ହୋଟେଲରେ ପଶି ଯୁବକଙ୍କ ହଙ୍ଗାମା, ଗାଳିଗୁଲଜ ସହ କଲେ ଆକ୍ରମଣ
ଭୁବନେଶ୍ୱର ୨୮।୦୯ : ଭୁବନେଶ୍ବର ନୟାପଲ୍ଲୀ ଥାନାଠାରୁ ୨ଶହ ମିଟର ଦୂରରେ ଥିବା ଏକ ହୋଟେଲରେ ଲଙ୍କାକାଣ୍ଡ। ନୟାପଲ୍ଲୀ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ନିଶାଶକ୍ତ ଦୁଇ ଯୁବକ ଭୋଇ ସାହି ଛକରେ ଥିବା ହୋଟେଲରେ ପଶି ଜୋର୍ ଜବରଦସ୍ତି ଖାଦ୍ୟ ବାଢିଥିଲେ । ପ୍ରତିବାଦ କରିବାକୁ ହୋଟେଲ ମାଲିକାଣୀଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏପରିକି ହୋଟେଲ କର୍ମଚାରୀଙ୍କୁ ସାହି ପିଲା ଲଗାଇ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ଭୁବନେଶ୍ୱର ୨୮।୦୯ : ଭୁବନେଶ୍ବର ନୟାପଲ୍ଲୀ ଥାନାଠାରୁ ୨ଶହ ମିଟର ଦୂରରେ ଥିବା ଏକ ହୋଟେଲରେ ଲଙ୍କାକାଣ୍ଡ। ନୟାପଲ୍ଲୀ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ନିଶାଶକ୍ତ ଦୁଇ ଯୁବକ ଭୋଇ ସାହି ଛକରେ ଥିବା ହୋଟେଲରେ ପଶି ଜୋର୍ ଜବରଦସ୍ତି ଖାଦ୍ୟ ବାଢିଥିଲେ । ପ୍ରତିବାଦ କରିବାକୁ ହୋଟେଲ ମାଲିକାଣୀଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏପରିକି ହୋଟେଲ କର୍ମଚାରୀଙ୍କୁ ସାହି ପିଲା ଲଗାଇ ନିସ୍ତୁକ ମାଡ଼ ମାରିଥିଲେ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।