ଲୁଚିଛପି ବିବାହ କଲେ ନର୍ଗିସ୍ ଫଖ୍‌ରୀ, କିଏ ସେ ଅଭିନେତ୍ରୀଙ୍କ ସ୍ଵାମୀ ଟୋନି ବେଗ୍ ?

ମୁମ୍ଵାଇ ୨୩।୦୨; ବଲିଉଡ୍‌ ଅଭିନେତ୍ରୀ ନର୍ଗିସ୍‌ ଫଖରୀ । ବର୍ତ୍ତମାନ ସେ ବଡ଼ ପରଦାରୁ ଦୂରରେ ଅଛନ୍ତି। କିନ୍ତୁ ସେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍‌ ।  ହେଲେ ଏବେ ନର୍ଗିସ୍‌ ଚର୍ଚ୍ଚାକୁ ଆସିଛନ୍ତି। ସେ ଲୁଚିଛପି ବିବାହ କରିଥିବା ନେଇ ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି । ଯେଉଁଥିରେ ଦାବି କରାଯାଉଛି ଯେ ନର୍ଗିସ ବିବାହ କରିଛନ୍ତି। କେବଳ ଏତିକି ନୁହେଁ, ବିବାହର ସମସ୍ତ ଫଟୋ ମଧ୍ୟ Reddit ପୋଷ୍ଟରେ ଦେଖିବାକୁ ମିଳିଛି।କୁହାଯାଉଛି ଯେ ଦୁହେଁ ଗତ କିଛି ବର୍ଷ ଧରି ପରସ୍ପରଙ୍କୁ ଡେଟିଂ କରୁଥିଲେ।ସେ ଏପର୍ଯ୍ୟନ୍ତ ତାଙ୍କର ବିବାହକୁ ଘୋଷଣା କରିନାହାଁନ୍ତି, କିନ୍ତୁ ସେମାନଙ୍କ ହନିମୁନ୍‌ର କିଛି ଭିଡିଓ ଏବଂ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଯାହା ପରେ ପ୍ରଶଂସକମାନେ ଟୋନୀ ବେଗ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।ରିପୋର୍ଟ ଅନୁଯାୟୀ ନର୍ଗିସ୍ ତାଙ୍କର ଦୀର୍ଘ ଦିନର ପ୍ରେମିକ ଟୋନି ବେଗଙ୍କୁ ବିବାହ କରିଛନ୍ତି। ଏହି ବିବାହ ଆମେରିକାର ଲସ୍ ଆଞ୍ଜେଲସ୍‌ରେ ହୋଇଥିଲା। ବିବାହର କୌଣସି ଫଟୋଗ୍ରାଫ୍ ଉଠାଯାଇ ନାହିଁ। ଏହା ଏକ ଅତ୍ୟନ୍ତ ବ୍ୟକ୍ତିଗତ ସମାରୋହ ଥିଲା । ଯେଉଁଥିରେ କେବଳ ନିକଟତର ବନ୍ଧୁ ଏବଂ ପରିବାରର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।  ଏହି ଖବର ପରେ ଲୋକମାନେ ନର୍ଗିସ୍‌ଙ୍କ ବିବାହକୁ ନେଇ ଆଲୋଚନା କରୁଛନ୍ତି। ଅନ୍ୟପକ୍ଷରେ ଅଭିନେତ୍ରୀ ବିବ

ଲୁଚିଛପି ବିବାହ କଲେ ନର୍ଗିସ୍ ଫଖ୍‌ରୀ, କିଏ ସେ ଅଭିନେତ୍ରୀଙ୍କ ସ୍ଵାମୀ ଟୋନି ବେଗ୍ ?

ମୁମ୍ଵାଇ ୨୩।୦୨; ବଲିଉଡ୍‌ ଅଭିନେତ୍ରୀ ନର୍ଗିସ୍‌ ଫଖରୀ । ବର୍ତ୍ତମାନ ସେ ବଡ଼ ପରଦାରୁ ଦୂରରେ ଅଛନ୍ତି। କିନ୍ତୁ ସେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍‌ ।  ହେଲେ ଏବେ ନର୍ଗିସ୍‌ ଚର୍ଚ୍ଚାକୁ ଆସିଛନ୍ତି। ସେ ଲୁଚିଛପି ବିବାହ କରିଥିବା ନେଇ ଖବର ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି । ଯେଉଁଥିରେ ଦାବି କରାଯାଉଛି ଯେ ନର୍ଗିସ ବିବାହ କରିଛନ୍ତି। କେବଳ ଏତିକି ନୁହେଁ, ବିବାହର ସମସ୍ତ ଫଟୋ ମଧ୍ୟ Reddit ପୋଷ୍ଟରେ ଦେଖିବାକୁ ମିଳିଛି।

