ଲୁକା ଜିପୋନି ବେଦାନ୍ତର ନୂଆ ସିଇଓ

ନୂଆଦିଲ୍ଲୀ,୧୫।୮:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଲୁକା ଜିପୋନିଙ୍କୁ ନିଯୁକ୍ତ କରାଯାଇଛି। ସେ କମ୍ପାନୀର ରୋଲ୍‌ଡ ପ୍ରଡକ୍ଟର ସିଇଓ ଭାବେ ନିଯୁକ୍ତ ହୋଇଥିବାବେଳେ ଏ କ୍ଷେତ୍ରରେ ସେ ତାଙ୍କର ଅଭିଜ୍ଞତାଙ୍କୁ କାର୍ଯ୍ୟକ୍ଷମ କରାଇବେ। ଏହି ଭୂମିକାରେ ସେ ଅଭିବୃଦ୍ଧି ଏବଂ ଉତ୍ପାଦ ଗୋଷ୍ଠୀ ସହ ଜଡ଼ିତ ସମସ୍ତ କାର୍ଯ୍ୟର ତଦାରଖ କରିବେ,ଯାହା ଅଟୋମୋବାଇଲ, ଇନ୍‌ସୁଲେସନ, ପାୱାର ପ୍ରୋଜେକ୍ଟ, ଇଲେକ୍ଟ୍ରିକାଲ୍‌ ଏବଂ ପ୍ୟାକେଜିଂ […] The post ଲୁକା ଜିପୋନି ବେଦାନ୍ତର ନୂଆ ସିଇଓ appeared first on Dharitri Odia News.

ଲୁକା ଜିପୋନି ବେଦାନ୍ତର ନୂଆ ସିଇଓ

ନୂଆଦିଲ୍ଲୀ,୧୫।୮:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଲୁକା ଜିପୋନିଙ୍କୁ ନିଯୁକ୍ତ କରାଯାଇଛି। ସେ କମ୍ପାନୀର ରୋଲ୍‌ଡ ପ୍ରଡକ୍ଟର ସିଇଓ ଭାବେ ନିଯୁକ୍ତ ହୋଇଥିବାବେଳେ ଏ କ୍ଷେତ୍ରରେ ସେ ତାଙ୍କର ଅଭିଜ୍ଞତାଙ୍କୁ କାର୍ଯ୍ୟକ୍ଷମ କରାଇବେ। ଏହି ଭୂମିକାରେ ସେ ଅଭିବୃଦ୍ଧି ଏବଂ ଉତ୍ପାଦ ଗୋଷ୍ଠୀ ସହ ଜଡ଼ିତ ସମସ୍ତ କାର୍ଯ୍ୟର ତଦାରଖ କରିବେ,ଯାହା ଅଟୋମୋବାଇଲ, ଇନ୍‌ସୁଲେସନ, ପାୱାର ପ୍ରୋଜେକ୍ଟ, ଇଲେକ୍ଟ୍ରିକାଲ୍‌ ଏବଂ ପ୍ୟାକେଜିଂ ଇତ୍ୟାଦି କ୍ଷେତ୍ରର ପ୍ରୟୋଗରେ ବ୍ୟବହାର କରାଯାଇଥାଏ। ଛତିଶଗଡ଼ର କୋର୍ବାଠାରେ ବେଦାନ୍ତ ଆଲୁମିନିୟମର ଭାରତ ଆଲୁମିନିୟମ କମ୍ପାନୀ (ବାଲ୍‌କୋ) ୟୁନିଟ୍‌ ବାର୍ଷିକ ୦.୭୨ ଲକ୍ଷ ଟନ୍‌ କ୍ଷମତା (ଏଲ୍‌ଟିପିଏ) ସହ ଅତ୍ୟାଧୁନିକ ରୋଲ୍‌ ଉତ୍ପାଦ ସେଟ୍‌ଅପ୍‌ ରହିଛି। ଏହି ସେଟ୍‌ଅପ୍‌ କାଷ୍ଟିଂ ଷ୍ଟେଶନ, କ୍ରମାଗତ କାଷ୍ଟର, ହଟ୍‌ ରୋଲ୍‌ ମିଲ୍‌ ଏବଂ କୋଲ୍ଡ ରୋଲ୍‌ ମିଲ୍ସକୁ ନେଇ ଗଠିତ ହୋଇଛି। ବେଦାନ୍ତ ଆଲୁମିନିୟମର ସିଇଓ ଜନ୍‌ ସ୍ଲାଭେନ୍‌ କହିଛନ୍ତି, ଆମେ ଲୁକାଙ୍କୁ ବୋର୍ଡକୁ ସ୍ବାଗତ କରୁଛୁ। ଏପରିକି ଆମେ ମିଳିତ ଭାବେ କାମ କରିବାକୁ ଆଗ୍ରହୀ ଅଛୁ। ତାଙ୍କର ନିଯୁକ୍ତି ବେଦାନ୍ତ ଆଲୁମିନିୟମର ନେତୃତ୍ୱ ଦଳକୁ ଆହୁରି ମଜଭୁତ କରିବା ସହ ଆମର ରଣନୀତିକ ଦୃଷ୍ଟିକୋଣ ଏବଂ ପରିଚାଳନା କୌଶଳକୁ ମଧ୍ୟ ବ୍ୟବହାରକରି ଉଚ୍ଚାଭିଳାଷୀ ଅଭିବୃଦ୍ଧି ଯୋଜନାକୁ ଏକ ମହତ୍ତ୍ୱ ପ୍ରଦାନ କରିବ। ବେଦାନ୍ତ ଆଲୁମିନିୟମ ରୋଲ୍‌ଡ ପ୍ରଡକ୍ଟସ୍‌ର ସିଇଓ ଲୁକା ଜିପୋନି କହିଛନ୍ତି, ବେଦାନ୍ତ ଆଲୁମିନିୟମର ଅଂଶ ହୋଇ ମୁଁ ବେଶ୍‌ ଉତ୍ସାହିତ ଅଛି। ଏପରିକି ଭାରତରେ ରୋଲ୍‌ଡ ପ୍ରଡକ୍ଟଗୁଡ଼ିକର ଭୂଲମ୍ବରେ ଅତୁଳନୀୟ ସମ୍ଭାବନା ଏବଂ ମୁଁ ଆମର ଗ୍ରାହକ ତଥା ହିତାଧିକାରୀମାନଙ୍କୁ ଉଲ୍ଲେଖନୀୟ ମୂଲ୍ୟ ପ୍ରଦାନ କରିବାକୁ ମୋର ପାରଦର୍ଶିତା ଏବଂ ଅଭିଜ୍ଞତାକୁ ବ୍ୟବହାରକରି ବେଶ୍‌ ଉତ୍ସାହିତ।

The post ଲୁକା ଜିପୋନି ବେଦାନ୍ତର ନୂଆ ସିଇଓ appeared first on Dharitri Odia News.