ଲେଖାଶ୍ରୀ ନା ସନ୍ତୋଷ, କାହା ଉପରେ ଭରସା କରିବ ବିଜେଡି, ଚର୍ଚ୍ଚାରେ ଏହି ନାଁ…
ଭୁବନେଶ୍ୱର, ୧୦।୪: ପ୍ରଥମ ପର୍ଯ୍ୟାୟ ର୍ନିବାଚନକୁ ମାତ୍ର ୭ ଦିନ ସମୟ ରହିଛି। ହେଲେ ଏପର୍ଯ୍ୟନ୍ତ ସମସ୍ତ ଦଳ ନିଜର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ଶାସକ ଦଳ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଭାଜପା ଆହୁରି ୩୫ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିବା ବାକି ରହିଛି । ସେହିପରି ବହୁ ପଛରେ ରହିଛି କଂଗ୍ରେସ । ଦଳ ମାତ୍ର ୪୯ ବିଧାନସଭା ଏବଂ ୮ […] The post ଲେଖାଶ୍ରୀ ନା ସନ୍ତୋଷ, କାହା ଉପରେ ଭରସା କରିବ ବିଜେଡି, ଚର୍ଚ୍ଚାରେ ଏହି ନାଁ… appeared first on Dharitri Odia News.
ଭୁବନେଶ୍ୱର, ୧୦।୪: ପ୍ରଥମ ପର୍ଯ୍ୟାୟ ର୍ନିବାଚନକୁ ମାତ୍ର ୭ ଦିନ ସମୟ ରହିଛି। ହେଲେ ଏପର୍ଯ୍ୟନ୍ତ ସମସ୍ତ ଦଳ ନିଜର ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ଶାସକ ଦଳ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଭାଜପା ଆହୁରି ୩୫ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିବା ବାକି ରହିଛି । ସେହିପରି ବହୁ ପଛରେ ରହିଛି କଂଗ୍ରେସ । ଦଳ ମାତ୍ର ୪୯ ବିଧାନସଭା ଏବଂ ୮ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି ।
ତେବେ ବିଜେଡି ନୀଳଗିରି ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ଏକାଧିକ ଆଶାୟୀ ଥିବାରୁ ଟିକେଟ୍ ନେଇ ବିଜେଡି ଏବେ ଚିନ୍ତାରେ ଅଛି। ଆଶାୟୀ ପ୍ରାର୍ଥୀ ସନ୍ତୋଷ ଖଟୁଆ ଡାକରା ପାଇ ନବୀନ ନିବାସକୁ ଆଉଥରେ ଯାଇଛନ୍ତି। ସୁକାନ୍ତ ନାୟକ ବିଜେଡିରେ ମିଶିବା ପରେ ସନ୍ତୋଷଙ୍କ ଅଡୁଆ ବଢ଼ିଛି। ସେପଟେ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ନୀଳଗିରି ପାଇଁ ଆଶାୟୀ ଅଛନ୍ତି। ତେବେ ସନ୍ତୋଷଙ୍କ ନବୀନ ନିବାସରୁ ଡାକରା ମିଳିବା ପରେ ଚର୍ଚ୍ଚା ହେଉଛି ଯେ ତାଙ୍କୁ ବିଜେଡି ଟିକେଟ୍ ଦେଇପାରେ।
The post ଲେଖାଶ୍ରୀ ନା ସନ୍ତୋଷ, କାହା ଉପରେ ଭରସା କରିବ ବିଜେଡି, ଚର୍ଚ୍ଚାରେ ଏହି ନାଁ… appeared first on Dharitri Odia News.