ଭାଜପାକୁ ବଡ଼ ଝଟ୍କା, ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ
ଜୟପୁର,୪।୭: ରାଜସ୍ଥାନ ରାଜନୀତିରେ ବଡ଼ ହଲଚଲ। ଗୁରୁବାର ସକାଳୁ ସକାଳୁ ରାଜସ୍ଥାନ ଭାଜପାରୁ ଇସ୍ତଫା ଦେଇଛନ୍ତି ଜଣେ କ୍ୟାବିନେଟ ମନ୍ତ୍ରୀ। ଭଜନଲାଲ ସରକାରର କ୍ୟାବିନେଟ ମନ୍ତ୍ରୀ କିରୋଡିଲାଲ ମୀନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ ଏନେଇ ମୀନା ଘୋଷଣା କରିଥିଲେ। ସେ କହିଥିଲେ, ଯଦି ସେ ନିଜ ନିର୍ବାଚନମଣ୍ଡଳୀର କୌଣସି ଆସନରେ ହାରନ୍ତି ତେବେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଆଉ ଲୋକ ସଭା ନିର୍ବାଚନରେ ସେ ଏହି […] The post ଭାଜପାକୁ ବଡ଼ ଝଟ୍କା, ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ appeared first on Dharitri Odia News.
ଜୟପୁର,୪।୭: ରାଜସ୍ଥାନ ରାଜନୀତିରେ ବଡ଼ ହଲଚଲ। ଗୁରୁବାର ସକାଳୁ ସକାଳୁ ରାଜସ୍ଥାନ ଭାଜପାରୁ ଇସ୍ତଫା ଦେଇଛନ୍ତି ଜଣେ କ୍ୟାବିନେଟ ମନ୍ତ୍ରୀ। ଭଜନଲାଲ ସରକାରର କ୍ୟାବିନେଟ ମନ୍ତ୍ରୀ କିରୋଡିଲାଲ ମୀନା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ ଏନେଇ ମୀନା ଘୋଷଣା କରିଥିଲେ। ସେ କହିଥିଲେ, ଯଦି ସେ ନିଜ ନିର୍ବାଚନମଣ୍ଡଳୀର କୌଣସି ଆସନରେ ହାରନ୍ତି ତେବେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଆଉ ଲୋକ ସଭା ନିର୍ବାଚନରେ ସେ ଏହି ଆସନ ହାରି ଯାଇଥିଲେ।
ଏହା ପରେ ମୀନାଙ୍କ ଇସ୍ତଫା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ତେବେ ଇସ୍ତଫା ଦେବା ନେଇ ସେ ନିଜେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ୍ସରେ ସୂଚନା ଦେଇଛନ୍ତି। ଡାଉସା ଆସନରୁ ଭାଜପାର ପରାଜୟ ପରେ ବିରୋଧୀମାନେ ମଧ୍ୟ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେବେଠାରୁ ତାଙ୍କ ଇସ୍ତଫା ନେଇ କ୍ରମାଗତ କଳ୍ପନାଜଳ୍ପନା ଚାଲିଥିଲା। ମୀନା କହିଛନ୍ତି , ପରାଜୟର ନୈତିକ ଦାୟିତ୍ୱ ଗ୍ରହଣ କରି ମୁଁ ମୋର ଇସ୍ତଫା ପତ୍ର ପ୍ରଦାନ କରିଛି। ତେବେ ତାଙ୍କ ଇସ୍ତଫା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ।
The post ଭାଜପାକୁ ବଡ଼ ଝଟ୍କା, ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ appeared first on Dharitri Odia News.