ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ ମଧ୍ୟ ନିସ୍ତାର ପାଇ ନ ଥିଲା। ଏକ ରିପୋର୍ଟ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଇସ୍ରାଏଲର ଯୁଦ୍ଧ ବିମାନ ଦକ୍ଷିଣ ଲେବାନନରେ ହେଜବୁଲ୍ଲା ସ୍ଥିତିକୁ ବୋମା ପକାଇ ଶହ ଶହ ରକେଟ୍‌ ଲଞ୍ଚ ବ୍ୟାରେଲକୁ ଟାର୍ଗେଟ କରିଥିଲା। ଇସ୍ରାଏଲ ସେନା କହିଛି, ହେଜବୁଲ୍ଲା ଏହି ରକେଟ ବ୍ୟବହାର କରି ତୁରନ୍ତ […] The post ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ appeared first on Dharitri Odia News.

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ ମଧ୍ୟ ନିସ୍ତାର ପାଇ ନ ଥିଲା। ଏକ ରିପୋର୍ଟ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଇସ୍ରାଏଲର ଯୁଦ୍ଧ ବିମାନ ଦକ୍ଷିଣ ଲେବାନନରେ ହେଜବୁଲ୍ଲା ସ୍ଥିତିକୁ ବୋମା ପକାଇ ଶହ ଶହ ରକେଟ୍‌ ଲଞ୍ଚ ବ୍ୟାରେଲକୁ ଟାର୍ଗେଟ କରିଥିଲା।

ଇସ୍ରାଏଲ ସେନା କହିଛି, ହେଜବୁଲ୍ଲା ଏହି ରକେଟ ବ୍ୟବହାର କରି ତୁରନ୍ତ ଇସ୍ରାଏଲ ଅଞ୍ଚଳ ଆଡ଼କୁ ଗୁଳିମାଡ଼ କରିଥାନ୍ତା। ଇସ୍ରାଏଲ ସେନା ଅନୁଯାୟୀ, ଏହାର ଯୁଦ୍ଧ ବିମାନଗୁଡ଼ିକ ପ୍ରାୟ ୧୦୦୦ ବ୍ୟାରେଲ ସହିତ ୧୦୦ରୁ ଅଧିକ ରକେଟ ଲଞ୍ଚ୍‌କୁ ଟାର୍ଗେଟ କରିଥିଲେ।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) କହିଛି ଯେ, ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାର ଭିତ୍ତିଭୂମି ତଥା ସାମର୍ଥ୍ୟକୁ ହ୍ରାସ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବ। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗାଲାଣ୍ଟ କହିଛନ୍ତି, ଇସ୍ରାଏଲ ହେଜବୁଲ୍ଳା ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିବ।

ବଢୁଥିବା ଟେନସନକୁ ଦେଖି ଅନେକ ଦେଶ ଏହାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି। ଏକ ସପ୍ତାହ ଧରି ଚାଲିଥିବା ବିବାଦ ପରେ ବ୍ରିଟିଶ ବୈଦେଶିକ ସଚିବ ଡେଭିଡ୍‌ ଲାମି ଇସ୍ରାଏଲ ଏବଂ ଲେବାନନର ହେଜବୁଲ୍ଲା ମଧ୍ୟରେ ତୁରନ୍ତ ବନ୍ଦ ଡାକରା ଦେଇଛନ୍ତି। ଅନ୍ୟପକ୍ଷରେ ଆମେରିକା ଆହୁରି ଟେନ୍‌ସନ୍‌ ହେବାର ଆଶଙ୍କା ପ୍ରକାଶ କରିଛି। ବୁଧବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଉତ୍ତର ସୀମା ଅଞ୍ଚଳରୁ ସ୍ଥାନାନ୍ତରିତ ହଜାର ହଜାର ବାସିନ୍ଦାଙ୍କୁ ନିଜ ଘରକୁ ପଠାଇବାକୁ ଶପଥ ନେଇଛନ୍ତି।

ବାସ୍ତବରେ ହମାସ୍‌ ଉପରେ ଆକ୍ରମଣ ପରେ ଇସ୍ରାଏଲକୁ ସମର୍ଥନ କରିବା ପାଇଁ ଇରାନ ସମର୍ଥିତ ହେଜବୁଲ୍ଲା ଉତ୍ତର ଇସ୍ରାଏଲରେ ରକେଟ ମାଡ଼ କରିଥିଲା। ଏହି କାରଣରୁ ଅନେକ ଲୋକଙ୍କୁ ଦେଶର ସୀମା ଅଞ୍ଚଳ ଛାଡ଼ି କେନ୍ଦ୍ରକୁ ପଳାଇବାକୁ ପଡ଼ିଲା। ସେବେଠାରୁ ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ପ୍ରତିଦିନ ଗୁଳି ବିନିମୟ ହେଉଛି।

The post ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ appeared first on Dharitri Odia News.