୩୧ରେ ହଟିବନି ପିଆଜ ରପ୍ତାନି କଟକଣା

ଭୁବନେଶ୍ୱର,୨୪।୩(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ ଭାରତ ସରକାରଙ୍କ ପକ୍ଷରୁ ଲଗାଯାଇଥିବା କଟକଣା ସମୟସୀମା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ। ପୂର୍ବରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି କଟକଣା ଲାଗୁକରାଯାଇଥିବାବେଳେ ବର୍ତ୍ତମାନ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ କିଛି ବିଦେଶୀ ବଜାରରେ ପିଆଜ ଦର ବୃଦ୍ଧି ପାଇପାରେ। ଦେଶରେ ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୨୩ ଡିସେମ୍ବରରେ ଏହାର ରପ୍ତାନି ଉପରେ କଟକଣା […] The post ୩୧ରେ ହଟିବନି ପିଆଜ ରପ୍ତାନି କଟକଣା appeared first on Dharitri Odia News.

୩୧ରେ ହଟିବନି ପିଆଜ ରପ୍ତାନି କଟକଣା

ଭୁବନେଶ୍ୱର,୨୪।୩(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ ଭାରତ ସରକାରଙ୍କ ପକ୍ଷରୁ ଲଗାଯାଇଥିବା କଟକଣା ସମୟସୀମା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ। ପୂର୍ବରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହି କଟକଣା ଲାଗୁକରାଯାଇଥିବାବେଳେ ବର୍ତ୍ତମାନ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୃଦ୍ଧି କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ କିଛି ବିଦେଶୀ ବଜାରରେ ପିଆଜ ଦର ବୃଦ୍ଧି ପାଇପାରେ।
ଦେଶରେ ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୨୩ ଡିସେମ୍ବରରେ ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲେ। ଏହି କଟକଣା ପରେ ଭାରତରେ ପିଆଜ ଦର ଅଧା ହାରରୁ କମ୍‌ ହୋଇଛି। ଏହା ବ୍ୟତୀତ ଚଳିତ ଋତୁର ନୂଆ ଫସଲ ମଧ୍ୟ ବଜାରରେ ପହଞ୍ଚିବା ଆରମ୍ଭ କରିଛି। ଏହା ପରେ ଏହି ପ୍ରତିବନ୍ଧକ ହଟାଯାଇପାରେ ବୋଲି ବ୍ୟବସାୟୀମାନେ ଆଶା କରୁଥିଲେ। ମାତ୍ର ଶୁକ୍ରବାର ରାତିରେ କେନ୍ଦ୍ର ସରକାର କଟକଣା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ କଟକଣା ଜାରି ରହିବ ବୋଲି କୁହାଯାଇଛି। ଅନ୍ୟପଟେ ରପ୍ତାନି କରୁଥିବା କମ୍ପାନୀଗୁଡିକ ଏହି ନିଷ୍ପତ୍ତିକୁ ଅନାବଶ୍ୟକ ବୋଲି କହିଛନ୍ତି। ଯୋଗାଣରେ ବୃଦ୍ଧି ଏବଂ ମୂଲ୍ୟ ହ୍ରାସ ସତ୍ତ୍ୱେ ପିଆଜ ରପ୍ତାନି ବନ୍ଦ ହୋଇଯାଉଛି। ଏହା ଠିକ୍‌ ନୁହେଁ ବୋଲି ବିଭିନ୍ନ କମ୍ପାନୀ ମତ ପ୍ରକାଶ କରିଛନ୍ତି। ପିଆଜର ହୋଲ୍‌ସେଲ ମୂଲ୍ୟ ଗତ ଡିସେମ୍ବରରେ ପିଆଜ ମୂଲ୍ୟ କୁଇଣ୍ଟାଲ ପିଛା ୪୫୦୦ ଟଙ୍କା ଅତିକ୍ରମ କରିଥିଲା। ତେବେ ବାଂଲାଦେଶ, ମାଲେସିଆ, ନେପାଳ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭାରତରୁ ଆସୁଥିବା ପିଆଜ ଉପରେ ନିର୍ଭରଶୀଳ ଅଟନ୍ତି।

The post ୩୧ରେ ହଟିବନି ପିଆଜ ରପ୍ତାନି କଟକଣା appeared first on Dharitri Odia News.