ଲୁହାରେ ତିଆରି କେଜରିଓ୍ୱାଲ୍, ଲୋକଙ୍କ ସମର୍ଥନ ତାଙ୍କ ସହ ଅଛି: ସୁନୀତା କହିଲେ CMଙ୍କ ବାର୍ତ୍ତା

ନୂଆଦିଲ୍ଲୀ ୨୩/୦୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମ ଅରବିନ୍ଦ କେଜ୍ରିଓ୍ୱାଲ । କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରିମାଣ୍ଡରେ ନେଇଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ତାଙ୍କ ସ୍ୱାମୀ ତଥା ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୁହଁ ଖୋଲିଛନ୍ତି । ଇଡି ହେପାଜତରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଲିଖିତ ବାର୍ତ୍ତାକୁ ଲୋକଙ୍କ ଆଗରେ ସାର୍ବଜନୀନ କରିଛନ୍ତି ସୁନୀତା । ସେ କହିଛନ୍ତି ମୁଁ ବହୁତ ସଂଘର୍ଷ କରିଛି, ଏହି ଗିରଫଦାରୀ ମୋତେ ଆଶ୍ଚର୍ଯ୍ୟ ଲାଗୁନାହିଁ । କାରଣ ମୋ ଜୀବନ ହିଁ ସଂଘର୍ଷମୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ କେଜ୍ରିୱାଲ ଏମିତି ସେମିତି ମଣିଷ ନୁହଁ । ସେ ଲୁହାରେ ତିଆରି, ବହୁତ ଶକ୍ତ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଶନିବାର ତାଙ୍କ ଭିଡିଓ ବିବୃତ୍ତି ଜାରି କରି କହିଛନ୍ତି । ଆପଣଙ୍କ ପୁଅ ଏବଂ ଆପଣଙ୍କ ଭାଇ କେଜ୍ରିୱାଲ (ଅରବିନ୍ଦ) ଜେଲରୁ ଆପଣଙ୍କ ପାଇଁ ଏକ ବାର୍ତ୍ତା ପଠାଇଛନ୍ତି । ସେ କହିଛନ୍ତି, ମୋର ପ୍ରିୟ ଦେଶବାସୀ, ମୁଁ, ଅରବିନ୍ଦ କେଜ୍ରିୱାଲ ଆପଣଙ୍କ ମୁଖ୍ୟମନ୍ତ୍ରୀ । ମୁଁ ଜେଲ୍ ଭିତରେ ବା ବାହାରେ ଯେଉଁଠି ରୁହେ । ମୁଁ ପ୍ରତି ମୁହୂର୍ତ୍ତରେ ଦେଶର ସେବା ଜାରି ରଖିବି। ସେ ଆହୁରି କହିଛନ୍ତି ଦିନେ ନା ଦିନେ ମୁଁ ଜେଲ୍‌

ଲୁହାରେ ତିଆରି କେଜରିଓ୍ୱାଲ୍, ଲୋକଙ୍କ ସମର୍ଥନ ତାଙ୍କ ସହ ଅଛି: ସୁନୀତା କହିଲେ CMଙ୍କ ବାର୍ତ୍ତା

ନୂଆଦିଲ୍ଲୀ ୨୩/୦୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମ ଅରବିନ୍ଦ କେଜ୍ରିଓ୍ୱାଲ । କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରିମାଣ୍ଡରେ ନେଇଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ତାଙ୍କ ସ୍ୱାମୀ ତଥା ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୁହଁ ଖୋଲିଛନ୍ତି । 


ଇଡି ହେପାଜତରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଲିଖିତ ବାର୍ତ୍ତାକୁ ଲୋକଙ୍କ ଆଗରେ ସାର୍ବଜନୀନ କରିଛନ୍ତି ସୁନୀତା । ସେ କହିଛନ୍ତି ମୁଁ ବହୁତ ସଂଘର୍ଷ କରିଛି, ଏହି ଗିରଫଦାରୀ ମୋତେ ଆଶ୍ଚର୍ଯ୍ୟ ଲାଗୁନାହିଁ । କାରଣ ମୋ ଜୀବନ ହିଁ ସଂଘର୍ଷମୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ କେଜ୍ରିୱାଲ ଏମିତି ସେମିତି ମଣିଷ ନୁହଁ । ସେ ଲୁହାରେ ତିଆରି, ବହୁତ ଶକ୍ତ । 


ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଶନିବାର ତାଙ୍କ ଭିଡିଓ ବିବୃତ୍ତି ଜାରି କରି କହିଛନ୍ତି । ଆପଣଙ୍କ ପୁଅ ଏବଂ ଆପଣଙ୍କ ଭାଇ କେଜ୍ରିୱାଲ (ଅରବିନ୍ଦ) ଜେଲରୁ ଆପଣଙ୍କ ପାଇଁ ଏକ ବାର୍ତ୍ତା ପଠାଇଛନ୍ତି । ସେ କହିଛନ୍ତି, ମୋର ପ୍ରିୟ ଦେଶବାସୀ, ମୁଁ, ଅରବିନ୍ଦ କେଜ୍ରିୱାଲ ଆପଣଙ୍କ ମୁଖ୍ୟମନ୍ତ୍ରୀ । ମୁଁ ଜେଲ୍ ଭିତରେ ବା ବାହାରେ ଯେଉଁଠି ରୁହେ । ମୁଁ ପ୍ରତି ମୁହୂର୍ତ୍ତରେ ଦେଶର ସେବା ଜାରି ରଖିବି। ସେ ଆହୁରି କହିଛନ୍ତି ଦିନେ ନା ଦିନେ ମୁଁ ଜେଲ୍‌ରୁ ବାହାରକୁ ଆସିବି । ତଥାପି ମୁଁ ଦେଇଥିବା ପ୍ରତିଶୃତି ପୂରଣ କରିବି । 




ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପଢିବାବେଳେ ସୁନୀତା ଆହୁରି କହିଛନ୍ତି, “ମୋ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଦେଶ ପାଇଁ ସମର୍ପିତ । ତେଣୁ ମିଳିତ ଭାବେ ଆମକୁ ଦେଶକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କରିବାକୁ ପଡ଼ିବ । ଆମ ଦେଶ ଭିତରେ ଏବଂ ବାହାରେ ଅନେକ ଶକ୍ତି ଅଛି ଯାହା ଆମ ଭାରତକୁ ଦୁର୍ବଳ କରୁଛି । ଆମକୁ ଏହି ଶକ୍ତିଗୁଡ଼ିକୁ ପରାସ୍ତ କରିବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ଜେଲ ମୋତେ ବେଶି ଦିନ ଭିତରେ ରଖିପାରିବେନି । 


ଆମ ଆଦମୀ ପାର୍ଟି କର୍ମୀଙ୍କୁ ଏକ ବାର୍ତ୍ତା ଦେବାବେଳେ କେଜ୍ରିୱାଲ କହିଛନ୍ତି ଯେ ମୋର ଗିରଫ ହେବା ପରେ ଆପଣମାନେ ବିଜେପି ସଦସ୍ୟଙ୍କୁ ଘୃଣା କରିବା ଉଚିତ ନୁହେଁ । ବିରୋଧୀ ହେଲେ ବି ସେମାନେ ଆମର ଭାଇ । ସେ ଆହୁରି ମଧ୍ୟ କହିଛନ୍ତି, ଆପଣଙ୍କ ପୁଅ ଲୁହାରେ ତିଆରି । ବହୁତ ଶକ୍ତିଶାଳୀ । ଆପଣଙ୍କ ନେତା ପାିଁ ଆପଣ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ । 


you can also read...

ଦିଲ୍ଲୀ ଅବକାରୀ ଘୋଟାଲାରେ ନିର୍ବାଚନୀ ଚାନ୍ଦା ଏଣ୍ଟ୍ରି; ‘ରେଡ୍ଡୀ କମ୍ପାନୀ ବିଜେପିକୁ ଦେଇଛି ୫୯ କୋଟିର ବଣ୍ଡ୍, ଏମଡିଙ୍କ ବୟାନ ଆଧାରରେ କେଜ୍ରିଓ୍ବାଲ ଗିରଫ’