ଲେଦର ଫ୍ୟାଶନ
କ୍ଲାସି ଲୁକ୍ କଥା ଆସିଲେ ଆଗ ମନେପଡିଥାଏ ଲେଦର ଡ୍ରେସ । ସେହିଭଳି ରେଡ୍ କାର୍ପେଟ୍ ହେଉ କିମ୍ବା ସାଙ୍ଗମାନଙ୍କ ସହିତ କୌଣସି ପାର୍ଟି ସବୁଥିପାଇଁ ଲେଦର ଡ୍ରେସ୍ ପରଫେକ୍ଫ ହୋଇଥାଏ । ଏହା ଆପଣଙ୍କୁ ଏକ ଏଲିଗାଣ୍ଟ୍ ଲୁକ୍ ଦେଇଥାଏ, ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ । ଫକ୍ସ୍ ଲେଦର୍ ଫକ୍ସ ଲେଦରର ବଡିକନ ଡ୍ରେସ ସମସ୍ତଙ୍କୁ ମାନିଥାଏ । ଫକ୍ସ ଲେଦର୍ର ଅର୍ଥ ଏହା ପ୍ଲାଷ୍ଟିକରୁ ପ୍ରସ୍ତୁତ ହୋଇଥାଏ । ଏହାର ଫିଟିଂ ଖୁବ […]

କ୍ଲାସି ଲୁକ୍ କଥା ଆସିଲେ ଆଗ ମନେପଡିଥାଏ ଲେଦର ଡ୍ରେସ । ସେହିଭଳି ରେଡ୍ କାର୍ପେଟ୍ ହେଉ କିମ୍ବା ସାଙ୍ଗମାନଙ୍କ ସହିତ କୌଣସି ପାର୍ଟି ସବୁଥିପାଇଁ ଲେଦର ଡ୍ରେସ୍ ପରଫେକ୍ଫ ହୋଇଥାଏ । ଏହା ଆପଣଙ୍କୁ ଏକ ଏଲିଗାଣ୍ଟ୍ ଲୁକ୍ ଦେଇଥାଏ, ଯାହା ସମସ୍ତଙ୍କୁ ପସନ୍ଦ ଆସିଥାଏ ।
ଫକ୍ସ୍ ଲେଦର୍
ଫକ୍ସ ଲେଦରର ବଡିକନ ଡ୍ରେସ ସମସ୍ତଙ୍କୁ ମାନିଥାଏ । ଫକ୍ସ ଲେଦର୍ର ଅର୍ଥ ଏହା ପ୍ଲାଷ୍ଟିକରୁ ପ୍ରସ୍ତୁତ ହୋଇଥାଏ । ଏହାର ଫିଟିଂ ଖୁବ ଭଲ ହୋଇଥାଏ । ତେବେ ଏହି ଡ୍ରେସ୍ ଆପଣଙ୍କୁ ଏକ ଭଲ ବଡି ସେପ୍ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ଏହା ଖୁବ ଭର୍ସାଟାଇଲ ତେଣୁ ଏହାକୁ ଯେ କୌଣସି ଲୋକ ପିନ୍ଧି ପାରିବେ । ଏହାକୁ ସବୁବେଳେ ନ୍ୟାଚୁରାଲ ଲୁକିଂ ମେଟେରିଆଲରୁ ପ୍ରସ୍ତୁତ କରାଯାଇଥାଏ, ଯାହା ଏହାକୁ ବେଶ୍ କମ୍ଫଟେବଲ୍ କରିଥାଏ । ସେହିଭଳି ଏହାର ବିଭିନ୍ନ ଭେରାଇଟି ରହିଛି ତେଣୁ ନିଜ ପସନ୍ଦ ହିସାବରେ ଆପଣ ଏହାକୁ ବାଛି ପାରିବେ ।
ବ୍ରାଉନ ଲେଦର
ଲେଦର ଭିତରେ ବ୍ରାଉନ୍ ଲେଦରର ଡିମାଣ୍ଡ୍ ଖୁବ ଅଧିକ । ଯେଉଁମାନଙ୍କୁ ସଫଫ ଲୁକ୍ ପସନ୍ଦ ସେମାନଙ୍କ ପାଇଁ ବ୍ରାଉନ୍ ଲେଦର ଖୁବ ଭଲ ଅପସନ୍ । ଏହା ଆପଣଙ୍କୁ ଖୁବ ସଫଫ ଲୁକ୍ ଦେଇଥାଏ । ଏହାର ବିଭିନ୍ନ ଡ୍ରେସ୍ ରହିଛି, ଯାହାକୁ ଆପଣ ଛୋଟମୋଟ ଫଙ୍କସନ୍ରେ ପିନ୍ଧି ପାରିବେ । ଯେଉଁମାନଙ୍କୁ ହାଲକା ଫୁଲକା ଷ୍ଟାଇଲ୍ ପସନ୍ଦ ସେମାନଙ୍କ ଭିତରେ ଏହା ବେଶ୍ ପପୁଲାର ।
ଲଙ୍ଗ୍ ଲେଦର୍
ଲେଦର ପ୍ରେମୀଙ୍କ ଡ୍ରେସ୍ ତାଲିକାରେ ଲଙ୍ଗ ଲେଦର ଡ୍ରେସ୍ ଗୁଡିକ ସବୁଠାରୁ ଆଗରେ ରହିଥାଏ । ଏହି ଷ୍ଟାଇଲ ଖୁବ ଦିନ ହେବ ଟ୍ରେଣ୍ଡ୍ରେ ରହିଛି । ଏହାର ପ୍ରାଇସ୍ ମଧ୍ୟ ଆଫୋଡେବଲ୍ ରହିଥାଏ ତେଣୁ ଲୋକ ଏହାକୁ ନିଜ ବଜେଟ୍ରେ ଆଡ କରିଥାଆନ୍ତି । ଏହା ଲେଦର ଷ୍ଟାଇଲ୍ରେ ଏକ ମେଜର ଷ୍ଟେଟମେଣ୍ଟ୍ ଭାବେ ପରିଗଣିତ ।