ଲୁକ୍ ଖାସ୍, ଫିଚର ଝକାସ: ୬ଟି ନୂଆ କଲର ଅପସନ ସହ ଲଞ୍ଚ ହେଲା 2024 Jawa 42 ବାଇକ୍
ନୂଆଦିଲ୍ଲୀ: ପରଫରମାନ୍ସ ସହିତ ନିୟୋ କ୍ଲାସିକ ଡିଜାଇନ୍ ବାଇକ୍ ପସନ୍ଦ କରୁଥିବା ଗ୍ରାହକଙ୍କ ପାଇଁ ଜାୱା ଅପଡେଟ୍ ବାଇକ ୨୦୨୪ ଜାୱା ୪୨ ଲଞ୍ଚ କରିଛି। ଲୁକ୍ ଯେମିତି ଖାସ୍ ଫିଚର ବି ସେମିତି ଝକାସ। ଯଦି ଆପଣ ବି ଏହି ବାଇକ୍ କିଣିବାକୁ ଚାହୁଁଛନ୍ତି ତେବେ କିଣିବା ପୂର୍ବରୁ ଆମର ଏହି ରିପୋର୍ଟ ପଢ଼ନ୍ତୁ ଓ ବାଇକ ବିଷୟରେ ସବୁକିଛି ଜାଣନ୍ତୁ। 2024 Jawa 42 ଫିଚର୍ସ2024 Jawa 42 ବାଇକ୍ ଭାରତୀୟ ବଜାରରେ ୬ଟି କଲର ଅପସନ ଲଞ୍ଚ ହୋଇଛି। ପୁରୁଣା ମୋଡେଲକୁ ମିଶାଇଲେ ଏହି ବାଇକ୍ଟି ମୋଟ ୧୪ଟି କଲର ଅପସନ ଭାରତୀୟ ବଜାରରେ ଉପଲବ୍ଧ ହେବ। କମ୍ପାନୀ ପକ୍ଷରୁ ଏଥିରେ ୧୭ ଓ ୧୮ ଇଞ୍ଚର ଏଲୟ ଓ ସ୍ପୋକ ହ୍ୱିଲ୍ସ ବିକଳ୍ପ ଦିଆଯାଇଛି। ଏଥିରେ ରାଉଣ୍ଡ ହେଡ୍ଲାଇଟ୍, ଉଭୟ ଚକାରେ ଡିସ୍କ ବ୍ରେକ୍, ପୂର୍ବ ଠାରୁ ଆହୁରି ଭଲ ଗ୍ରାଉଣ୍ଡ କ୍ଲିୟରାନ୍ସ,ଡୁଆଲ ଚ୍ୟାନେଲ ଏବିଏସ, ଆସିଷ୍ଟ ଓ ସ୍ଲିପ କ୍ଲଚ,ଡିଜିଟାଲ ଇଷ୍ଟ୍ରୁମେଣ୍ଟ କ୍ଲଚର, ବ୍ଲୁଟୁଥ କନେକ୍ଟିଭିଟି ସହ ୟୁଏସ୍ବି ଚାର୍ଜର ଆଦି ରହିଛି। ଇଞ୍ଜିନ 2024 Jawa 42 ନୂଆ ବାଇକରେ ୨୯୪ ସିସି ସିଙ୍ଗଲ ସିଲିଣ୍ଡର ଲିକ୍ୱିଡ୍ କୁଲ୍ଡ ଇଞ୍ଜିନ ଦିଆଯାଇଛି। ଏଥିରେ ୬ଟି ସ୍ପିଡ୍ ଗିଅରବକ୍ସ ରହିଛି। ଏହି ଇଞ୍ଜିନରୁ ବାଇକ୍କୁ ୨୭.୩୨ PS ପାୱାର ଏବଂ ୨୬.୮୪ ନ୍ୟୁଟନ୍ ମିଟର ଟର୍କ ମିଳିବ। ଫଳରେ ଭାଇବ୍ରେସନ କମ ହେବା ସ୍ମୁଥ ଫିଲିଂ ଦେବ। ଏଥିରେ ଟ୍ୱିନ୍ ଏକ୍ସଜଷ୍ଟ୍ ସିଷ୍ଟମ୍ ମଧ୍ୟ ଯୋଗାଇ ଦିଆଯାଇଛ
ନୂଆଦିଲ୍ଲୀ: ପରଫରମାନ୍ସ ସହିତ ନିୟୋ କ୍ଲାସିକ ଡିଜାଇନ୍ ବାଇକ୍ ପସନ୍ଦ କରୁଥିବା ଗ୍ରାହକଙ୍କ ପାଇଁ ଜାୱା ଅପଡେଟ୍ ବାଇକ ୨୦୨୪ ଜାୱା ୪୨ ଲଞ୍ଚ କରିଛି। ଲୁକ୍ ଯେମିତି ଖାସ୍ ଫିଚର ବି ସେମିତି ଝକାସ। ଯଦି ଆପଣ ବି ଏହି ବାଇକ୍ କିଣିବାକୁ ଚାହୁଁଛନ୍ତି ତେବେ କିଣିବା ପୂର୍ବରୁ ଆମର ଏହି ରିପୋର୍ଟ ପଢ଼ନ୍ତୁ ଓ ବାଇକ ବିଷୟରେ ସବୁକିଛି ଜାଣନ୍ତୁ।
