ଲୁଲୁ ମହାପାତ୍ରଙ୍କ ୬୧ତମ ଜନ୍ମ ଜୟନ୍ତୀ, ଏ.କେ.ଦାସ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଦିବଂଗତ ନେତା ଲଲାଟେନ୍ଦୁ ବିଦ୍ୟାଦର ମହାପାତ୍ରଙ୍କ ୬୧ତମ ଜନ୍ମ ଜୟନ୍ତୀ ଶ୍ରଦ୍ଧାର ସହିତ ପାଳିତ ହୋଇଛି । ଭୁବନେଶ୍ବରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ପରିସରରେ ଏ.କେ.ଦାସ ଫାଉଣ୍ଡେସନ ଅନୁକୂଲ୍ୟରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅତିଥି ଭାବେ ଯୋଗ ଦେଇଥିଲେ । ଲୁଲୁ ମହାପାତ୍ର ଓଡ଼ିଶାର ଯୁବ ଏବଂ ଛାତ୍ରଙ୍କ ମଧ୍ୟରେ ନିଜର ଛାପ ଛାଡ଼ି ଯାଇଛନ୍ତି ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ।ଛାତ୍ର ଯୁବ ସମାଜ ପାଇଁ ଅନନ୍ୟ ପ୍ରେରଣା ଓ ଆଦର୍ଶ ଥିଲେ ସ୍ବର୍ଗତ ଲଲାଟୁନ୍ଦେ ବିଦ୍ୟାଧର ମହାପାତ୍ର । ତାଙ୍କ ଶୂନ୍ୟ ସ୍ଥାନ ଆଜି ବି ଅପୂରଣୀୟ । କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଭୁବନେଶ୍ବର ବିଧାୟକ ବାବୁ ସିଂହ, ବ୍ରହ୍ମଗିରି ବିଧାୟିକା ତଥା ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର, ବାଙ୍ଗିରିପୋଷି ବିଧାୟକ ସଞ୍ଜଳି ମୁର୍ମୁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାଶ ଏବଂ ବିଶିଷ୍ଟ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ସାମିଲ ହୋଇଥିଲେ । ସମସ୍ତ ଅତିଥିଙ୍କ ଉପସ୍ଥିତିରେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ସ୍ମୃତିଚାରଣ ସଭା ଉଦଘାଟିତ ହୋଇଥିଲା । ଅପ୍ରମିତ ସାହସର ପ୍ରତୀକ ଭାବରେ ଲୁଲୁଙ୍କୁ ଓଡିଶାବାସୀ ଜାଣିଥିଲେ । ତାଙ୍କର ଦାମ୍ଭିକତା, ନିର୍ଭୀକତା, ସାହସ ଓ ରାଜନୀତିରେ

ଲୁଲୁ ମହାପାତ୍ରଙ୍କ ୬୧ତମ ଜନ୍ମ ଜୟନ୍ତୀ, ଏ.କେ.ଦାସ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ଦିବଂଗତ ନେତା ଲଲାଟେନ୍ଦୁ ବିଦ୍ୟାଦର ମହାପାତ୍ରଙ୍କ ୬୧ତମ ଜନ୍ମ ଜୟନ୍ତୀ ଶ୍ରଦ୍ଧାର ସହିତ ପାଳିତ ହୋଇଛି । ଭୁବନେଶ୍ବରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ପରିସରରେ ଏ.କେ.ଦାସ ଫାଉଣ୍ଡେସନ ଅନୁକୂଲ୍ୟରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅତିଥି ଭାବେ ଯୋଗ ଦେଇଥିଲେ । ଲୁଲୁ ମହାପାତ୍ର ଓଡ଼ିଶାର ଯୁବ ଏବଂ ଛାତ୍ରଙ୍କ ମଧ୍ୟରେ ନିଜର ଛାପ ଛାଡ଼ି ଯାଇଛନ୍ତି ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ।

ଛାତ୍ର ଯୁବ ସମାଜ ପାଇଁ ଅନନ୍ୟ ପ୍ରେରଣା ଓ ଆଦର୍ଶ ଥିଲେ ସ୍ବର୍ଗତ ଲଲାଟୁନ୍ଦେ ବିଦ୍ୟାଧର ମହାପାତ୍ର । ତାଙ୍କ ଶୂନ୍ୟ ସ୍ଥାନ ଆଜି ବି ଅପୂରଣୀୟ । କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଭୁବନେଶ୍ବର ବିଧାୟକ ବାବୁ ସିଂହ, ବ୍ରହ୍ମଗିରି ବିଧାୟିକା ତଥା ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର, ବାଙ୍ଗିରିପୋଷି ବିଧାୟକ ସଞ୍ଜଳି ମୁର୍ମୁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାଶ ଏବଂ ବିଶିଷ୍ଟ ରାଜନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ସାମିଲ ହୋଇଥିଲେ । ସମସ୍ତ ଅତିଥିଙ୍କ ଉପସ୍ଥିତିରେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ସ୍ମୃତିଚାରଣ ସଭା ଉଦଘାଟିତ ହୋଇଥିଲା । 

ଅପ୍ରମିତ ସାହସର ପ୍ରତୀକ ଭାବରେ ଲୁଲୁଙ୍କୁ ଓଡିଶାବାସୀ ଜାଣିଥିଲେ । ତାଙ୍କର ଦାମ୍ଭିକତା, ନିର୍ଭୀକତା, ସାହସ ଓ ରାଜନୀତିରେ ଦୁଃସାହସିକତା ପ୍ରଦର୍ଶନ କରିବାର ପ୍ରବଣତା ତାଙ୍କୁ ଅନନ୍ୟ ନେତାର ଗୌରବ ପ୍ରଦାନ କରିଥିଲା । ଘନିଷ୍ଠ ସହଯୋଗୀ ତଥା ଅନ୍ତରଙ୍ଗ ବନ୍ଧୁ ଅମୀୟ କାନ୍ତ ଦାସ, ଲୁଲୁଙ୍କୁ ମନେ ପକାଇ କହିଛନ୍ତି, 'ଆମ ଭିତରେ ୩୦ ବର୍ଷର ସମ୍ପର୍କ ଥିଲା । ଲୁଲୁଙ୍କ ଆଦର୍ଶକୁ ଆଗକୁ ବଢାଇବା ସହ ତାଙ୍କ ଅନୁପସ୍ଥିତିରେ ତାଙ୍କର ଯୁବ ସଂଗଠନକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛି ।'

ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଏକ ମେଗା ରକ୍ତ ଦାନ ଶିବିର ଆୟୋଜନ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଲୁଲୁ ପ୍ରେମୀ ଛାତ୍ର ଓ ଯୁବକ ମାନେ ଏଥିରେ ସାମିଲ ହୋଇଥିଲେ । ଏହି ରକ୍ତ ଦାନ ଶିବିରରେ ଶହେ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଛି । ଏହି ଆୟୋଜନ ପାଇଁ ଉପସ୍ଥିତ ବରେଣ୍ୟ ବ୍ୟକ୍ତିବିଶେଷ, ଲୁଲୁ ମହାପାତ୍ରଙ୍କ ଘନିଷ୍ଠ ଅମୀୟ କାନ୍ତ ଦାସଙ୍କୁ ସାଧୁବାଦ ଜଣାଇଥିଲେ ।