ଲୋମଟାଙ୍କୁରା କାହାଣୀ ବଖାଣିଲେ ବିମାନ ଦୁର୍ଘଟଣାରେ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି

ସାରା ଦେଶକୁ ସ୍ତବ୍ଧ କରିଛି ଅହମ୍ମଦାବାଦର ଭୟାବହ ବିମାନ ଦୁର୍ଘଟଣା । ମଙ୍ଗଳବାର ଅପରାହ୍ନରେ ଏୟାର ଇଣ୍ଡିଆର ବିମାନ- ବୋଇଂ ୭୮୭-୮ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଜନବସତିପୂର୍ଣ୍ଣ ମେଘାନୀ ଅଞ୍ଚଳରେ ଥିବା ଏକ ମେଡିକାଲ କଲେଜ ହଷ୍ଟେଲ ଓ ଏହା ସଂଲଗ୍ନ ପରିସରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦର ଅଭିମୁଖେ ଏହି ବିମାନ ଅପରାହ୍ନ […] The post ଲୋମଟାଙ୍କୁରା କାହାଣୀ ବଖାଣିଲେ ବିମାନ ଦୁର୍ଘଟଣାରେ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି appeared first on KNews Odisha.

ଲୋମଟାଙ୍କୁରା କାହାଣୀ ବଖାଣିଲେ ବିମାନ ଦୁର୍ଘଟଣାରେ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି
man

ସାରା ଦେଶକୁ ସ୍ତବ୍ଧ କରିଛି ଅହମ୍ମଦାବାଦର ଭୟାବହ ବିମାନ ଦୁର୍ଘଟଣା । ମଙ୍ଗଳବାର ଅପରାହ୍ନରେ ଏୟାର ଇଣ୍ଡିଆର ବିମାନ- ବୋଇଂ ୭୮୭-୮ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଜନବସତିପୂର୍ଣ୍ଣ ମେଘାନୀ ଅଞ୍ଚଳରେ ଥିବା ଏକ ମେଡିକାଲ କଲେଜ ହଷ୍ଟେଲ ଓ ଏହା ସଂଲଗ୍ନ ପରିସରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲଣ୍ଡନର ଗାଟୱିକ୍ ବିମାନବନ୍ଦର ଅଭିମୁଖେ ଏହି ବିମାନ ଅପରାହ୍ନ ୧ଟା ୩୮ମିନିଟ୍ ରେ ଉଡ଼ାଣ ଭରିଥିଲା । ଏହାର ୫ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଖଣ୍ଡ ଖଣ୍ଡ ହୋଇ ଜଳିଯାଇଥିବା ବେଳେ କେବଳ ଜଣକୁ ବାଦ୍ ଦେଲେ ଅନ୍ୟ କୌଣସି ଯାତ୍ରୀ ବଞ୍ଚିନଥିବା ସମ୍ଭାବନା ନଥିବା ଅହମ୍ମଦାବାଦ ପୋଲିସ୍ କମିସନର କହିଥିଲେ ।

