ଲୋକ ସଭା ସହ ୪ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଦେଶର ସମସ୍ତ ୫୪୩ ଟି ଆସନ ପାଇଁ ଭୋଟ ଦେବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଲୋକ ସଭା ନିର୍ବାଚନ ସହିତ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଅରୁଣାଚଳ ପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ସିକ୍କିମରେ ହେବାକୁ ଥିବା ବିଧାନସଭା ପାଇଁ ନିର୍ବାଚନ ତାରିଖ ପ୍ରକାଶ ପାଇଛି। ଲୋକ ସଭା ନିର୍ବାଚନ ସହିତ ଏଠାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି […] The post ଲୋକ ସଭା ସହ ୪ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଦେଶର ସମସ୍ତ ୫୪୩ ଟି ଆସନ ପାଇଁ ଭୋଟ ଦେବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଲୋକ ସଭା ନିର୍ବାଚନ ସହିତ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଅରୁଣାଚଳ ପ୍ରଦେଶ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ସିକ୍କିମରେ ହେବାକୁ ଥିବା ବିଧାନସଭା ପାଇଁ ନିର୍ବାଚନ ତାରିଖ ପ୍ରକାଶ ପାଇଛି। ଲୋକ ସଭା ନିର୍ବାଚନ ସହିତ ଏଠାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି ଏବଂ ଏହାର ତାରିଖ ମଧ୍ୟ ପ୍ରକାଶ ପାଇଛି। ନିର୍ବାଚନ ଆୟୋଗର କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ରାଜ୍ୟର ଫଳାଫଳ ଏକାସାଙ୍ଗରେ ପ୍ରକାଶ ପାଇବ।
ଓଡ଼ିଶାରେ ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମେ ୧୬ ରେ ନିର୍ବାଚନ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନପତ୍ରର ଶେଷ ତାରିଖ ୬ ମେ ହେବ। ମେ ୯ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ। ମେ ୨୫ ରେ ମତଦାନ ହେବ। ଜୁନ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ୧୩ମେ ରେ ଆନ୍ଧ୍ରପ୍ରଦେଶରେ ମତଦାନ ଅନୁଷ୍ଠିତ ହେବ। ୧୯ ଏପ୍ରିଲରେ ସିକ୍କିମରେ ମତଦାନ ଅନୁଷ୍ଠିତ ହେବ। ୧୯ ଏପ୍ରିଲରେ ଅରୁଣାଚଳ ପ୍ରଦେଶରେ ମତଦାନ ଅନୁଷ୍ଠିତ ହେବ। ସମସ୍ତ ନିର୍ବାଚନର ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ।
ଭୋଟ ତାରିଖ ଘୋଷଣା ହେବା ସହିତ ସାରା ଦେଶରେ ଆଚରଣ ବିଧି ମଧ୍ୟ କାର୍ଯ୍ୟକାରୀ ହୋଇଛି। ନିର୍ବାଚନର ଫଳାଫଳ ଘୋଷଣା ନହେବା ପର୍ଯ୍ୟନ୍ତ ଆଚରଣ ବିଧି ବଳବତ୍ତର ରହିବ। ଏହି ଅବଧି ମଧ୍ୟରେ ରାଜନୈତିକ ଦଳଗୁଡିକ ଉପରେ ଅନେକ ପ୍ରତିବନ୍ଧକ ରହିବ। ଏହି ଅବଧି ମଧ୍ୟରେ ସମ୍ପୃକ୍ତ ସରକାର ମଧ୍ୟ କୌଣସି ନୂତନ ଯୋଜନା ଘୋଷଣା କରିପାରିବେ ନାହିଁ।
The post ଲୋକ ସଭା ସହ ୪ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ appeared first on Dharitri Odia News.