ଲେବାନନରେ ଇସ୍ରାଏଲର ନରସଂହାର, ଏୟାର ଷ୍ଟ୍ରାଇକରେ ୪୯୨ ମୃତ, ୧୫୦୦ ଆହତ !

ନୂଆଦିଲ୍ଲୀ: ଲେବାନନ୍‌ ବଡ଼ ହମଲା କରିଛି ଇସ୍ରାଏଲ୍‌ । ହିଜବୁଲ୍ଲା ସଂଗଠନର ବିଭିନ୍ନ ଠିକଣାରେ ଜୋରଦାର ଏୟାର ଷ୍ଟ୍ରାଇକ୍ କରିଛି । ଏହି ହମଲାର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଆଇଡିଏଫ ଆକ୍ରମଣରେ ପ୍ରାୟ ୪୯୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦୦ରୁ ଅଧିକ ଆହତ ହୋଇଛନ୍ତି । ସଂକଟାପନ୍ନଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି । ମୃତକଙ୍କ ମଧ୍ୟରେ ୩୫ଜଣ ଛୋଟ ପିଲା ଥିବା ବେଳେ ୩୯ ମହିଳା ରହିଛନ୍ତି ।   ସେପଟେ ଏହି ଘଟଣାକୁ ନେଇ ଜାତିସଂଘ ଗଭୀର ଚିନ୍ତାବ୍ୟକ୍ତ କରିବା ସହ ଦକ୍ଷିଣ  ଲେବାନନ୍‌ରେ ଲୋକଙ୍କ ସହାୟତା ପାଇଁ ଅପିଲ୍‌ କରିଛି । ଆଜିକୁ ମିଶାଇ ଲଗାତର ୫ ଦିନ ହେଲା ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍‌ । ଗତବର୍ଷ ଅକ୍ଟୋବରରେ ଯୁଦ୍ଧ ଆରମ୍ଭ ହେବା  ପରଠାରୁ ପଡ଼ୋଶୀ ଲେବାନନ୍‌ ଉପରେ ଇସ୍ରାଏଲ୍‌ର ଏହା ସବୁଠୁ ବଡ଼ ହମ୍‌ଲା । କୁହାଯାଉଛି ଯେ ଏହି ଏୟାର ଷ୍ଟ୍ରାଇକ୍‌ ପରେ ଇସ୍ରାଏଲ୍‌ ସେନା ଲେବାନନ୍‌ ଦଖଲ ପାଇଁ ଆଗକୁ ବଢ଼ିଛି । ଏହାର ସୈନ୍ୟମାନେ ଟ୍ୟାଙ୍କ୍‌ ଧରି ସୀମା ପାର୍‌ କରିଛନ୍ତି । ସଦ୍ୟ ଆକ୍ରମଣ ପରେ ଲେବାନନ୍‌ରେ ଦୁଇଦିନ ପାଇଁ ସ୍କୁଲ ବନ୍ଦ କରାଯାଇଛି । ଲୋକେ ସୁରକ୍ଷିତ ସ୍ଥାନକୁ ପଳାଉଥିବା ଦେଖିବାକୁ ମିଳିଛି । ଏହାଯୋଗୁ ଅନେକ ସହରରେ   ଟ୍ରାଫିକ୍‌ ଜାମ୍‌ ସ୍ଥିତି ଉପୁଜିଛି । ଆକ୍ରମଣ ଯୋଗୁ  ଲେବାନନ୍‌ର ଦକ୍ଷିଣ ଭାଗର ବିଭିନ୍ନ ସ୍ଥାନରେ ନିଆଁ

ଲେବାନନରେ ଇସ୍ରାଏଲର ନରସଂହାର, ଏୟାର ଷ୍ଟ୍ରାଇକରେ ୪୯୨ ମୃତ, ୧୫୦୦ ଆହତ !

ନୂଆଦିଲ୍ଲୀ: ଲେବାନନ୍‌ ବଡ଼ ହମଲା କରିଛି ଇସ୍ରାଏଲ୍‌ । ହିଜବୁଲ୍ଲା ସଂଗଠନର ବିଭିନ୍ନ ଠିକଣାରେ ଜୋରଦାର ଏୟାର ଷ୍ଟ୍ରାଇକ୍ କରିଛି । ଏହି ହମଲାର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଆଇଡିଏଫ ଆକ୍ରମଣରେ ପ୍ରାୟ ୪୯୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦୦ରୁ ଅଧିକ ଆହତ ହୋଇଛନ୍ତି । ସଂକଟାପନ୍ନଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି । ମୃତକଙ୍କ ମଧ୍ୟରେ ୩୫ଜଣ ଛୋଟ ପିଲା ଥିବା ବେଳେ ୩୯ ମହିଳା ରହିଛନ୍ତି ।   

