ଲୁଟ୍ର ୧୫ ଦିନ ପରେ ଧରାପଡିଲେ ୨ ଲୁଟେରା, ନଗଦ ଟଙ୍କା ସହ ବାଇକ୍ ଜବତ
ଆଠଗଡ଼ ୫।୪: ୧୫ ଦିନ ପରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ । ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ କରିଥିବା ଦୁଇ ଲୁଟେରା ଗିରଫ । ଲୁଟେରାଙ୍କୁ ଗିରଫ କରିଛି ବଡ଼ମ୍ବା ପୋଲିସର ସ୍ଵତନ୍ତ୍ର ଟିମ୍ । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ସୁରେଶ ଦାସ ଏବଂ କୋଟିନାଡ଼ା ଥାନା ଅନ୍ତର୍ଗତ ଏ. ସନ୍ତୋଷ ।ସୂଚନାଯୋଗ୍ୟ ଯେ, କଟକ ବଡ଼ମ୍ବା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ସମାନ ଢଙ୍ଗରେ ମୋଟର ସାଇକେଲ ଡିକି ଭାଙ୍ଗି ୮୦ ହଜାର ଟଙ୍କା ଲୁଟ୍ ନେଇ ଅଭିଯୋଗ ହୋଇଥିଲା । ତଦନ୍ତ ପାଇଁ ବଡ଼ମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ୱରେ ଗଠନ ହୋଇଥିଲା ସ୍ବତନ୍ତ୍ର ଟିମ୍ । ଏହି ଟିମ୍ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ନଗଦ ୫୦ ହଜାର ଟଙ୍କା ସହିତ ଲୁଟ୍ରେ ବ୍ୟବହୃତ କିଛି ଯନ୍ତ୍ରାଂଶ ଏବଂ ଏକ ମୋଟର ସାଇକେଲକୁ ଜବତ କରାଯାଇଥିଲା । ଏହି ଲୁଟ୍ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି, ସେମାନଙ୍କ ଗୋଷ୍ଠୀରେ ଅନ୍ୟ କିଏ ରହିଛନ୍ତି ସେନେଇ ପଚରାଉଚରା ଚାଲିଛି । ଏନେଇ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ୱଜିତ ମହାନ୍ତି ସୂଚନା ଦେଇଛନ୍ତି ।You Can Read:ବିଜେଡି ସ୍ୱାର୍ଥ ବିରୋଧରେ ବିନା ଅଧିକାରରେ ଏକ ତରଫା ଭାବେ କାମ କରିଛନ୍ତି ସସ୍ମିତ : ଗଣେଶ୍ବର
ଆଠଗଡ଼ ୫।୪: ୧୫ ଦିନ ପରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ । ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ କରିଥିବା ଦୁଇ ଲୁଟେରା ଗିରଫ । ଲୁଟେରାଙ୍କୁ ଗିରଫ କରିଛି ବଡ଼ମ୍ବା ପୋଲିସର ସ୍ଵତନ୍ତ୍ର ଟିମ୍ । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ସୁରେଶ ଦାସ ଏବଂ କୋଟିନାଡ଼ା ଥାନା ଅନ୍ତର୍ଗତ ଏ. ସନ୍ତୋଷ ।
ସୂଚନାଯୋଗ୍ୟ ଯେ, କଟକ ବଡ଼ମ୍ବା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ସମାନ ଢଙ୍ଗରେ ମୋଟର ସାଇକେଲ ଡିକି ଭାଙ୍ଗି ୮୦ ହଜାର ଟଙ୍କା ଲୁଟ୍ ନେଇ ଅଭିଯୋଗ ହୋଇଥିଲା । ତଦନ୍ତ ପାଇଁ ବଡ଼ମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ୱରେ ଗଠନ ହୋଇଥିଲା ସ୍ବତନ୍ତ୍ର ଟିମ୍ । ଏହି ଟିମ୍ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ନଗଦ ୫୦ ହଜାର ଟଙ୍କା ସହିତ ଲୁଟ୍ରେ ବ୍ୟବହୃତ କିଛି ଯନ୍ତ୍ରାଂଶ ଏବଂ ଏକ ମୋଟର ସାଇକେଲକୁ ଜବତ କରାଯାଇଥିଲା । ଏହି ଲୁଟ୍ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି, ସେମାନଙ୍କ ଗୋଷ୍ଠୀରେ ଅନ୍ୟ କିଏ ରହିଛନ୍ତି ସେନେଇ ପଚରାଉଚରା ଚାଲିଛି । ଏନେଇ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ୱଜିତ ମହାନ୍ତି ସୂଚନା ଦେଇଛନ୍ତି ।
You Can Read:
ବିଜେଡି ସ୍ୱାର୍ଥ ବିରୋଧରେ ବିନା ଅଧିକାରରେ ଏକ ତରଫା ଭାବେ କାମ କରିଛନ୍ତି ସସ୍ମିତ : ଗଣେଶ୍ବର