ଲେମ୍ବୁ ବଗିଚା କେନାଲରୁ ଏକ ବିଲୁପ୍ତପ୍ରାୟ ଉଦ୍ଧାର ହେଲା ଫିସିଂ କ୍ୟାଟ୍

ବାରିପଦା,୨୩।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧିନ ଦେଉଳି ରେଞ୍ଜ କୁଳିଅଣା ସେକ୍ସନ କନିଆଁଲୁକା ଗ୍ରାମର ଲେମ୍ବୁ ବଗିଚା କେନାଲରୁ ଏକ ବିଲୁପ୍ତପ୍ରାୟ ଜଙ୍ଗଲ ବିଲେଇ ବା ଫିସିଂ କ୍ୟାଟ୍‌କୁ ବନବିଭାଗର କର୍ମଚାରୀମାନେ ଗୁରୁବାର ଅପରାହ୍ନ ୩ଟାରେ ଉଦ୍ଧାର କରିଛନ୍ତି। ଖବରପାଇ ବନଖଣ୍ଡ ଏସିଏଫ୍ ରବି ନାରାୟଣ ମହାନ୍ତିଙ୍କ ନିର୍ଦ୍ଦେଶରେ ବାରିପଦା ଫରେଷ୍ଟ ଡିଭିଜନର ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ପହଂଚି ବିଲେଇକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ଏକ ସ୍ୱତନ୍ତ୍ର ଯନ୍ତାରେ ନେଇ […] The post ଲେମ୍ବୁ ବଗିଚା କେନାଲରୁ ଏକ ବିଲୁପ୍ତପ୍ରାୟ ଉଦ୍ଧାର ହେଲା ଫିସିଂ କ୍ୟାଟ୍ appeared first on Dharitri Odia News.

ଲେମ୍ବୁ ବଗିଚା କେନାଲରୁ ଏକ ବିଲୁପ୍ତପ୍ରାୟ ଉଦ୍ଧାର ହେଲା ଫିସିଂ କ୍ୟାଟ୍

ବାରିପଦା,୨୩।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧିନ ଦେଉଳି ରେଞ୍ଜ କୁଳିଅଣା ସେକ୍ସନ କନିଆଁଲୁକା ଗ୍ରାମର ଲେମ୍ବୁ ବଗିଚା କେନାଲରୁ ଏକ ବିଲୁପ୍ତପ୍ରାୟ ଜଙ୍ଗଲ ବିଲେଇ ବା ଫିସିଂ କ୍ୟାଟ୍‌କୁ ବନବିଭାଗର କର୍ମଚାରୀମାନେ ଗୁରୁବାର ଅପରାହ୍ନ ୩ଟାରେ ଉଦ୍ଧାର କରିଛନ୍ତି।

ଖବରପାଇ ବନଖଣ୍ଡ ଏସିଏଫ୍ ରବି ନାରାୟଣ ମହାନ୍ତିଙ୍କ ନିର୍ଦ୍ଦେଶରେ ବାରିପଦା ଫରେଷ୍ଟ ଡିଭିଜନର ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ପହଂଚି ବିଲେଇକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ଏକ ସ୍ୱତନ୍ତ୍ର ଯନ୍ତାରେ ନେଇ ତାର ଚିକିତ୍ସା କରାଯାଇ ବାରିପଦା ଫରେଷ୍ଟ ଡିଭିଜନର ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଛି।

ଏହା ବିଲୁପ୍ତପ୍ରାୟ ସିଡ୍ୟୁଲ୍ଡ-୧ ପ୍ରଜାତିର ପ୍ରାଣୀ ହୋଇଥିବାରୁ ଉପରିସ୍ଥ ଅଧିକାରୀମାନେ ପ୍ରକୃଷ୍ଟ ସ୍ଥାନ ଚିହ୍ନଟ କରିବା ପରେ ପୁନଶ୍ଚ ଛଡାଯିବ ବୋଲି ଜଣାପଡିଛି। ତେବେ ଶିମିଳିପାଳ ଅଭୟାରଣ୍ୟରୁ ଏହା ଖସି ଆସିଥିବା ଅନୁମାନ କରାଯାଉଛି। ବିଲେଇର ବୟସ ୪ବର୍ଷ ପାଖାପାଖି ଥିବା ଜଣାପଡିଛି।

The post ଲେମ୍ବୁ ବଗିଚା କେନାଲରୁ ଏକ ବିଲୁପ୍ତପ୍ରାୟ ଉଦ୍ଧାର ହେଲା ଫିସିଂ କ୍ୟାଟ୍ appeared first on Dharitri Odia News.