ଲୋନ ନେବା ପାଇଁ ମୃତ ବ୍ୟକ୍ତିଙ୍କୁ ହ୍ଵିଲଚେୟାରରେ ବସାଇ ବ୍ୟାଙ୍କ ଆଣିଲେ ମହିଳା, ସାମ୍ନାକୁ ଆସିଲା ଭିଡିଓ
ମୁମ୍ଵାଇ ୧୯।୦୪: ବ୍ରାଜିଲର ଜଣେ ମହିଳା ଋଣ ପାଇଁ ଜଣେ ମୃତ ବ୍ୟକ୍ତିଙ୍କୁ ହ୍ୱିଲ୍ଚେୟାରରେ ବସାଇ ବ୍ୟାଙ୍କ୍କୁ ଆଣିଛନ୍ତି । ୬୮ ବର୍ଷୀୟ ମୃତ ବ୍ୟକ୍ତିଙ୍କ ଦସ୍ତଖତ ଜରିଆରେ ଋଣ ନେବାକୁ ଚେଷ୍ଟା କରି ସେ ହୋଇଛନ୍ତି । ଘଟଣାଟି ରିଓ ସବର୍ବର । ଗିରଫ ମହିଳା ହେଉଛନ୍ତି ଏରିକା ଭିରା ନ୍ୟୁନ୍ସ । କିଛି ଘଣ୍ଟା ପୂର୍ବରୁ ଦେହାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ବ୍ୟାଙ୍କ୍କୁ ଆଣି ସେ ନିଜ ଦାଦା ବୋଲି ପରିଚୟ ଦେଲେ । ମୃତକଙ୍କ ଦସ୍ତଖତ ନେଇ ୨.୭୧ ଲକ୍ଷର ଋଣ କରିବାକୁ ସେ ଚାହୁଁଥିଲେ । ଏଥିପାଇଁ ସେ ମୃତକଙ୍କ ହାତରେ ଏକ କଲମ ଧରାଇଲେ ଏବଂ ଦସ୍ତଖତ ଲାଗି ତାଙ୍କ ହାତକୁ ଚଲାଇଲେ, କିନ୍ତୁ ବ୍ୟକ୍ତିଙ୍କର କୌଣସି ପ୍ରତିକ୍ରିୟା ନ ଥିଲା । ପ୍ରତିକ୍ରିୟା ପାଇବା ପାଇଁ ସେ ଦାଦାଙ୍କୁ କହିଲେ, ଦାଦା ତୁମେ ଶୁଣୁଛ? ତୁମକୁ ଦସ୍ତଖତ କରିବାକୁ ପଡ଼ିବ ।’ ଏହା ପରେ ଦାଦାଙ୍କ ପାଇଁ ନିଜେ ଦସ୍ତଖତ କରିବାକୁ ବ୍ୟାଙ୍କ୍ କର୍ମଚାରୀଙ୍କୁ ନ୍ୟୁନ୍ସ ପ୍ରସ୍ତାବ ଦେଲେ । ଆହୁରି କହିଲେ ‘ଦାଦା, ତୁମ ଦେହ ଯଦି ଠିକ୍ ନାହିଁ, ମୁଁ ତୁମକୁ ହସ୍ପିଟାଲ ନେଇଯିବି।’ ଦାଦାଙ୍କ ମଳିନ ଚେହେରା ବିଷୟରେ ପଚାରିବାରୁ ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ନ୍ୟୁନ୍ସ କହିଲେ । କିନ୍ତୁ ନ୍ୟୁନ୍ସ ଯେତେବେଳେ ମୃତକଙ୍କ ଦେହରୁ ହାତ କାଢ଼ିନେଲେ, ତାଙ୍କ ମୁଣ୍ଡ ପଛକୁ ଝୁଲିପଡ଼ିଲା । ଏହା ଦେଖି ବ୍ୟାଙ୍କ୍ କର୍ମଚାରୀଙ୍କ ମନରେ ସନ୍ଦେହ ଜାତ ହେଲା। ସେମାନେ ସଙ୍ଗେସଙ୍ଗେ ପୁଲିସ
ମୁମ୍ଵାଇ ୧୯।୦୪: ବ୍ରାଜିଲର ଜଣେ ମହିଳା ଋଣ ପାଇଁ ଜଣେ ମୃତ ବ୍ୟକ୍ତିଙ୍କୁ ହ୍ୱିଲ୍ଚେୟାରରେ ବସାଇ ବ୍ୟାଙ୍କ୍କୁ ଆଣିଛନ୍ତି । ୬୮ ବର୍ଷୀୟ ମୃତ ବ୍ୟକ୍ତିଙ୍କ ଦସ୍ତଖତ ଜରିଆରେ ଋଣ ନେବାକୁ ଚେଷ୍ଟା କରି ସେ ହୋଇଛନ୍ତି । ଘଟଣାଟି ରିଓ ସବର୍ବର । ଗିରଫ ମହିଳା ହେଉଛନ୍ତି ଏରିକା ଭିରା ନ୍ୟୁନ୍ସ । କିଛି ଘଣ୍ଟା ପୂର୍ବରୁ ଦେହାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ବ୍ୟାଙ୍କ୍କୁ ଆଣି ସେ ନିଜ ଦାଦା ବୋଲି ପରିଚୟ ଦେଲେ । ମୃତକଙ୍କ ଦସ୍ତଖତ ନେଇ ୨.