ଲେବାନନରୁ ହିଜବୁଲ୍ଲାର କାଉଣ୍ଟର ଆଟାକ୍; ଇସ୍ରାଏଲ ଉପରେ ୧୩୫ରୁ ଅଧିକ ରକେଟ୍ ମାଡ଼
ନୂଆଦିଲ୍ଲୀ ୦୮/୧୦: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ୁଛି । ଇସ୍ରାଏଲ୍ ଉପରେ ଲେବାନନ୍, ୟେମେନ୍ ଓ ଗାଜାରୁ ଜୋରଦାର ହମ୍ଲା ହୋଇଛି । ହମାସ୍ ଯୁଦ୍ଧକୁ ସୋମବାର ବର୍ଷେ ପୂରିବା ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଜରୁରି ୱାର କ୍ୟାବିନେଟ୍ ବୈଠକ ଡାକି ଆଲୋଚନା କରିଥିଲେ। ଇସ୍ରାଏଲ୍ରେ ଆଉ ଅକ୍ଟୋବର ୭ ଭଳି ଆକ୍ରମଣ ହେବନାହିଁ ବୋଲି ନେତନ୍ୟାହୁ କହିଥିଲେ । ସେପଟେ ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ହମାସ୍ ପ୍ରଚଣ୍ଡ ପ୍ରହାର କରିଛି । ଏହି କାଉଣ୍ଟର ଆକ୍ରମଣକୁ ଇରାନ୍ର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇ ପ୍ରଶଂସା କରିଛନ୍ତି । ନେତନ୍ୟାହୁଙ୍କ ଅଧ୍ୟକ୍ଷତାରେ ୱାର କ୍ୟାବିନେଟ୍ ବୈଠକ ଚାଲିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ହିଜ୍ବୁଲ୍ଲା, ହମାସ୍ ଓ ହୁତି ପକ୍ଷରୁ ଆକ୍ରମଣ ହୋଇଥିଲା । ଲେବାନନ୍ରୁ ହିଜ୍ବୁଲ୍ଲା ୧୩୫ରୁ ଅଧିକ ରକେଟ୍ ମାଡ଼ କରିଥିଲା ବେଳେ ୟେମେନ୍ରୁ ସର୍ଫେସ୍-ଟୁ-ସର୍ଫେସ୍ ମିସାଇଲ ଛଡ଼ାଯାଇଥିଲା । ସେହିଭଳି ହମାସ୍ ତେଲ୍ ଆଭିଭ୍ ଉପରେ ରକେଟ୍ ମାଡ଼ କରିଥିଲା । ତେବେ ତିନିତରଫା ଆକ୍ରମଣ ପରେ ବି ଇସ୍ରାଏଲ୍ର ସେଭଳି କିଛି ବଡ଼ କ୍ଷତି ହୋଇନାହିଁ । ଏହାର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ ରକେଟ୍ ଓ ମିସାଇଲ୍କୁ ଖସାଇ ଦେଇଛି । ହିଜ୍ବୁଲ୍ଲା ଇସ୍ରାଏଲ୍ର ହାଇଫା ସହର ଉପରେ ରକେଟ୍ ମାଡ଼ କରିଥିଲା । ଏଥିରେ ଅତିକମ୍ରେ ୧୦ଜଣ ଆହ
ନୂଆଦିଲ୍ଲୀ ୦୮/୧୦: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ୁଛି । ଇସ୍ରାଏଲ୍ ଉପରେ ଲେବାନନ୍, ୟେମେନ୍ ଓ ଗାଜାରୁ ଜୋରଦାର ହମ୍ଲା ହୋଇଛି । ହମାସ୍ ଯୁଦ୍ଧକୁ ସୋମବାର ବର୍ଷେ ପୂରିବା ନେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଜରୁରି ୱାର କ୍ୟାବିନେଟ୍ ବୈଠକ ଡାକି ଆଲୋଚନା କରିଥିଲେ। ଇସ୍ରାଏଲ୍ରେ ଆଉ ଅକ୍ଟୋବର ୭ ଭଳି ଆକ୍ରମଣ ହେବନାହିଁ ବୋଲି ନେତନ୍ୟାହୁ କହିଥିଲେ । ସେପଟେ ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ହମାସ୍ ପ୍ରଚଣ୍ଡ ପ୍ରହାର କରିଛି । ଏହି କାଉଣ୍ଟର ଆକ୍ରମଣକୁ ଇରାନ୍ର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇ ପ୍ରଶଂସା କରିଛନ୍ତି ।
