ଲାଞ୍ଜିଗଡ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି: ସହଯୋଗ କାମନା କଲେ ବିଡିଓ

ଲାଞ୍ଜିଗଡ,୨୭।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ପଞ୍ଚାୟତ  ସମିତି ସଭାଗୃହଠାରେ ଲାଞ୍ଜିଗଡ ବଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ  କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କଳା ସଂସ୍କୃତି ଐତିହ ପରମ୍ପରା ଲୋକବାଦ୍ୟ ଓ ଲୋକ ଗୀତର ବାର୍ତ୍ତାବହ ହେଉଛି କଳାହାଣ୍ଡି ଉତ୍ସବ। କଳାହାଣ୍ଡି ଜିଲାର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ହୁଏ ଏହି କଳାହାଣ୍ଡି ଉତ୍ସବ […] The post ଲାଞ୍ଜିଗଡ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି: ସହଯୋଗ କାମନା କଲେ ବିଡିଓ appeared first on Dharitri Odia News.

ଲାଞ୍ଜିଗଡ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି: ସହଯୋଗ କାମନା କଲେ ବିଡିଓ
ଲାଞ୍ଜିଗଡ,୨୭।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ପଞ୍ଚାୟତ  ସମିତି ସଭାଗୃହଠାରେ ଲାଞ୍ଜିଗଡ ବଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ  କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କଳା ସଂସ୍କୃତି ଐତିହ ପରମ୍ପରା ଲୋକବାଦ୍ୟ ଓ ଲୋକ ଗୀତର ବାର୍ତ୍ତାବହ ହେଉଛି କଳାହାଣ୍ଡି ଉତ୍ସବ। କଳାହାଣ୍ଡି ଜିଲାର ଲୁପ୍ତ ପାଇଯାଉଥିବା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ହୁଏ ଏହି କଳାହାଣ୍ଡି ଉତ୍ସବ ‘ଘୁମୁରା’। ଏହି ଉତ୍ସବ ପ୍ରଥମେ ପଞ୍ଚାୟତ ସ୍ତରରେ ପାଳନ କରାଯାଇ ଥାଏ ଓ ପରେ ବ୍ଲକ ସ୍ତରୀୟ ଏବଂ ଶେଷରେ ଜାନୁଆରୀ ୧୪ତାରିଖରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ କରାଯାଇଥାଏ।
ପ୍ରସ୍ତୁତି ବୈଠକରେ ଚଳିତ କଳାହାଣ୍ଡି ଉତ୍ସବ କିଭଳି ଏହାର ପ୍ରଚାର ପ୍ରସାର ସୁଚାରୁ ରୂପେ ହେବ ଏବଂ କେମିତି ଉତ୍ସବ ଆୟୋଜନ କରାଯିବା ଏବଂ କାର୍ଯକ୍ରମ କିପରି ଅଧିକ ଆକର୍ଷଣୀୟ ହେବ ସେ ବିଷୟରେ ଆଲୋଚନା କରାଯାଇ ବିଡିଓ ଶଶାଙ୍କ ପାତ୍ର ସମସ୍ତଙ୍କର ସହଯୋଗ କାମନା କରିଥିଲେ।
ସେହିପରି ଚଳିତ ମାସ ୨୪ ଠାରୁ ଜାନୁଆରୀ ୫ ତାରିଖ ଭିତରେ ବ୍ଲକର ୨୬ ଗୋଟି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଉତ୍ସବ ପାଳନ କରାଯିବ। ଜାନୁଆରୀ ୬ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବ୍ଲକ ସ୍ତରୀୟ ଘୁମୁରା କାର୍ଯକ୍ରମ ଅନୁଷ୍ଠିତ ହେବ।  ଏହାର ପରିଚାଳନା ପାଇଁ ମୂଖ୍ୟ କମିଟି ଓ ଉପକମିଟି ଚୟନ କରାଯାଇଥିଲା I
ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବିଧାୟକ ପ୍ରତିନିଧି ପ୍ରଦିପ କୁମାର ଘଢେଇ, ଅତିରିକ୍ତ ତହସିଲଦାର ସୁରେଶ ସାହୁ, ବ୍ଲକ କୃଷି ଅଧିକାରୀ ଦେବୀପ୍ରସାଦ ପୃଷ୍ଟି, ସମନୱିତ ଶିଶୁ ବିକାଶ ଅଧିକାରୀଣୀ ବିଜୟଶ୍ରୀ ସିଂ, ଏସିଏଫ ନରୋତ୍ତମ ମାଝୀ , ଜିପିଇଓ ପ୍ରଦିପ କୁମାର ଠାକୁର, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପଙ୍କଜ ବଳିୟାର ସିଂହ, ସମିତି ସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆ, ସମ୍ପାଦକ ମନୋହର ହରପାଲ, ସରପଞ୍ଚ ସଂଘ ସଭାପତି ସାନ୍ଦୃ ମାଝୀ, ବିଆରସି ଭରତ ଭୂଷଣ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀବି ଏସଏସଓ ଅରବିନ୍ଦ ମହାପାତ୍ର, ବଳରାମ ବେହେରା, ରଘୁବୀର ନାଗ, ପିଇ ଡବଲ୍ୟୁ ମିଡ଼ିଆ ଆସୋସିଏଶନ ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ଲାଞ୍ଜିଗଡ ପ୍ରେସ କ୍ଲବ ସଭାପତି ସୁଶିଲ କୁମାର ବାଗ ସମେତ ସମସ୍ତ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ରହି କଳାହାଣ୍ଡି ଉତ୍ସବ ପାଳନ ଉପରେ ଆଲୋଚନା କରି ମୂଖ୍ୟ କମିଟି ଓ ଉପକମିଟିଙ୍କୁ ବିଭିନ୍ନ ଦାୟିତ୍ ଦିଆଯାଇଥିବା ଜଣାପଡିଛି।

The post ଲାଞ୍ଜିଗଡ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି: ସହଯୋଗ କାମନା କଲେ ବିଡିଓ appeared first on Dharitri Odia News.