ମେ’୩୧ ସୁଦ୍ଧା ଆଧାର-ପାନ୍ ଲିଙ୍କ୍ କରିବାକୁ ପରାମର୍ଶ
ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ମେ’ ୩୧ ତାରିଖ ସୁଦ୍ଧା ଲୋକଙ୍କୁ ସେମାନଙ୍କର ପ୍ୟାନ୍ ଏବଂ ଆଧାରକୁ ଲିଙ୍କ୍ କରିବାକୁ ପଡ଼ିବ। ଏନେଇ ଆୟକର(ଆଇଟି) ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯାଇଛି। ଆଇଟି ବିଭାଗ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସ’ ରେ ଲେଖିଛି ଯେ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି କାର୍ଯ୍ୟ ସମାପ୍ତକରି ଅଧିକ ଟିକସ ପୈଠକୁ ଏଡ଼ାଇ ପାରିବେ ବୋଲି ଉଲ୍ଲେଖ ରହିଛି। ଆୟକର ଅଧିନିୟମର ଧାରା ୨୦୬ଏଏ ଏବଂ ୨୦୬ସିସି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। […] The post ମେ’୩୧ ସୁଦ୍ଧା ଆଧାର-ପାନ୍ ଲିଙ୍କ୍ କରିବାକୁ ପରାମର୍ଶ appeared first on Dharitri Odia News.
ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ମେ’ ୩୧ ତାରିଖ ସୁଦ୍ଧା ଲୋକଙ୍କୁ ସେମାନଙ୍କର ପ୍ୟାନ୍ ଏବଂ ଆଧାରକୁ ଲିଙ୍କ୍ କରିବାକୁ ପଡ଼ିବ। ଏନେଇ ଆୟକର(ଆଇଟି) ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯାଇଛି। ଆଇଟି ବିଭାଗ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସ’ ରେ ଲେଖିଛି ଯେ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି କାର୍ଯ୍ୟ ସମାପ୍ତକରି ଅଧିକ ଟିକସ ପୈଠକୁ ଏଡ଼ାଇ ପାରିବେ ବୋଲି ଉଲ୍ଲେଖ ରହିଛି। ଆୟକର ଅଧିନିୟମର ଧାରା ୨୦୬ଏଏ ଏବଂ ୨୦୬ସିସି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଚଳିତବର୍ଷ ଆୟକର ରିଟର୍ନ ଦାଖଲ କରିବାର ଶେଷ ତାରିଖ ଜୁଲାଇ ୩୧ ଧାର୍ଯ୍ୟ କରାଯାଇଛି। ଏହାପୂର୍ବରୁ ସିବିଡିଟି ମଧ୍ୟ କରଦାତାଙ୍କୁ ସେମାନଙ୍କର ପାନ୍ ଏବଂ ଆଧାର ଲିଙ୍କ୍ କରିବାକୁ ପରାମର୍ଶ ଦେଇଥିଲା। ସିବିଡିଟି ଏହି ସର୍କୁଲାର ଏପ୍ରିଲ୨୩ରେ ଜାରି କରିଥିଲା। ଏଥିରେ ପାନ୍ ଏବଂ ଆଧାରକୁ ସଂଯୋଗ ନ କରିବାର ଅସୁବିଧା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଏଥିରେ କୁହାଯାଇଥିଲା ଯେ ପାନ୍ ଓ ଆଧାର ଲିଙ୍କ୍ ନ ହେବା ଦ୍ୱାରା କରଦାତାଙ୍କଠାରୁ ୨ଗୁଣା ଟ୍ୟାକ୍ସ ଆଦାୟ କରାଯାଇପାରେ। ଆୟକରର ଧାରା ୧୩୯ଏଏ ଅନୁଯାୟୀ, ପ୍ରତ୍ୟେକ ପାନ୍ କାର୍ଡଧାରୀଙ୍କୁ ତାଙ୍କର ଆଧାର ନମ୍ବର ଲିଙ୍କ୍ କରିବାକୁ ପଡ଼ିବ। ଏପରି ନ କଲେ ପାନ୍ କାର୍ଡ ଅବୈଧ ଘୋଷଣା କରାଯିବ। ସୂଚନା ଥାଉ କି, ୨୦୨୩ ଜୁନ୍ ୩୦ ପରେ ଅନେକ ପାନ୍ କାର୍ଡ ଅବୈଧ ଘୋଷିତ ହୋଇଛି। ପାନ୍ ଏବଂ ଆଧାରକୁ ଲିଙ୍କ୍ କରିବାକୁ ଇନ୍କମ୍ ଟାକ୍ସ ଇ-ଫାଇଲ ପୋର୍ଟାଲକୁ ଯିବାକୁ ପଡ଼ିବ। ଏହା ପରେ ଲିଙ୍କ୍ ଆଧାର ଅପ୍ସନକୁ ଯାଇ ପାନ୍, ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ବିଷୟରେ ସୂଚନା ଦେବାକୁ ପଡ଼ିବ। ୨୦୨୪ ଜାନୁୟାରୀ ୨୯ ସୁଦ୍ଧା ମିଳିଥିବା ସୂଚନାନୁସାରେ ଦେଶରେ ୧୧.୪୮ କୋଟି ପାନ୍ କାର୍ଡ ଆଧାର ସହ ଲିଙ୍କ୍ ହୋଇନାହିଁ।
The post ମେ’୩୧ ସୁଦ୍ଧା ଆଧାର-ପାନ୍ ଲିଙ୍କ୍ କରିବାକୁ ପରାମର୍ଶ appeared first on Dharitri Odia News.