ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ରଣନୀତି, ସୋନିଆ ଯିବେ ରାଜ୍ୟ ସଭା! ପ୍ରିୟଙ୍କାଙ୍କୁ ନେଇ ବି ହେଉଛି…

ନୂଆଦିଲ୍ଲୀ,୩୦।୧: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନୂ ପୂର୍ବରୁ ଚର୍ଚ୍ଚାରେ କଂଗ୍ରେସର ନୂଆ ରଣନୀତି। ଦଳର ନେତା ସୋନିଆ ଗାନ୍ଧୀ ଅଥବା ପ୍ରିୟଙ୍କା ଗାନ୍ଧୀ ରାଜ୍ୟ ସଭା ଯାଇପାରନ୍ତି। ଏନେଇ ହିମାଚଳ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ ସଙ୍କେତ ଦେଇଛନ୍ତି। ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହି ଆସନ ଲାଗି ସୋନିଆ ନଚେତ ପ୍ରିୟଙ୍କାଙ୍କ ସହ ଆଲୋଚନା କରାଯିବ, ଯଦି ସେମାନେ ଚାହିଁବେ ତେବେ ଏହି ଆସନ ତାଙ୍କୁ […] The post ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ରଣନୀତି, ସୋନିଆ ଯିବେ ରାଜ୍ୟ ସଭା! ପ୍ରିୟଙ୍କାଙ୍କୁ ନେଇ ବି ହେଉଛି… appeared first on Dharitri Odia News.

ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ରଣନୀତି, ସୋନିଆ ଯିବେ ରାଜ୍ୟ ସଭା! ପ୍ରିୟଙ୍କାଙ୍କୁ ନେଇ ବି ହେଉଛି…

ନୂଆଦିଲ୍ଲୀ,୩୦।୧: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନୂ ପୂର୍ବରୁ ଚର୍ଚ୍ଚାରେ କଂଗ୍ରେସର ନୂଆ ରଣନୀତି। ଦଳର ନେତା ସୋନିଆ ଗାନ୍ଧୀ ଅଥବା ପ୍ରିୟଙ୍କା ଗାନ୍ଧୀ ରାଜ୍ୟ ସଭା ଯାଇପାରନ୍ତି। ଏନେଇ ହିମାଚଳ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ ସଙ୍କେତ ଦେଇଛନ୍ତି। ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏହି ଆସନ ଲାଗି ସୋନିଆ ନଚେତ ପ୍ରିୟଙ୍କାଙ୍କ ସହ ଆଲୋଚନା କରାଯିବ, ଯଦି ସେମାନେ ଚାହିଁବେ ତେବେ ଏହି ଆସନ ତାଙ୍କୁ ମିଳିପାରେ ବୋଲି ପ୍ରତିଭା ମଙ୍ଗଳବାର କହିଛନ୍ତି।

କହିରଖୁଛୁ, ୨୦୧୮ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ବିଜୟ ପରେ ନଡ୍ଡାଙ୍କୁ ରାଜ୍ୟ ସଭା ପଠାଯାଇଥିଲା। ଏବେ ଏପ୍ରିଲ ୨ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେବେ ୨୦୨୨ରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଭାଜପାକୁ ହରାଇ ବିଜେତା ହୋଇଥିଲା। ୬୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୪୦ ବିଧାୟକ ଅଛନ୍ତି। ଏଣୁ ଏହି ଆସନରୁ ରାଜ୍ୟ ସଭା ଲାଗି କଂଗ୍ରେସର ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି। ଅପରପକ୍ଷେ ସୋନିଆ ୨୦୧୯ରେ ରାଏବରେଲି ଆସନରୁ ଲୋକ ସଭା ନିର୍ବାଚନ ଲଢ଼ିଥିଲେ। ସେହିଭଳି ପ୍ରିୟଙ୍କା ଏଯାବତ ସଂସଦର କୌଣସି ବି ଗୃହରେ ସଦସ୍ୟ ହୋଇନାହାନ୍ତି। ଏଣୁ ପ୍ରତିଭାଙ୍କ ବୟାନ ପରେ ଦଳ ଏ ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ନିର୍ବାଚନରେ ଛିଡ଼ା କରିପାରେ ବୋଲି ଆଲୋଚନା ଜୋର ଧରିଛି।

The post ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ନୂଆ ରଣନୀତି, ସୋନିଆ ଯିବେ ରାଜ୍ୟ ସଭା! ପ୍ରିୟଙ୍କାଙ୍କୁ ନେଇ ବି ହେଉଛି… appeared first on Dharitri Odia News.