ସେପଟେ ଏହି ଘଟଣାକୁ ନେଇ ଜାତିସଂଘ ଗଭୀର ଚିନ୍ତାବ୍ୟକ୍ତ କରିବା ସହ ଦକ୍ଷିଣ  ଲେବାନନ୍‌ରେ ଲୋକଙ୍କ ସହାୟତା ପାଇଁ ଅପିଲ୍‌ କରିଛି । ଆଜିକୁ ମିଶାଇ ଲଗାତର ୫ ଦିନ ହେଲା ଆକ୍ରମଣ ଜାରି ରଖିଛି ଇସ୍ରାଏଲ୍‌ । ଗତବର୍ଷ ଅକ୍ଟୋବରରେ ଯୁଦ୍ଧ ଆରମ୍ଭ ହେବା  ପରଠାରୁ ପଡ଼ୋଶୀ ଲେବାନନ୍‌ ଉପରେ ଇସ୍ରାଏଲ୍‌ର ଏହା ସବୁଠୁ ବଡ଼ ହମ୍‌ଲା । କୁହାଯାଉଛି ଯେ ଏହି ଏୟାର ଷ୍ଟ୍ରାଇକ୍‌ ପରେ ଇସ୍ରାଏଲ୍‌ ସେନା ଲେବାନନ୍‌ ଦଖଲ ପାଇଁ ଆଗକୁ ବଢ଼ିଛି । ଏହାର ସୈନ୍ୟମାନେ ଟ୍ୟାଙ୍କ୍‌ ଧରି ସୀମା ପାର୍‌ କରିଛନ୍ତି । ସଦ୍ୟ ଆକ୍ରମଣ ପରେ ଲେବାନନ୍‌ରେ ଦୁଇଦିନ ପାଇଁ ସ୍କୁଲ ବନ୍ଦ କରାଯାଇଛି । ଲୋକେ ସୁରକ୍ଷିତ ସ୍ଥାନକୁ ପଳାଉଥିବା ଦେଖିବାକୁ ମିଳିଛି । ଏହାଯୋଗୁ ଅନେକ ସହରରେ   ଟ୍ରାଫିକ୍‌ ଜାମ୍‌ ସ୍ଥିତି ଉପୁଜିଛି । ଆକ୍ରମଣ ଯୋଗୁ  ଲେବାନନ୍‌ର ଦକ୍ଷିଣ ଭାଗର ବିଭିନ୍ନ ସ୍ଥାନରେ ନିଆଁ ଜଳୁଛି । ଏହାକୁ ଲିଭାଇବା ପାଇଁ ବ୍ୟାପକ ମାତ୍ରାରେ   ଫୋର୍ସ ମୁତୟନ ହୋଇଛନ୍ତି । 

ଇସ୍ରାଏଲ୍‌ର ସେନା ଖୁବଶୀଘ୍ର ଲେବାନନ୍‌ର ବେକା ଘାଟିରେ ଥିବା ହିଜ୍‌ବୁଲ୍ଲାର ଘାଟି ଉପରେ   ଆକ୍ରମଣ ଲାଗି ପ୍ରସ୍ତୁତି ଚଳାଇଛି । ଏଠାରେ ରହୁଥିବା ଲୋକଙ୍କୁ ୨ ଘଣ୍ଟା ଭିତରେ ଘର ଛାଡ଼ିବାକୁ କୁହାଯାଇଛି । ଇସ୍ରାଏଲ୍‌ ୫ ଦିନ ହେଲା ମିସାଇଲ୍‌ ହମ୍‌ଲା କରୁଛି ।  ଏହି ୫ ଦିନରେ ଲେବାନନ୍‌ର ବିଭିନ୍ନ ସହରରେ ୯୦୦ରୁ ଅଧିକ ମିସାଇଲ୍‌ ମାଡ଼ କରାଯାଇଛି । ଏଥିରେ ମୋଟ ମୃତ୍ୟୁ ସଂଖ୍ୟା ୪୯୨ ପାର୍‌ କରିଛି । ମେଡିକାଲ ସେଣ୍ଟରକୁ ବି ଟାର୍ଗେଟ୍‌ କରାଯିବାରୁ ଲୋକମାନେ   ଆମ୍ବୁଲାନ୍ସ ଓ କାର୍‌ ଯୋଗେ ପଳାୟନ କରୁଛନ୍ତି ।   ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌କୁ ଇରାନ୍‌ ଅମାନବୀୟ  ଦର୍ଶାଇ କଡ଼ା ନିନ୍ଦା କରିଛି । ଏହାର କୁପରିଣତି  ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଛି । ଇସ୍ରାଏଲ୍‌ ହମ୍‌ଲାର ଜବାବ ଦେଇ ହିଜ୍‌ବୁଲ୍ଲା ମଧ୍ୟ ପ୍ରତି ଆକ୍ରମଣ କରିଛି । ହିଜ୍‌ବୁଲ୍ଲା ଆତଙ୍କୀମାନେ  ଇସ୍ରାଏଲ୍‌ର ଅସ୍ତ୍ରଶସ୍ତ୍ର ଗୋଦାମକୁ ଟାର୍ଗେଟ୍‌ କରି  ଘନଘନ ମିସାଇଲ୍‌ ମାଡ଼ କରିଥିଲେ । ଇସ୍ରାଏଲ୍‌  ଡିଫେନ୍ସ ଫୋର୍ସ କହିଛି ଯେ ମୋଟ ୩୫ଟି ରକେଟ୍‌ ମାଡ଼ କରାଯାଇଥିଲା । ଅନେକ ରକେଟ୍‌କୁ ଆକାଶ ମାର୍ଗରୁ ଖସାଇ ଦିଆଯାଇଥିଲା । ବାକି ରକେଟ୍‌ ଦ୍ୱାରା କି କ୍ଷୟକ୍ଷତି ହୋଇଛି, ତାହା   ନେଇ ଇସ୍ରାଏଲ୍‌ ପକ୍ଷରୁ ସୂଚନା ଦିଆଯାଇ ନାହିଁ । 

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବର ୭ରେ ହମାସ୍‌-ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା  ପରେ ଲେବାନନ୍‌ରେ ଥିବା ହିଜ୍‌ବୁଲ୍ଲା ଆତଙ୍କୀମାନେ ହମାସ୍‌କୁ ସମର୍ଥନ ଜଣାଇବାକୁ ଯାଇ ଅକ୍ଟୋବର ୮ରେ  ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଥିଲା । ସେବେଠାରୁ  ଲେବାନନ୍‌-ଇସ୍ରାଏଲ୍‌ ମଧ୍ୟରେ ଯୁଦ୍ଧ ଲାଗିରହିଛି ।