୭୧ ଲକ୍ଷର ଋଣ କରିବାକୁ ସେ ଚାହୁଁଥିଲେ । ଏଥିପାଇଁ ସେ ମୃତକଙ୍କ ହାତରେ ଏକ କଲମ ଧରାଇଲେ ଏବଂ ଦସ୍ତଖତ ଲାଗି ତାଙ୍କ ହାତକୁ ଚଲାଇଲେ, କିନ୍ତୁ ବ୍ୟକ୍ତିଙ୍କର କୌଣସି ପ୍ରତିକ୍ରିୟା ନ ଥିଲା ।
ପ୍ରତିକ୍ରିୟା ପାଇବା ପାଇଁ ସେ ଦାଦାଙ୍କୁ କହିଲେ, ଦାଦା ତୁମେ ଶୁଣୁଛ? ତୁମକୁ ଦସ୍ତଖତ କରିବାକୁ ପଡ଼ିବ ।’ ଏହା ପରେ ଦାଦାଙ୍କ ପାଇଁ ନିଜେ ଦସ୍ତଖତ କରିବାକୁ ବ୍ୟାଙ୍କ୍ କର୍ମଚାରୀଙ୍କୁ ନ୍ୟୁନ୍ସ ପ୍ରସ୍ତାବ ଦେଲେ । ଆହୁରି କହିଲେ ‘ଦାଦା, ତୁମ ଦେହ ଯଦି ଠିକ୍ ନାହିଁ, ମୁଁ ତୁମକୁ ହସ୍ପିଟାଲ ନେଇଯିବି।’ ଦାଦାଙ୍କ ମଳିନ ଚେହେରା ବିଷୟରେ ପଚାରିବାରୁ ତାଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ନ୍ୟୁନ୍ସ କହିଲେ । କିନ୍ତୁ ନ୍ୟୁନ୍ସ ଯେତେବେଳେ ମୃତକଙ୍କ ଦେହରୁ ହାତ କାଢ଼ିନେଲେ, ତାଙ୍କ ମୁଣ୍ଡ ପଛକୁ ଝୁଲିପଡ଼ିଲା । ଏହା ଦେଖି ବ୍ୟାଙ୍କ୍ କର୍ମଚାରୀଙ୍କ ମନରେ ସନ୍ଦେହ ଜାତ ହେଲା। ସେମାନେ ସଙ୍ଗେସଙ୍ଗେ ପୁଲିସ ଡାକିଲେ ।
ପୁଲିସ ସେଠାରେ ପହଞ୍ଚି ଜାଲିଆତି ମାମଲାରେ ନ୍ୟୁନ୍ସଙ୍କୁ ଗିରଫ କଲା । ପରବର୍ତ୍ତୀ ପରୀକ୍ଷଣ ଲାଗି ମୃତକଙ୍କୁ ମୁର୍ଦ୍ଦାଘରକୁ ନିଆଗଲା । ନ୍ୟୁନ୍ସଙ୍କ ଓକିଲ କହିଛନ୍ତି, ବ୍ୟକ୍ତିଙ୍କ ମୃତ୍ୟୁ ବ୍ୟାଙ୍କ୍ରେ ହୋଇଥିଲା । କିନ୍ତୁ ପୁଲିସ ଫରେନ୍ସିକ ଯାଞ୍ଚ୍ କହୁଛି ଯେ ସେ ପୂର୍ବରୁ ମରିଥିଲେ । ସେପଟେ ପୁଲିସ କହିଛି, ବ୍ୟାଙ୍କ୍କୁ ଆସିବା ପୂର୍ବରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ନ୍ୟୁନ୍ସ କେବଳ ତାଙ୍କଠୁ ଦସ୍ତଖତ ନେଇ ଲୋନ୍ ନେବାକୁ ଚେଷ୍ଟା କରୁଥିଲେ । ବ୍ୟକ୍ତିଙ୍କ ମୃତ୍ୟୁ କେମିତି ହେଲା ଏବଂ ନ୍ୟୁନ୍ସଙ୍କ ସହ ତାଙ୍କ ସମ୍ପର୍କ କ’ଣ ତାହା ପୁଲିସ ଯାଞ୍ଚ୍ କରୁଛି ।