ନେତନ୍ୟାହୁଙ୍କ ଅଧ୍ୟକ୍ଷତାରେ ୱାର କ୍ୟାବିନେଟ୍ ବୈଠକ ଚାଲିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ହିଜ୍ବୁଲ୍ଲା, ହମାସ୍ ଓ ହୁତି ପକ୍ଷରୁ ଆକ୍ରମଣ ହୋଇଥିଲା । ଲେବାନନ୍ରୁ ହିଜ୍ବୁଲ୍ଲା ୧୩୫ରୁ ଅଧିକ ରକେଟ୍ ମାଡ଼ କରିଥିଲା ବେଳେ ୟେମେନ୍ରୁ ସର୍ଫେସ୍-ଟୁ-ସର୍ଫେସ୍ ମିସାଇଲ ଛଡ଼ାଯାଇଥିଲା । ସେହିଭଳି ହମାସ୍ ତେଲ୍ ଆଭିଭ୍ ଉପରେ ରକେଟ୍ ମାଡ଼ କରିଥିଲା । ତେବେ ତିନିତରଫା ଆକ୍ରମଣ ପରେ ବି ଇସ୍ରାଏଲ୍ର ସେଭଳି କିଛି ବଡ଼ କ୍ଷତି ହୋଇନାହିଁ । ଏହାର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଧିକାଂଶ ରକେଟ୍ ଓ ମିସାଇଲ୍କୁ ଖସାଇ ଦେଇଛି ।
ହିଜ୍ବୁଲ୍ଲା ଇସ୍ରାଏଲ୍ର ହାଇଫା ସହର ଉପରେ ରକେଟ୍ ମାଡ଼ କରିଥିଲା । ଏଥିରେ ଅତିକମ୍ରେ ୧୦ଜଣ ଆହତ ହୋଇଛନ୍ତି । ୟେମେନ୍ରୁ ଛଡ଼ା ଯାଇଥିବା ରକେଟ୍ଗୁଡ଼ିକୁ ଗତିରୋଧ କରାଯାଇ ଖସାଇ ଦିଆଯାଇଥିବା ଇସ୍ରାଏଲୀ ବାୟୁସେନା କହିଛି । ଇସ୍ରାଏଲ୍ ମଧ୍ୟ ସୋମବାର ଗାଜା ଓ ଲେବାନନ୍ରେ ଏୟାର ଷ୍ଟ୍ରାଇକ୍ କରିଛି । ଆକ୍ରମଣରେ ଲେବାନନ୍ରେ ୧୦ ଅଗ୍ନିଶମ କର୍ମଚାରୀ ପ୍ରାଣ ହରାଇଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିଭଳି ୱେଷ୍ଟ ବ୍ୟାଙ୍କରେ ହୋଇଥିବା ହମ୍ଲାରେ ଜଣେ ୧୨ ବର୍ଷୀୟ ପାଲେଷ୍ଟିନୀୟ ନାବାଳକ ପ୍ରାଣ ହରାଇଛି ।
ଅନ୍ୟପକ୍ଷରେ ହିଜ୍ବୁଲ୍ଲାର ପରବର୍ତ୍ତୀ ମୁଖ୍ୟ ହାସେମ୍ ସାଫିଦ୍ଦିନ୍ ପ୍ରାଣ ହରାଇଥିବା ଖବର ନେଇ ସ୍ପଷ୍ଟ ହୋଇନାହିଁ ବୋଲି ଇସ୍ରାଏଲ୍ ସରକାର କହିଛନ୍ତି । ଗତ ସପ୍ତାହରେ ବିରୁଟ୍ରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ସାଫିଦ୍ଦିନ୍ ନିପାତ ହୋଇଥିବା କୁହାଯାଇଥିଲା । ଲେବାନନ୍ ସୀମାରେ ଇସ୍ରାଏଲ ପକ୍ଷରୁ ଅଧିକ ସୈନ୍ୟ ମୁତୟନ କରାଯାଇଛି । ସେପଟେ ଡେନ୍ମାର୍କରେ ଥିବା ଇସ୍ରାଏଲ୍ର ଦୂତାବାସ ନିକଟରେ ବିସ୍ଫୋରଣ ହୋଇଛି ।