ହେଲେ କଥାରେ ଅଛି ରଖେ ହରି ତ ମାରେ କିଏ? ଭାଗ୍ୟ ଯଦି ସାଥ୍ ଦିଏ ନା କେହି କିଛି ବିଗାଡି ପାରନ୍ତିନାହିଁ । ସେମାନଙ୍କ ଭାଗ୍ୟ ଏମିତି ଟାଣ ଥାଏ ଯେ ଯେତେ ବଡ ଧରଣର ବିପଦ ଆସିଲେ ବି ସେମାନେ ତରିଯାନ୍ତି । ମୃତ୍ୟୁ କୁ ଯେମିତି ଜୟ କରିଯାନ୍ତି । ଯାହା ଦେଖିବାକୁ ମିଳିଛି ଅହମ୍ମଦାବାଦର ଭୟାବହ ବିମାନ ଦୁର୍ଘଟଣାରେ । ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ସୌଭାଗ୍ୟକ୍ରମେ ଜଣେ ମାତ୍ର ଯାତ୍ରୀ ବଞ୍ଚିଯାଇଛନ୍ତି । ଏନେଇ ଅହମ୍ମଦାବାଦ ପୋଲିସ୍ କମିସନର ଜିଏସ ମଲ୍ଲିକ ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ ନାଁ ରମେଶ ବିଶ୍ୱାସ କୁମାର ବଚୁରୱାଡ଼ା । ତାଙ୍କୁ ସିଟ୍ ନଂ 11Aରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତାଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଛି । ଉଦ୍ଧାର ପରେ ସେ ନିଜେ ଚାଲି ଚାଲି ଦୁର୍ଘଟଣାସ୍ଥଳରୁ ବାହାରିଥିଲେ । ରାସ୍ତାରେ ତାଙ୍କୁ ଦେଖି ସଭିଏଁ ଚକିତ ହୋଇଯାଇଥିଲେ । ଏହାପରେ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ୪୦ ବର୍ଷୀୟ ବିଶ୍ୱାସ କୁମାର ନୂଆ ଜୀବନ ପାଇବା ପରେ, ନିଜେ ଲୋକଟାଙ୍କୁରା କାହାଣୀ ବଖାଣିଛନ୍ତି । ସେ କହିଛନ୍ତି, ଉଡ଼ାଣ ଆରମ୍ଭ ହେବାର ୩୦ ସେକେଣ୍ଡ ପରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ତା’ପରେ ବିମାନଟି ବ୍ଳାଷ୍ଟ ହୋଇଥିଲା । ଏସବୁ ଏତେ ଶୀଘ୍ର ଘଟିଥିଲା ଯେ କାହା ପାଖରେ ନିଜକୁ ବଞ୍ଚାଇବା ପାଇଁ ଟିକେ ସମୟ ବି ନଥିଲା । ବିଶ୍ୱାସ କୁମାର କହିଛନ୍ତି ଯେତେବେଳେ ସେ ଉଠିଲେ, ତାଙ୍କ ଚାରିପାଖରେ ମୃତଦେହ ସବୁ ପଡ଼ିରହିଥିଲା । ଯାହାକୁ ଦେଖି ସେ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇ ଆସିଥିଲେ । ତେବେ ବ୍ରିଟିଶ ନାଗରିକ ବିଶ୍ୱାସ କିଛି ଦିନ ପାଇଁ ତାଙ୍କ ପରିବାରକୁ ଭେଟିବାକୁ ଭାରତ ଆସିଥିଲେ । ତାଙ୍କ ଭାଇ ଅଜୟ କୁମାର ରମେଶଙ୍କ ସହିତ ବ୍ରିଟେନ ଫେରୁଥିଲେ । ବିଶ୍ୱାସ କହିଛନ୍ତି,ସେ ୨୦ ବର୍ଷ ଧରି ଲଣ୍ଡନରେ ରହୁଛନ୍ତି । ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ମଧ୍ୟ ଲଣ୍ଡନରେ ରହୁଛନ୍ତି ।

ସେପଟେ ଏଆଇ -୧୭୧ ବିମାନ କ୍ରାସ୍ ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିଛି ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆ ପାଇଁ ଏହା ଏକ ଘଡ଼ିସନ୍ଧି ଓ କଠିନ ସମୟ ବୋଲି କହିଛନ୍ତି କମ୍ପାନୀର ଏମଡି ଓ ସିଇଓ କ୍ୟାମ୍ପବେଲ ୱିଲସନ । ବିମାନରେ ଥିବା ଯାତ୍ରୀ, କ୍ରିୟୁ ସଦସ୍ୟ ଓ ସେମାନଙ୍କ ପରିବାରକୁ ସହାୟତା କରିବା ଆମର ବଡ଼ ଦାୟିତ୍ୱ ବୋଲି ସେ କହିଛନ୍ତି ।

ଆହୁରି ପଢନ୍ତୁ: ଅହମ୍ମଦାବାଦ ବିମାନ ଦୁର୍ଘଟଣା : ଅଧାରେ ରହିଗଲା ସୁଖ, ସ୍ବାମୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଚାଲିଗଲା ନବ ବଧୂଙ୍କ…

The post ଲୋମଟାଙ୍କୁରା କାହାଣୀ ବଖାଣିଲେ ବିମାନ ଦୁର୍ଘଟଣାରେ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି appeared first on KNews Odisha.