ଲୁନାର ଟ୍ରେଲ୍ବ୍ଲେଜର ଅର୍ବିଟର ସଫଳ ଉତ୍କ୍ଷେପଣ; ଚନ୍ଦ୍ରପୃଷ୍ଠରେ ପାଣି ସନ୍ଧାନରେ ନାସା
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପାଣି ଖୋଜୁଛି ନାସା । ଜହ୍ନରେ ପାଣି ଖୋଜିବାକୁ ଏକ ସ୍ବତନ୍ତ୍ର ଉପଗ୍ରହ ପଠାଇଛି ଆମେରିକା ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର । ବୁଧବାର ଏହାକୁ ଫ୍ଲୋରିଡ଼ାରୁ ଲଞ୍ଚ କରାଯାଇଛି । ସ୍ପେଶ୍ ଏକ୍ସ ଫାଲକନ୍ ନାଇନ୍ ରକେଟ୍ ସାହାଯ୍ୟରେ କେନେଡି ସ୍ପେଶ ସେଣ୍ଟରରୁ ସାଟେଲାଇଟ୍କୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। ଏହି ଉପଗ୍ରହର ନାମ ଲୁନାର ଟ୍ରେଲ୍ବ୍ଲେଜର ଅର୍ବିଟର ରହିଛି । ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ କରିବ। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଚନ୍ଦ୍ରପୃଷ୍ଠ ସାଧାରଣତଃ ଶୁଷ୍କ ବୋଲି ଧାରଣା ରହିଛି। ହେଲେ ନିକଟରେ ଅନେକ ଗବେଷଣାରେ ଅନୁମାନ କରାଯାଉଛି ଯେ ଚନ୍ଦ୍ରମାରେ ପାଣି ରହିଛି । ଆଗାମୀ ଦିନର ଅଧିକ ପରୀକ୍ଷଣ ପାଇଁ ଚନ୍ଦ୍ରପୃଷ୍ଠକୁ ମହାକାଶ ବିଜ୍ଞାନୀଙ୍କୁ ପଠାଇବାକୁ ଚିନ୍ତା କରାଯାଉଛି ।ଲୁନାର୍ ଟ୍ରେଲବ୍ଲେଜର ସାଟାଲେଇଟ୍ର ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ । ୨୦୦ କିଲୋ ଓଜନର ଏହି ଉପଗ୍ରହକୁ ସ୍ପେଶ୍ ଏକ୍ସ ଫାଲକନ-୯ ରକେଟ୍ ସାହାଯ୍ୟରେ ପଠାଇଛି । ଏହାକ ଦୈର୍ଘ୍ୟ ୧୧.୫ ଫୁଟ୍ । ଜହ୍ନରେ ସୂର୍ଯ୍ୟକିରଣ ପଡୁନଥିବା ସ୍ଥାନରେ ପାଣି ଥିବାର ଅନୁମାନ କରାଯାଉଛି । ବିଶେଷ କରି ଲୁନାର ପୋଲ୍ର ଥଣ୍ଡା ସ୍ଥାନରେ ବରଫ ଅବସ୍ଥାରେ ପାଣି ଥାଇପାରେ ବୋଲି ଆଶା କରାଯାଉଛି ।....
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ପାଣି ଖୋଜୁଛି ନାସା । ଜହ୍ନରେ ପାଣି ଖୋଜିବାକୁ ଏକ ସ୍ବତନ୍ତ୍ର ଉପଗ୍ରହ ପଠାଇଛି ଆମେରିକା ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର । ବୁଧବାର ଏହାକୁ ଫ୍ଲୋରିଡ଼ାରୁ ଲଞ୍ଚ କରାଯାଇଛି । ସ୍ପେଶ୍ ଏକ୍ସ ଫାଲକନ୍ ନାଇନ୍ ରକେଟ୍ ସାହାଯ୍ୟରେ କେନେଡି ସ୍ପେଶ ସେଣ୍ଟରରୁ ସାଟେଲାଇଟ୍କୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। ଏହି ଉପଗ୍ରହର ନାମ ଲୁନାର ଟ୍ରେଲ୍ବ୍ଲେଜର ଅର୍ବିଟର ରହିଛି । ସାଟେଲାଇଟ୍ ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ କରିବ।
ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଚନ୍ଦ୍ରପୃଷ୍ଠ ସାଧାରଣତଃ ଶୁଷ୍କ ବୋଲି ଧାରଣା ରହିଛି। ହେଲେ ନିକଟରେ ଅନେକ ଗବେଷଣାରେ ଅନୁମାନ କରାଯାଉଛି ଯେ ଚନ୍ଦ୍ରମାରେ ପାଣି ରହିଛି । ଆଗାମୀ ଦିନର ଅଧିକ ପରୀକ୍ଷଣ ପାଇଁ ଚନ୍ଦ୍ରପୃଷ୍ଠକୁ ମହାକାଶ ବିଜ୍ଞାନୀଙ୍କୁ ପଠାଇବାକୁ ଚିନ୍ତା କରାଯାଉଛି ।
ଲୁନାର୍ ଟ୍ରେଲବ୍ଲେଜର ସାଟାଲେଇଟ୍ର ଚନ୍ଦ୍ରପୃଷ୍ଠରେ ପାଣି ଖୋଜିବ । ୨୦୦ କିଲୋ ଓଜନର ଏହି ଉପଗ୍ରହକୁ ସ୍ପେଶ୍ ଏକ୍ସ ଫାଲକନ-୯ ରକେଟ୍ ସାହାଯ୍ୟରେ ପଠାଇଛି । ଏହାକ ଦୈର୍ଘ୍ୟ ୧୧.୫ ଫୁଟ୍ । ଜହ୍ନରେ ସୂର୍ଯ୍ୟକିରଣ ପଡୁନଥିବା ସ୍ଥାନରେ ପାଣି ଥିବାର ଅନୁମାନ କରାଯାଉଛି । ବିଶେଷ କରି ଲୁନାର ପୋଲ୍ର ଥଣ୍ଡା ସ୍ଥାନରେ ବରଫ ଅବସ୍ଥାରେ ପାଣି ଥାଇପାରେ ବୋଲି ଆଶା କରାଯାଉଛି ।....