ଶିଶୁ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାରେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ପ୍ରଥମେ ଏକ ଟ୍ରକ୍‌ ଦୁର୍ଘଟଣା ହୋଇଥିଲା ଏବଂ ଏହା ପଛକୁ ପଛ ୨ଟି କାର୍‌ ଏବଂ ଅନ୍ୟ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁଇ ଚକିଆ ଯାନ ମଧ୍ୟ ଦୁର୍ଘଟଣାରେ ଫସିଛନ୍ତି। କ୍ରୀଷ୍ଣଗିରି ଏସ୍‌ପି ପି ଥାଙ୍ଗାଦୁରାଇ କହିଛନ୍ତି, ଦୁର୍ଘଟଣାରେ ମୋଟ୍‌ ୫ଟି ଗାଡ଼ି ସାମିଲ। ୨ଟି ଟ୍ରକ୍‌ ମଧ୍ୟରେ ୨ଟି କାର୍‌ ଏବଂ ୨ଟି ଦୁଇ ଚକିଆ ଯାନ ଦୁର୍ଘଟଣା ହୋଇଥିବା ସେ କହିଛନ୍ତି। କାର୍‌ରେ ଥିବା ୩ ଜଣ ବ୍ୟକ୍ତିଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯା‌ଇଥିବା ଏସ୍‌ପି କହିଛନ୍ତି।