ଲୁହାଛଡ଼ରେ ପିଟିପିଟି ଯୁବକଙ୍କୁ ମାରିଦେଲେ
ରାଉରକେଲା,୧୩।୨: ରାଉରକେଲା ବନ୍ଧମୁଣ୍ଡା ସେକ୍ଟର- ଏ ସ୍ଥତି ରେଲୱେ କ୍ୱାର୍ଟସରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ କେତେଜଣ ଯୁବକ ଲୁହା ଛଡ଼ରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ ଅମର ତନ୍ତୀ(୨୨)। ହେଲେ ହତ୍ୟାର କାରଣ ଜଣାପଡି ନାହିଁ। ବନ୍ଧମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଥାନାରେ […] The post ଲୁହାଛଡ଼ରେ ପିଟିପିଟି ଯୁବକଙ୍କୁ ମାରିଦେଲେ appeared first on Dharitri Odia News.
ରାଉରକେଲା,୧୩।୨: ରାଉରକେଲା ବନ୍ଧମୁଣ୍ଡା ସେକ୍ଟର- ଏ ସ୍ଥତି ରେଲୱେ କ୍ୱାର୍ଟସରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ କେତେଜଣ ଯୁବକ ଲୁହା ଛଡ଼ରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ ଅମର ତନ୍ତୀ(୨୨)। ହେଲେ ହତ୍ୟାର କାରଣ ଜଣାପଡି ନାହିଁ। ବନ୍ଧମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ବନ୍ଧମୁଣ୍ଡା ସେକ୍ଟର-ଏରେ ରହୁଥିବା ଏକ ପରିବାର ଅମରଙ୍କୁ ଘର ଚାବି ଦେଇ ଗାଁକୁ ଯାଇଥିଲେ। ହେଲେ ରବିବାର ବିଳମ୍ବିତ ରାତିରେ କେତେକ ଯୁବକ କ୍ୱାର୍ଟସରେ ପଶି ଅମରଙ୍କୁ ଲୁହାଛଡ଼ରେ ଅତର୍କିତ ଆକ୍ରମଣ କରିଥିଲେ। ପରେ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହ ପୋଲିସ ଅମରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
The post ଲୁହାଛଡ଼ରେ ପିଟିପିଟି ଯୁବକଙ୍କୁ ମାରିଦେଲେ appeared first on Dharitri Odia News.