ଲୋକ ସଭା ନିର୍ବାଚନ ମଝିରେ ଦୁଃଖଦ ଖବର: ହୃଦ୍‌ଘାତରେ ଆଖି ବୁଜିଲେ ବିଧାୟକ

ଚଣ୍ଡିଗଡ଼,୨୫।୫: ଲୋକ ସଭା ନିର୍ବାଚନ ମଧ୍ୟରେ ହରିୟାଣାରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ରାଜ୍ୟର ଗୁରୁଗ୍ରାମର ବାଦଶାହାପୁର ବିଧାନସଭା ଆସନରୁ ବିଧାୟକ ରାକେଶ ଦୌଲତାବାଦଙ୍କ ମୃତ୍ୟୁ ଘଟିଛି। ଶନିବାର ସକାଳ ୧୦.୩୦ରେ ତାଙ୍କୁ ହୃଦ୍‌ଘାତ ଆସିଥିଲା, ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାକେଶ ୨୦୧୯ରେ ବିଧାନସଭା ନିର୍ବାଚନରେ ବାଦଶାହାପୁର ଆସନରୁ ସ୍ବାଧୀନ ଭାବେ ଲଢ଼ି ନିର୍ବାଚନ ଜିତିଥିଲେ, ସେତେବେଳେ ସେ ଭାଜପା ପ୍ରାର୍ଥୀ ମନିଷ ଯାଦବଙ୍କୁ ହରାଇଥିଲେ। […] The post ଲୋକ ସଭା ନିର୍ବାଚନ ମଝିରେ ଦୁଃଖଦ ଖବର: ହୃଦ୍‌ଘାତରେ ଆଖି ବୁଜିଲେ ବିଧାୟକ appeared first on Dharitri Odia News.

ଲୋକ ସଭା ନିର୍ବାଚନ ମଝିରେ ଦୁଃଖଦ ଖବର: ହୃଦ୍‌ଘାତରେ ଆଖି ବୁଜିଲେ ବିଧାୟକ

ଚଣ୍ଡିଗଡ଼,୨୫।୫: ଲୋକ ସଭା ନିର୍ବାଚନ ମଧ୍ୟରେ ହରିୟାଣାରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ରାଜ୍ୟର ଗୁରୁଗ୍ରାମର ବାଦଶାହାପୁର ବିଧାନସଭା ଆସନରୁ ବିଧାୟକ ରାକେଶ ଦୌଲତାବାଦଙ୍କ ମୃତ୍ୟୁ ଘଟିଛି। ଶନିବାର ସକାଳ ୧୦.୩୦ରେ ତାଙ୍କୁ ହୃଦ୍‌ଘାତ ଆସିଥିଲା, ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ରାକେଶ ୨୦୧୯ରେ ବିଧାନସଭା ନିର୍ବାଚନରେ ବାଦଶାହାପୁର ଆସନରୁ ସ୍ବାଧୀନ ଭାବେ ଲଢ଼ି ନିର୍ବାଚନ ଜିତିଥିଲେ, ସେତେବେଳେ ସେ ଭାଜପା ପ୍ରାର୍ଥୀ ମନିଷ ଯାଦବଙ୍କୁ ହରାଇଥିଲେ। ଏହାପରେ ସେ ବିଧାନସଭାରେ ଭାଜପାକୁ ସମର୍ଥନ ଦେଇଥିଲେ। ହରିୟାଣାରେ ଶାସକ ପରିବର୍ତ୍ତନ ହେବା ପରେ ସେ ନିଜର ସମର୍ଥନ ଜାରି ରଖିଥିଲେ।

ରାକେଶଙ୍କ ଦୁଇ ସନ୍ତାନ ରହିଛନ୍ତି। ଦୁଇ ବର୍ଷ ପୂର୍ବେ କରୋନାରେ ପୀଡ଼ିତ ହୋଇ ତାଙ୍କ ସାନ ଭାଇଙ୍କ ମୃତ୍ୟୁ ହୋଇଥିଲା। ଏବେ ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ଶୋକବ୍ୟକ୍ତ କରିଛନ୍ତି।

The post ଲୋକ ସଭା ନିର୍ବାଚନ ମଝିରେ ଦୁଃଖଦ ଖବର: ହୃଦ୍‌ଘାତରେ ଆଖି ବୁଜିଲେ ବିଧାୟକ appeared first on Dharitri Odia News.