ଲୋକସଭା ଆସନ ଦଖଲ ସହ ବଡ଼ ବିଜୟ ନେଇ ବିଜେଡିର ଦମ୍ଭୋକ୍ତି

ଭୁବନେଶ୍ବର: ନିର୍ବାଚନ ଘୋଷଣା ପୂର୍ବରୁ ଫଳାଫଳ ଆକଳନ ନେଇ ରାଜ୍ୟ ରାଜନୀତି ପାରଦ ଉପରମୁହାଁ । ୧୨୮ ବିଧାନସଭା ଓ... The post ଲୋକସଭା ଆସନ ଦଖଲ ସହ ବଡ଼ ବିଜୟ ନେଇ ବିଜେଡିର ଦମ୍ଭୋକ୍ତି appeared first on .

ଲୋକସଭା ଆସନ ଦଖଲ ସହ ବଡ଼ ବିଜୟ ନେଇ ବିଜେଡିର ଦମ୍ଭୋକ୍ତି

ଭୁବନେଶ୍ବର: ନିର୍ବାଚନ ଘୋଷଣା ପୂର୍ବରୁ ଫଳାଫଳ ଆକଳନ ନେଇ ରାଜ୍ୟ ରାଜନୀତି ପାରଦ ଉପରମୁହାଁ । ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନ ଦଖଲ ସହ ବଡ଼ ବିଜୟ ନେଇ ବିଜେଡି ଦମ୍ଭୋକ୍ତି ପ୍ରକାଶ କରିଛି । ସବୁ କ୍ଷେତ୍ରର ରୂପାନ୍ତରଣରେ ଦେଶ ପାଇଁ ରୋଲ୍ ମଡେଲ୍ ସାଜିଛ ଓଡ଼ିଶା। ଯାହା ବିଜେଡିକୁ ବଡ଼ ସଫଳତା ଦେବ ବୋଲି ଦଳୀୟ ନେତା ଯୁକ୍ତି ବାଢୁଛନ୍ତି।  ସର୍ଭେ ରିପୋର୍ଟ ଏହି ଆକଳନକୁ ଅଧିକ ଶକ୍ତିଶାଳୀ କରିଛି । ସେପଟେ ବିଜେଡିରୁ ପ୍ରତ୍ୟାଖ୍ଯାତ ନେତାଙ୍କୁ ବିରୋଧୀ ଆପଣାଇ ନିଜ ଅସ୍ତିତ୍ବ ରକ୍ଷା କରିବାକୁ ଅପଚେଷ୍ଟା କରୁଛନ୍ତି । ବିଜେଡି କଷିଛି ୨୪ ଫଳାଫଳ ଗଣିତ। ଦଖଲ କରିବ ୧୨୮ ବିଧାନସଭା ଓ ୧୮ ଲୋକସଭା ଆସନ। ରୂପାନ୍ତରଣ ସାଜିବ ବଡ଼ଅସ୍ତ୍ର । ନବୀନଙ୍କ ହାତରେ ରହିବ ଶାସନ ଡୋରୀ। ଲଗାତର ନବୀନ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ କରିବେ ରେକର୍ଡ।

୨୦୨୪ରେ ପୁଣି ରାଜ୍ୟରେ ନବୀନ ସରକାର। ଓଡ଼ିଶା ନିର୍ବାଚନ ଇତିହାସର ସବୁ ରେକର୍ଡ ଭାଙ୍ଗି ନବୀନ ରଚିବେ ନୂଆ ଅଧ୍ୟାୟ । 5T ସଂସ୍କାର, ରୂପାନ୍ତରିତ ଓଡ଼ିଶା ନବୀନଙ୍କ ବିକଶିତ ଓଡ଼ିଶାକୁ ଦେଇଛି ନୂଆରୂପ । ନିର୍ବାଚନ ପ୍ରସ୍ତୁତି ସହ ଗାଁଠାରୁ ସହର ଯାଏ ଚାଲିଛି ରୂପାନ୍ତରଣ । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନଠାରୁ ଆରମ୍ଭ କରି ଶିଳ୍ପସମୃଦ୍ଧ ଓଡ଼ିଶା ଯାଏ ନୂଆଯୁଗ ଆରମ୍ଭ ହୋଇଛି । ସବୁଥିରେ ଆସିଛି ବୈପ୍ଲବିକ ପରିବତ୍ତର୍ନ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଞ୍ଜୀବନୀ ସାଜିଥିବା ବେଳେ କାଳିଆ, ମେକ୍ ଇନ୍ ଓଡ଼ିଶା, ମିଶନ ଶକ୍ତି ପରି ବିଭିନ୍ନ ଜନ କଲ୍ୟାଣ ଯୋଜନା ଓଡ଼ିଶାବାସୀଙ୍କ ଜୀବନ ଜୀବିକାର ବିକାଶ କରିଛି । କଥା କମ୍, କାମ ଅଧିକ ଜରିଆରେ ନବୀନ ସାଢ଼େ  ୪ କୋଟି ଓଡ଼ିଆଙ୍କୁ ନିଜର ପରିବାର ଭାବି ସେବା  କରୁଛନ୍ତି । ତେଣୁ ନବୀନଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବାକୁ ମନସ୍ଥ କରିଛନ୍ତି ଓଡ଼ିଶାବାସୀ । ଦେଶର ରାଜନୀତିରେ ନବୀନ ରେକର୍ଡ କରିବେ ବୋଲି ଦଳ ଦୋହରାଇଛି।

ଅନ୍ୟପଟେ ବିଜେଡିରୁ ପ୍ରତ୍ୟାଖ୍ୟାତ ଜନବିରୋଧୀ ନେତାଙ୍କୁ ମୁଖ୍ୟ ବିରୋଧୀ ବିଜେପି ଗ୍ରହଣ କରିବା ପରେ କଡ଼ା ସମାଲୋଚନା କରିଛି କଂଗ୍ରେସ । ଦଳର ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବିଜେପି ସଫା ହୋଇଯିବ। ସେହିପରି ବିଜେପିକୁ ଓଡ଼ିଶାବାସୀ କେବେ ଗ୍ରହଣ କରିବେ ନାହିଁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ବିଜେପିକୁ ହିସାବ ମାଗିଛି କଂଗ୍ରେସ । ରାଜନୈତିକ ସମୀକ୍ଷକଙ୍କ ମତରେ ବିରୋଧୀ ଯେତେ ଯାହା କଲେ ବି ଓଡ଼ିଶାରେ ବିଜେଡି ସବୁଠାରୁ ଶକ୍ତିଶାଳୀ ଦଳ । ୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲ କରିବା ସହ ବିଜେଡି ଭୋଟହାର ବୃଦ୍ଧି ପାଇଛି । ଏହି ଧାରା ଜାରି ରହିବ ବୋଲି ଶାସକ ଦଳ ଦମ୍ଭୋକ୍ତି ପ୍ରକାଶ କରିବା ପରେ ବିରୋଧୀ ଛାନିଆ ହୋଇପଡ଼ିଛନ୍ତି। ଟିକେଟ ପାଇଁ ୧୦ ହଜାର ଆବେଦନ, ବିଜେଡିର ଲୋକପ୍ରିୟତାର ବଡ଼ ସଙ୍କେତ ବୋଲି ଚର୍ଚ୍ଚା ହେଉଛି।

 

The post ଲୋକସଭା ଆସନ ଦଖଲ ସହ ବଡ଼ ବିଜୟ ନେଇ ବିଜେଡିର ଦମ୍ଭୋକ୍ତି appeared first on .