ବୁଗୁଡ଼ାରେ ଫୁଟିଲା ଗୁଳି: କାଜୁ ତୋଳିବା ବେଳେ ୨ଜଣଙ୍କୁ ଗୁଳିମାଡ଼
ବୁଗୁଡା ୨୫/୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧିନ ପୋକସୁଙ୍ଗା ଗାଁରେ କାଜୁ ବଗିଚାରୁ କାଜୁ ତୋଳିବା ବେଳେ ଫୁଟିଛି ଗୁଳି। ଏହି ଗୁଳିମାଡ଼ରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ରଘୁନାଥ ଜାନି ଓ ଅବକାସ ଜାନି। ସେମାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଚିକିତ୍ସା ପାଇଁ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ଗୁଳିମାଡ଼ରେ ୨ ଗୁରୁତର ହେବା ଖବର ପାଇ କିଛି ଲୋକ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି […] The post ବୁଗୁଡ଼ାରେ ଫୁଟିଲା ଗୁଳି: କାଜୁ ତୋଳିବା ବେଳେ ୨ଜଣଙ୍କୁ ଗୁଳିମାଡ଼ appeared first on Dharitri Odia News.
ବୁଗୁଡା ୨୫/୫(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧିନ ପୋକସୁଙ୍ଗା ଗାଁରେ କାଜୁ ବଗିଚାରୁ କାଜୁ ତୋଳିବା ବେଳେ ଫୁଟିଛି ଗୁଳି। ଏହି ଗୁଳିମାଡ଼ରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ରଘୁନାଥ ଜାନି ଓ ଅବକାସ ଜାନି। ସେମାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଚିକିତ୍ସା ପାଇଁ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଗୁଳିମାଡ଼ରେ ୨ ଗୁରୁତର ହେବା ଖବର ପାଇ କିଛି ଲୋକ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ବୁଗୁଡ଼ା ପୋଲିସ ମଧ୍ୟ ଏନେଇ ତଦନ୍ତ ଆରମ୍ଭ କରିଛି। ତେବେ କୌଣସି ରାଜନୈତିକ ହିଂସା ନଚେତ କୌଣସି ପାରିବାରିକ ବିବାଦରୁ ଗୁଳିମାଡ଼ କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏଭଳି ସ୍ଥିତିରେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
The post ବୁଗୁଡ଼ାରେ ଫୁଟିଲା ଗୁଳି: କାଜୁ ତୋଳିବା ବେଳେ ୨ଜଣଙ୍କୁ ଗୁଳିମାଡ଼ appeared first on Dharitri Odia News.