ଭୀଷଣ ନିଆଁ କବଳରେ ରାୟପୁରର ବିଦ୍ୟୁତ୍‌ କାର୍ଯ୍ୟାଳୟ, ୧୫୦୦ ଟ୍ରାନ୍ସଫର୍ମର ଜଳି ପାଉଁଶ

ଛତିଶଗଡ ରାଜଧାନୀ ରାୟପୁରରେ ଶୁକ୍ରବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ବିଦ୍ୟୁତ ବିଭାଗର ସବ୍‌-ଡିଭିଜନ ଅଫିସ୍‌ରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଏତେ ଭୟାବହ ରହିଛି ଯେ ଅନେକ କିଲୋମିଟର ଦୂର ପର୍ଯ୍ୟନ୍ତ ଧୂଆଁ ଉଠୁଥିବାର ଦେଖାଯାଉଛି । ଏପଟେ ଜୋରଦାର ବିସ୍ଫୋରଣ ସହିତ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକମାନେ ଜୀବନ ବିକଳରେ ଏଣେତେଣେ ଦୌଡ଼ିଥିଲେ । ଘଟଣା ବିଷୟରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର […] The post ଭୀଷଣ ନିଆଁ କବଳରେ ରାୟପୁରର ବିଦ୍ୟୁତ୍‌ କାର୍ଯ୍ୟାଳୟ, ୧୫୦୦ ଟ୍ରାନ୍ସଫର୍ମର ଜଳି ପାଉଁଶ appeared first on KNews Odisha.

ଭୀଷଣ ନିଆଁ କବଳରେ ରାୟପୁରର ବିଦ୍ୟୁତ୍‌ କାର୍ଯ୍ୟାଳୟ, ୧୫୦୦ ଟ୍ରାନ୍ସଫର୍ମର ଜଳି ପାଉଁଶ
fire

ଛତିଶଗଡ ରାଜଧାନୀ ରାୟପୁରରେ ଶୁକ୍ରବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ବିଦ୍ୟୁତ ବିଭାଗର ସବ୍‌-ଡିଭିଜନ ଅଫିସ୍‌ରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଏତେ ଭୟାବହ ରହିଛି ଯେ ଅନେକ କିଲୋମିଟର ଦୂର ପର୍ଯ୍ୟନ୍ତ ଧୂଆଁ ଉଠୁଥିବାର ଦେଖାଯାଉଛି । ଏପଟେ ଜୋରଦାର ବିସ୍ଫୋରଣ ସହିତ ନିଆଁ ଲାଗିବା ପରେ ସ୍ଥାନୀୟ ଲୋକମାନେ ଜୀବନ ବିକଳରେ ଏଣେତେଣେ ଦୌଡ଼ିଥିଲେ ।

ଘଟଣା ବିଷୟରେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଏହାପରେ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛି । ଏହି ଘଟଣା ଗୁଢ଼ିୟାରୀ ଥାନା ଅଞ୍ଚଳରେ ଘଟିଥିବା ସୂଚନା ରହିଛି ।

ସୂଚନା ମୁତାବକ, ଏଠାରେ ସବ୍-ଡିଭିଜନ୍ ଅଫିସ୍‌ରେ ଟ୍ରାନ୍ସଫର୍ମରରେ ସର୍ଟ ସର୍କିଟ ଯୋଗୁ ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁ ଚାହୁଁ ନିଆଁ ବିକଟାଳ ରୂପ ଧାରଣ କରିଥିଲା । ତେବେ ଆଶ୍ୱସ୍ତିକର କଥା ଯେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ସବ-ଡିଭିଜନ ଅଫିସ୍‌ରେ ୬୦୦୦ ଟ୍ରାନ୍ସଫର୍ମର ରଖାଯାଇଥିବା ବେଳେ ସେଥିମଧ୍ୟରୁ ୧୫୦୦ଟି ଜଳି ପାଉଁଶ ହୋଇଯାଇଛି ।

ସ୍ଥିତିକୁ ନଜରରେ ରଖି ପୋଲିସ ସବ-ଡିଭିଜନ ଅଫିସ୍‌ ସଂଲଗ୍ନ ରାସ୍ତା ବନ୍ଦ କରିଦେଇଛି । ନିଆଁର ପ୍ରକୋପ ବଢ଼ୁଥିବାରୁ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛି ।

ଅଧିକାରୀଙ୍କ ମୁତାବକ, ଏହି ଅଗ୍ନିକାଣ୍ଡରେ ବିଦ୍ୟୁତ୍ ବିଭାଗକୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେବା ଆଶଙ୍କା କରାଯାଉଛି । ପ୍ରାଥମିକ ସ୍ତରରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି । କିନ୍ତୁ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ।

The post ଭୀଷଣ ନିଆଁ କବଳରେ ରାୟପୁରର ବିଦ୍ୟୁତ୍‌ କାର୍ଯ୍ୟାଳୟ, ୧୫୦୦ ଟ୍ରାନ୍ସଫର୍ମର ଜଳି ପାଉଁଶ appeared first on KNews Odisha.