ଲୁଣା ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ, ଖୋଜୁଛି ଅଗ୍ନିଶମ ବାହିନୀ

ମାର୍ଶାଘାଇ ୨୫।୭: ଲୁଣା ନଦୀକୁ ଗାଧୋଇବାକୁ ଯାଇଥିବା ଯୁବକ ପାଣିରେ ଭାସିଯାଇ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଣକ ମାର୍ଶାଘାଇ ଥାନା ବଡକୁଳ ଗାଁର ନିରଞ୍ଜନ ରାଉତ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ବଡକୁଳ ଗାଁର ନିରଞ୍ଜନ ରାଉତ ଗୁରୁବାର ସକାଳେ ନିକଟସ୍ଥ ଲୁଣା ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ନଦୀ କୂଳରେ ଯାଉଥିବା ଲୋକ ନିରଞ୍ଜନ ଭାସି ଯାଉଥିବା ଦେଖି ଡାକ ପକାଇ ଥିଲେ । କିନ୍ତୁ ପାଖରେ କୌଣସି ଡଙ୍ଗା ନଥିବାରୁ ନିରଞ୍ଜନ କିଛି ବାଟ ଭାସି ଯିବା ପରେ ପାଣି ସ୍ରୋତରେ ସେ ବୁଡି ଯାଇଥିଲେ । ମାର୍ଶାଘାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଆସି ଖୋଜାଖୋଜି କରିବା ପରେ ବି ନିରଞ୍ଜନଙ୍କ କୌଣସି ପତ୍ତା ମିଳିନି । ନିରଞ୍ଜନ ଜଣେ ଦିନ ମଜୁରିଆ ଭାବେ ପାରାଦୀପ ଅଞ୍ଚଳରେ ଠିକାଦାରଙ୍କ ନିକଟରେ କାମ କରୁଥିବା ଜଣାପଡିଛି ।You Can Read:ମା’ ବାଉତୀ ମନ୍ଦିରରୁ ଚୋରି : ୩ ଗିରଫ, ୮ ରୁପା ଆଖି ଜବତ

ଲୁଣା ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ, ଖୋଜୁଛି ଅଗ୍ନିଶମ ବାହିନୀ

ମାର୍ଶାଘାଇ ୨୫ଲୁଣା ନଦୀକୁ ଗାଧୋଇବାକୁ ଯାଇଥିବା ଯୁବକ ପାଣିରେ ଭାସିଯାଇ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଣକ ମାର୍ଶାଘାଇ ଥାନା ବଡକୁଳ ଗାଁର ନିରଞ୍ଜନ ରାଉତ ବୋଲି ଜଣାପଡିଛି । 

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ବଡକୁଳ ଗାଁର ନିରଞ୍ଜନ ରାଉତ ଗୁରୁବାର ସକାଳେ ନିକଟସ୍ଥ ଲୁଣା ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ନଦୀ କୂଳରେ ଯାଉଥିବା ଲୋକ ନିରଞ୍ଜନ ଭାସି ଯାଉଥିବା ଦେଖି ଡାକ ପକାଇ ଥିଲେ । କିନ୍ତୁ ପାଖରେ କୌଣସି ଡଙ୍ଗା ନଥିବାରୁ ନିରଞ୍ଜନ କିଛି ବାଟ ଭାସି ଯିବା ପରେ ପାଣି ସ୍ରୋତରେ ସେ ବୁଡି ଯାଇଥିଲେ । ମାର୍ଶାଘାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଆସି ଖୋଜାଖୋଜି କରିବା ପରେ ବି ନିରଞ୍ଜନଙ୍କ କୌଣସି ପତ୍ତା ମିଳିନି । ନିରଞ୍ଜନ ଜଣେ ଦିନ ମଜୁରିଆ ଭାବେ ପାରାଦୀପ ଅଞ୍ଚଳରେ ଠିକାଦାରଙ୍କ ନିକଟରେ କାମ କରୁଥିବା ଜଣାପଡିଛି ।

You Can Read:

ମା’ ବାଉତୀ ମନ୍ଦିରରୁ ଚୋରି : ୩ ଗିରଫ, ୮ ରୁପା ଆଖି ଜବତ