ଲୋକପ୍ରିୟ ଅଭିନେତ୍ରୀ ଡେଲ୍ ହେଡେନ୍‌ଙ୍କ ଦେହାନ୍ତ, ସନ୍ଦିଗ୍ଧ ଅବସ୍ଥାରେ ଘରୁ ମିଳିଲା ମୃତଦେହ

ମୁମ୍ଵାଇ ୩୦।୧୨; ହଲିଉଡ ଲୋକପ୍ରିୟ ଅଭିନେତ୍ରୀ ତଥା ମଡେଲ ଡେଲ ହେଡେନ୍‌ଙ୍କ ଦେହାନ୍ତ। ଆମେରିକାର ପେନ୍‌ସିଲଭାନିଆ ସ୍ଥିତ ଘରୁ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। କାର୍ବନ ମନୋକ୍ସାଇଡ୍ ଗ୍ୟାସ୍‌ ଲିକ୍ ହେତୁ ହେଡେନଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ ଜଣେ ବ୍ୟକ୍ତି ସୋଲେବରୀ ଟାଉନସିପ୍ ଘରେ ଚେତାଶୂନ୍ୟ ହୋଇପଡିଥିବା ସୂଚନା ମିଳିଥିଲା। ଚେତାଶୂନ୍ୟ ବ୍ୟକ୍ତି ଜଣକ ୭୬ ବର୍ଷୀୟ ୱାଲ୍ଟର ଜେ ବ୍ଲୁକାସ ବୋଲି ଜଣାପଡିଛି। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପଟେ ଖୋଜାଖୋଜି ପରେ ପୋଲିସକୁ ଘରରୁ ଅଭିନେତ୍ରୀଙ୍କ ମୃତଦେହ ମିଳିଥିଲା।ଏନେଇ ପୋଲିସ କହିଛି ଯେ ଅଗ୍ନିଶମ ବାହୀନି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଘରେ ବହୁ ପରିମାଣର କାର୍ବନ ମନୋକ୍ସାଇଡ୍ ଗ୍ୟାସ୍‌ ଲିକ୍‌ ହୋଇଥିବା ଅଗ୍ନିଶମ କର୍ମଚାରୀ ଜାଣିବାକୁ ପାଇଥିଲା। ଏହି ଗ୍ୟାସ୍‌ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ଏବଂ ଜଣେ ପୋଲିସ କର୍ମଚାରୀ ଚେତାଶୂନ୍ୟ ହୋଇପଡିଥିଲେ। ବର୍ତ୍ତମାନ ଏହି ମାମଲାର ସୋଲେବରୀ ଟାଉନସିପ୍ ପୋଲିସ ଟିମ୍‌ ତଦନ୍ତ ଜାରି ରଖିଛି। 

ଲୋକପ୍ରିୟ ଅଭିନେତ୍ରୀ ଡେଲ୍ ହେଡେନ୍‌ଙ୍କ ଦେହାନ୍ତ, ସନ୍ଦିଗ୍ଧ ଅବସ୍ଥାରେ ଘରୁ ମିଳିଲା ମୃତଦେହ

ମୁମ୍ଵାଇ ୩୦।୧୨; ହଲିଉଡ ଲୋକପ୍ରିୟ ଅଭିନେତ୍ରୀ ତଥା ମଡେଲ ଡେଲ ହେଡେନ୍‌ଙ୍କ ଦେହାନ୍ତ। ଆମେରିକାର ପେନ୍‌ସିଲଭାନିଆ ସ୍ଥିତ ଘରୁ ସନ୍ଦିଗ୍ଧ ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। କାର୍ବନ ମନୋକ୍ସାଇଡ୍ ଗ୍ୟାସ୍‌ ଲିକ୍ ହେତୁ ହେଡେନଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। 

ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ ଜଣେ ବ୍ୟକ୍ତି ସୋଲେବରୀ ଟାଉନସିପ୍ ଘରେ ଚେତାଶୂନ୍ୟ ହୋଇପଡିଥିବା ସୂଚନା ମିଳିଥିଲା। ଚେତାଶୂନ୍ୟ ବ୍ୟକ୍ତି ଜଣକ ୭୬ ବର୍ଷୀୟ ୱାଲ୍ଟର ଜେ ବ୍ଲୁକାସ ବୋଲି ଜଣାପଡିଛି। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେପଟେ ଖୋଜାଖୋଜି ପରେ ପୋଲିସକୁ ଘରରୁ ଅଭିନେତ୍ରୀଙ୍କ ମୃତଦେହ ମିଳିଥିଲା।

ଏନେଇ ପୋଲିସ କହିଛି ଯେ ଅଗ୍ନିଶମ ବାହୀନି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଘରେ ବହୁ ପରିମାଣର କାର୍ବନ ମନୋକ୍ସାଇଡ୍ ଗ୍ୟାସ୍‌ ଲିକ୍‌ ହୋଇଥିବା ଅଗ୍ନିଶମ କର୍ମଚାରୀ ଜାଣିବାକୁ ପାଇଥିଲା। ଏହି ଗ୍ୟାସ୍‌ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ଏବଂ ଜଣେ ପୋଲିସ କର୍ମଚାରୀ ଚେତାଶୂନ୍ୟ ହୋଇପଡିଥିଲେ। ବର୍ତ୍ତମାନ ଏହି ମାମଲାର ସୋଲେବରୀ ଟାଉନସିପ୍ ପୋଲିସ ଟିମ୍‌ ତଦନ୍ତ ଜାରି ରଖିଛି।