କେନ୍ଦୁଝରରେ ପ୍ରଥମ କୁହୁଡ଼ି, ଶୀତର ଆଗମନକୁ ସ୍ବାଗତ
କେନ୍ଦୁଝର,୧୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷର ପ୍ରଥମ କୁହୁଡ଼ି କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି। ଶୀତର ଆଗମନକୁ ସତେ ଯେପରି ସ୍ବାଗତ କରିଛି। ଏହି କୁହୁଡ଼ି ପ୍ରାୟ ସକାଳ ୭.୩୦ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଫଳରେ ରାସ୍ତା ଭଲ ଭାବରେ ଦେଖାଯାଉନଥିଲା। ଏଣୁ ଗାଡ଼ି ଚାଳକ ସବୁ ଲାଇଟ ଜଳାଇ ସାବଧାନତାର ସହ ଚଳାଇଥିଲେ। କୁହୁଡି ପରିବେଶ କୁ ଅନେକ ମନ ଭାରି ଉପଭୋଗ କରିଥିଲେ। ବିଶେଷ କରି ରାଜପଥ, ଘାଟି ରାସ୍ତା ତଥା ଛକ ରାସ୍ତାରେ […] The post କେନ୍ଦୁଝରରେ ପ୍ରଥମ କୁହୁଡ଼ି, ଶୀତର ଆଗମନକୁ ସ୍ବାଗତ appeared first on Dharitri Odia News.
କେନ୍ଦୁଝର,୧୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷର ପ୍ରଥମ କୁହୁଡ଼ି କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି। ଶୀତର ଆଗମନକୁ ସତେ ଯେପରି ସ୍ବାଗତ କରିଛି। ଏହି କୁହୁଡ଼ି ପ୍ରାୟ ସକାଳ ୭.୩୦ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଫଳରେ ରାସ୍ତା ଭଲ ଭାବରେ ଦେଖାଯାଉନଥିଲା। ଏଣୁ ଗାଡ଼ି ଚାଳକ ସବୁ ଲାଇଟ ଜଳାଇ ସାବଧାନତାର ସହ ଚଳାଇଥିଲେ। କୁହୁଡି ପରିବେଶ କୁ ଅନେକ ମନ ଭାରି ଉପଭୋଗ କରିଥିଲେ।
ବିଶେଷ କରି ରାଜପଥ, ଘାଟି ରାସ୍ତା ତଥା ଛକ ରାସ୍ତାରେ ଗାଡ଼ି ଚଳାଚଳରେ ସମସ୍ୟା ଦେଖାଦେଇଥିଲା। କେନ୍ଦୁଝରରେ ଶୀତ ବିଳମ୍ବରେ ଆସୁଥିବା ଏବଂ ପୂର୍ବଭଳି ଶୀତ ହେଉ ନାହିଁ। ଏବେ ମଧ୍ୟ ଘରେ ବିନା ଫ୍ୟାନ୍ ଓ ଏସିରେ ଶୋଇ ହେଉନାହିଁ। ରାତିରେ ବାହାରେ ସାମାନ୍ୟ ଶୀତ ଅନୁଭୂତ ହେଉଛି।
ସେହିପରି ପାହାଡ଼ ଓ ଜଙ୍ଗଲ ଘେରା ଅଞ୍ଚଳରେ ଶୀତ ଧିରେ ଧିରେ ମାଡ଼ି ଆସୁଛି। ଶୀତର ମଜା ଉଠାଇବାକୁ ପ୍ରକୃତିପ୍ରେମୀ ତଥା ସାଧାରଣ ଲୋକେ ଅପେକ୍ଷା କରିଥିବା ବେଳେ ଏଭଳି କୁହୁଡ଼ି ସମସ୍ତଙ୍କ ମନରେ ଖୁସି ଓ ଶିହରଣ ଆଣି ଦେଇଛି।
The post କେନ୍ଦୁଝରରେ ପ୍ରଥମ କୁହୁଡ଼ି, ଶୀତର ଆଗମନକୁ ସ୍ବାଗତ appeared first on Dharitri Odia News.