ଲୁହାରଡ୍‌ ଚୋରି କରି ଜେଲ୍‌ ଗଲେ ୮

କେସିଙ୍ଗା,୧୩ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଡୁମେର ମୁଣ୍ଡା ଗ୍ରାମସ୍ଥିତ କେସିଙ୍ଗା ଏନ୍‌ଏସିର ଆବର୍ଜନା ଗୃହଠାରୁ ଲୁହାରଡ୍‌ ଚୋରି ଘଟଣାରେ ୮ଜଣ ଚୋରଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ଗତ ୧୦ ତାରିଖରେ ଚୋରି ହୋଇଥିବା ନେଇ ଗତ ୧୧ ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ କେନ୍ଦ୍ର କରି କେସିଙ୍ଗା ଥାନାର ଏଏସ୍‌ଆଇ ଡି.ମୋହନ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅଭିଯୋଗର ୨୪ ଘଣ୍ଟା ଭିତରେ ଗତକାଲି ଚୋରି ଘଟଣାରେ ସଂପୃକ୍ତ […] The post ଲୁହାରଡ୍‌ ଚୋରି କରି ଜେଲ୍‌ ଗଲେ ୮ appeared first on Dharitri Odia News.

ଲୁହାରଡ୍‌ ଚୋରି କରି ଜେଲ୍‌ ଗଲେ ୮

କେସିଙ୍ଗା,୧୩ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଡୁମେର ମୁଣ୍ଡା ଗ୍ରାମସ୍ଥିତ କେସିଙ୍ଗା ଏନ୍‌ଏସିର ଆବର୍ଜନା ଗୃହଠାରୁ ଲୁହାରଡ୍‌ ଚୋରି ଘଟଣାରେ ୮ଜଣ ଚୋରଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ଗତ ୧୦ ତାରିଖରେ ଚୋରି ହୋଇଥିବା ନେଇ ଗତ ୧୧ ତାରିଖରେ କେସିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ କେନ୍ଦ୍ର କରି କେସିଙ୍ଗା ଥାନାର ଏଏସ୍‌ଆଇ ଡି.ମୋହନ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଅଭିଯୋଗର ୨୪ ଘଣ୍ଟା ଭିତରେ ଗତକାଲି ଚୋରି ଘଟଣାରେ ସଂପୃକ୍ତ ଥିବା ୮ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକମାନେ ହେଲେ ଛବି ତାଣ୍ଡି(୨୯)। କାମଦେବ ସୁନା(୨୦), ଲିଙ୍ଗ ସୁନା (୩୨), ସୁନ୍ଦର ସିଂ ହରିଜନ(୨୩, ଧର୍ମେନ୍ଦ୍ର ହରିଜନ(୩୦), ସୀତାକାନ୍ତ କରୁଆଁ(୨୦), ଜିତେନ୍ଦ୍ର ହରିଜନ(୨୭) ଓ ପ୍ରଫୁଲ୍ଲ ପାୟା ସିଂ (୩୬)। ଏମାନଙ୍କ ମଧ୍ୟରୁ ୭ ଜଣ ଦୁମେରମୁଣ୍ଡା ଗ୍ରାମର ବାସିନ୍ଦା ହୋଇଥିବାବେଳେ ଜଣେ ସିରୋଲ ଗାଁର ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ୭ ବଣ୍ଡଲ ଲୁହାରଡ୍‌ ଓ ଗୋଟିଏ କଟର ମେଶିନ ଜବତ କରିଛି ପୋଲିସ । ୮ ଜଣ ଚୋରଙ୍କର ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି।

The post ଲୁହାରଡ୍‌ ଚୋରି କରି ଜେଲ୍‌ ଗଲେ ୮ appeared first on Dharitri Odia News.