ଲୋକ ସଭା ସରୁ ସରୁ ଭାଜପା ଆକ୍ଟିଭ, ବିଧାନସଭା ନିର୍ବାଚନ ପାଇଁ ଜାରି କଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୧୩।୬: ଭାରତୀୟ ଜନତା ପାର୍ଟି (ଭାଜପା) ତିନୋଟି ରାଜ୍ୟରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହିମାଚଳ ପ୍ରଦେଶର ଦେହରରୁ ହୋଶିଆର ସିଂ ଚମ୍ବୟାଲ, ହମିରପୁରର ଆଶିଷ ଶର୍ମା ଏବଂ ନାଲଗଡରୁ କୃଷ୍ଣ ଲାଲ ଠାକୁରଙ୍କ ନାମ ଭାଜପା ଘୋଷଣା କରିଛି। ମଧ୍ୟପ୍ରଦେଶର ଆସନ ଅମରୱାଡାରୁ କମଲେଶ ଶାହାଙ୍କୁ ଭାଜପା ଟିକେଟ […] The post ଲୋକ ସଭା ସରୁ ସରୁ ଭାଜପା ଆକ୍ଟିଭ, ବିଧାନସଭା ନିର୍ବାଚନ ପାଇଁ ଜାରି କଲା ପ୍ରାର୍ଥୀ ତାଲିକା appeared first on Dharitri Odia News.

ଲୋକ ସଭା ସରୁ ସରୁ ଭାଜପା ଆକ୍ଟିଭ, ବିଧାନସଭା ନିର୍ବାଚନ ପାଇଁ ଜାରି କଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୧୩।୬: ଭାରତୀୟ ଜନତା ପାର୍ଟି (ଭାଜପା) ତିନୋଟି ରାଜ୍ୟରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହିମାଚଳ ପ୍ରଦେଶର ଦେହରରୁ ହୋଶିଆର ସିଂ ଚମ୍ବୟାଲ, ହମିରପୁରର ଆଶିଷ ଶର୍ମା ଏବଂ ନାଲଗଡରୁ କୃଷ୍ଣ ଲାଲ ଠାକୁରଙ୍କ ନାମ ଭାଜପା ଘୋଷଣା କରିଛି।
ମଧ୍ୟପ୍ରଦେଶର ଆସନ ଅମରୱାଡାରୁ କମଲେଶ ଶାହାଙ୍କୁ ଭାଜପା ଟିକେଟ ଦେଇଛି। ଯେତେବେଳେ କି ରାଜେନ୍ଦ୍ର ସିଂ ଭଣ୍ଡାରୀଙ୍କୁ ଉତ୍ତରାଖଣ୍ଡର ବଦ୍ରିନାଥ ଆସନ ପାଇଁ ପ୍ରାର୍ଥୀ କରାଯାଇଛି ଏବଂ କର୍ତର ସିଂ ଭଦାନାଙ୍କୁ ମାଙ୍ଗାଲୋର ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛି।

The post ଲୋକ ସଭା ସରୁ ସରୁ ଭାଜପା ଆକ୍ଟିଭ, ବିଧାନସଭା ନିର୍ବାଚନ ପାଇଁ ଜାରି କଲା ପ୍ରାର୍ଥୀ ତାଲିକା appeared first on Dharitri Odia News.