2024 Jawa 42 ଫିଚର୍ସ
2024 Jawa 42 ବାଇକ୍ ଭାରତୀୟ ବଜାରରେ ୬ଟି କଲର ଅପସନ ଲଞ୍ଚ ହୋଇଛି। ପୁରୁଣା ମୋଡେଲକୁ ମିଶାଇଲେ ଏହି ବାଇକ୍ଟି ମୋଟ ୧୪ଟି କଲର ଅପସନ ଭାରତୀୟ ବଜାରରେ ଉପଲବ୍ଧ ହେବ। କମ୍ପାନୀ ପକ୍ଷରୁ ଏଥିରେ ୧୭ ଓ ୧୮ ଇଞ୍ଚର ଏଲୟ ଓ ସ୍ପୋକ ହ୍ୱିଲ୍ସ ବିକଳ୍ପ ଦିଆଯାଇଛି। ଏଥିରେ ରାଉଣ୍ଡ ହେଡ୍ଲାଇଟ୍, ଉଭୟ ଚକାରେ ଡିସ୍କ ବ୍ରେକ୍, ପୂର୍ବ ଠାରୁ ଆହୁରି ଭଲ ଗ୍ରାଉଣ୍ଡ କ୍ଲିୟରାନ୍ସ,ଡୁଆଲ ଚ୍ୟାନେଲ ଏବିଏସ, ଆସିଷ୍ଟ ଓ ସ୍ଲିପ କ୍ଲଚ,ଡିଜିଟାଲ ଇଷ୍ଟ୍ରୁମେଣ୍ଟ କ୍ଲଚର, ବ୍ଲୁଟୁଥ କନେକ୍ଟିଭିଟି ସହ ୟୁଏସ୍ବି ଚାର୍ଜର ଆଦି ରହିଛି।
ଇଞ୍ଜିନ
2024 Jawa 42 ନୂଆ ବାଇକରେ ୨୯୪ ସିସି ସିଙ୍ଗଲ ସିଲିଣ୍ଡର ଲିକ୍ୱିଡ୍ କୁଲ୍ଡ ଇଞ୍ଜିନ ଦିଆଯାଇଛି। ଏଥିରେ ୬ଟି ସ୍ପିଡ୍ ଗିଅରବକ୍ସ ରହିଛି। ଏହି ଇଞ୍ଜିନରୁ ବାଇକ୍କୁ ୨୭.୩୨ PS ପାୱାର ଏବଂ ୨୬.୮୪ ନ୍ୟୁଟନ୍ ମିଟର ଟର୍କ ମିଳିବ। ଫଳରେ ଭାଇବ୍ରେସନ କମ ହେବା ସ୍ମୁଥ ଫିଲିଂ ଦେବ। ଏଥିରେ ଟ୍ୱିନ୍ ଏକ୍ସଜଷ୍ଟ୍ ସିଷ୍ଟମ୍ ମଧ୍ୟ ଯୋଗାଇ ଦିଆଯାଇଛି। କମ୍ପାନୀର କହିବାନୁସାରେ, ପୂର୍ବ ଅପେକ୍ଷା ନୂଆ ବାଇକ୍କୁ ଭଲଭାବରେ ଟ୍ୟୁନ କରାଯାଇଛି, ଯାହା ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ଗିୟରରେ ଗାଡି ଚଲାଇବା ସହଜ ହେବ।
2024 Jawa 42 ମୂଲ୍ୟ
ଜାୱା 2024 Jawa 42ର ଏକ୍ସ-ସୋରୁମ୍ ମୂଲ୍ୟ ୧.୭୩ ଲକ୍ଷ ଟଙ୍କା ରଖାଯାଇଛି। ସ୍ପୋକ୍ ଭ୍ୟାରିଏଣ୍ଟ ପାଇଁ ଏହି ମୂଲ୍ୟ ରଖାଯାଇଥିବା ବେଳେ ଏଲୟ ହ୍ୱିଲ୍ ପାଇଁ ଅଧିକ ମୂଲ୍ୟ ରଖାଯାଇଛି। ଏଲୟ ହ୍ୱିଲ୍ର ଏକ୍ସ ଶୋ ରୁମ ମୂଲ୍ୟ ୧.୮୯ ଲକ୍ଷ ଟଙ୍କା ରଖାଯାଇଛି। ଏହାର ଟପ୍ ଭ୍ୟାରିଏଣ୍ଟର ଏକ୍ସ ଶୋ ରୁମ ମୂଲ୍ୟ ୧.୯୮ ଟଙ୍କା ରଖାଯାଇଛି।