କୁହାଯାଉଛି ଯେ ଦୁହେଁ ଗତ କିଛି ବର୍ଷ ଧରି ପରସ୍ପରଙ୍କୁ ଡେଟିଂ କରୁଥିଲେ।ସେ ଏପର୍ଯ୍ୟନ୍ତ ତାଙ୍କର ବିବାହକୁ ଘୋଷଣା କରିନାହାଁନ୍ତି, କିନ୍ତୁ ସେମାନଙ୍କ ହନିମୁନ୍‌ର କିଛି ଭିଡିଓ ଏବଂ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଯାହା ପରେ ପ୍ରଶଂସକମାନେ ଟୋନୀ ବେଗ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ରିପୋର୍ଟ ଅନୁଯାୟୀ ନର୍ଗିସ୍ ତାଙ୍କର ଦୀର୍ଘ ଦିନର ପ୍ରେମିକ ଟୋନି ବେଗଙ୍କୁ ବିବାହ କରିଛନ୍ତି। ଏହି ବିବାହ ଆମେରିକାର ଲସ୍ ଆଞ୍ଜେଲସ୍‌ରେ ହୋଇଥିଲା। ବିବାହର କୌଣସି ଫଟୋଗ୍ରାଫ୍ ଉଠାଯାଇ ନାହିଁ। ଏହା ଏକ ଅତ୍ୟନ୍ତ ବ୍ୟକ୍ତିଗତ ସମାରୋହ ଥିଲା । ଯେଉଁଥିରେ କେବଳ ନିକଟତର ବନ୍ଧୁ ଏବଂ ପରିବାରର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।  ଏହି ଖବର ପରେ ଲୋକମାନେ ନର୍ଗିସ୍‌ଙ୍କ ବିବାହକୁ ନେଇ ଆଲୋଚନା କରୁଛନ୍ତି। ଅନ୍ୟପକ୍ଷରେ ଅଭିନେତ୍ରୀ ବିବାହ ପ୍ରସଙ୍ଗରେ ନୀରବତା ବଜାୟ ରଖିଛନ୍ତି।


Nargis Fakhri is married to her bf Tony Beig
byu/ExtraStudy1399 inBollyBlindsNGossip

ଭାଇରାଲ୍ ଫଟୋଗୁଡ଼ିକରେ, ଏକ ବିଶାଳ ୧୦ ଥାକିଆ କେକ ଉପରେ 'ହାପି ମ୍ୟାରେଡ୍ ଲାଇଫ୍' ଲେଖାଯାଇଛି। ଏହି କେକରେ ଟି.ବି. ଏବଂ ଏନ.ଏଫ. ଲେଖାଯାଇଛି । ଦ୍ୱିତୀୟ ଫଟୋରେ, ପାମ୍ଫଲେଟରେ ନର୍ଗିସ ଏବଂ ଟୋନିଙ୍କ ନାମର ପ୍ରଥମ ଦୁଇଟି ନାମ ଲେଖାଯାଇଛି। ତୃତୀୟ ଫଟୋରେ ନର୍ଗିସଙ୍କ ଫଟୋ ଦେଖାଯାଉଛି। ଅନ୍ୟଏକ ଫଟୋରେ ମୁଦି ଥିବା ନଜର ଆସିଛି। ଯାହା ତାଙ୍କ ଗୁପ୍ତ ବିବାହର ପ୍ରମାଣ। 

କପଲ ସ୍ୱିଜରଲ୍ୟାଣ୍ଡରେ ହନିମୁନ ଉପଭୋଗ କରୁଛନ୍ତି?

ନବ ବିବାହିତ ଦମ୍ପତି ବର୍ତ୍ତମାନ ସେମାନଙ୍କର ହନିମୁନ ଉପଭୋଗ କରୁଛନ୍ତି। ନର୍ଗିସ୍ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସ୍ୱିଜରଲ୍ୟାଣ୍ଡର ଅନେକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ, ଦୁହେଁ କ୍ୟାମେରାକୁ ଚାହିଁ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା, ନର୍ଗିସ୍ ଏବଂ ଟୋନି ଅଫିସିଆଲି ଭାବରେ ସେମାନଙ୍କ ବିବାହ କନଫର୍ମ କରିନାହାଁନ୍ତି।

ଟୋନି ବେଗ୍ କିଏ?

ଟୋନି ବେଗ୍ କାଶ୍ମୀରର ବାସିନ୍ଦା। ଟୋନି ବେଗଙ୍କ ବାପାଙ୍କ ନାମ ଶକିଲ ଅହମ୍ମଦ ବେଗ। ଶକିଲ ଅହମ୍ମଦ ବେଗ୍ ଜମ୍ମୁ ଓ କାଶ୍ମୀରର ଡେପୁଟି ଇନ୍ସପେକ୍ଟର ଜେନେରାଲ ଥିଲେ। ସେ ତାଙ୍କ ଭାଇ ଟେଲିଭିଜନ ପ୍ରଯୋଜକ ଜନି ବେଗଙ୍କ ମାଧ୍ୟମରେ ମନୋରଞ୍ଜନ ଶିଳ୍ପ ସହିତ ମଧ୍ୟ ଜଡିତ। ବର୍ତ୍ତମାନ ଟୋନି ଆମେରିକାରେ ରୁହନ୍ତି। ସେ ୨୦୦୬ ମସିହାରେ ଆରମ୍ଭ ହୋଇଥିବା ଡିଓଜ୍ ଗ୍ରୁପ୍‌ର ପ୍ରତିଷ୍ଠାତା। ସେବେଠାରୁ, ସେ ବ୍ୟବସାୟ ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। 

ଟୋନି ବେଗ୍ ନର୍ଗିସଙ୍କ ଠାରୁ ସାନ

ନର୍ଗିସ୍ ଫାଖରୀଙ୍କ ଜନ୍ମ ୨୦ ଅକ୍ଟୋବର ୧୯୭୯ରେ ନ୍ୟୁୟର୍କର କୁଇନ୍ସ ସିଟିରେ ହୋଇଥିଲା। ୨୦୨୫ ମସିହାରେ ତାଙ୍କର ବୟସ ୪୬ ବର୍ଷ ହେବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଟୋନି ବେଗ୍ ୧୯୮୪ ମସିହାରେ କାଶ୍ମୀରରେ ଜନ୍ମଗ୍ରହଣ କରିଥିଲେ। ଏହାର ଅର୍ଥ ସେ ନର୍ଗିସଙ୍କଠାରୁ ପ୍ରାୟ ୫ବର୍ଷ ସାନ।