ଲୋକଙ୍କ ଚେତାବନୀ: ଆଗ ମରାମତି କର, ତାପରେ ରାସ୍ତାରୁ ଉଠିବୁ

ବୌଦ୍ଧ ୩/୭: ଯାତାୟତ ପାଇଁ ନାହିଁ ରାସ୍ତା । ଅସରାଏ ବର୍ଷା ହେଲେ ରାସ୍ତା ଅବସ୍ଥା ବେହାଲ । କାଦୁଅ ପଚପଚରେ ଗାଡି ଯିବାଆସିବା ଦୂର କଥା । ଚାଲି ଚାଲି ଯିବା ବି କଷ୍ଟକର ହୋଇପଡେ ।  ରାସ୍ତା ମରାମତି ଦାବିରେ ତାତିଛନ୍ତି ଲୋକେ ।ବୌଦ୍ଧ ଆଦର୍ଶ ଥାନା ଇଚ୍ଛାପୁର ଛକରେ ରାସ୍ତା ମରାମତି ଦାବିରେ ରାସ୍ତାରୋକ କରିଛନ୍ତି ଶତାଧିକ ଗ୍ରାମବାସୀ । ଇଚ୍ଛାପୁର ପୂର୍ତ୍ତ ବିଭାଗ ଠାରୁ ବନ୍ଧାପଥର, ବାଘପାଲି,ରାଣୀ ସାହି ଆଦି ଗାଁକୁ ଯିବା ଆସିବାରେ ଅସୁବିଧା ହେଉଛି । ରାସ୍ତା ପାଇଁ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁନଥିବାରୁ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । କହିଛନ୍ତି ଆଗ ରାସ୍ତା ମରାମତି କର ତାପରେ ଆମେ ରାସ୍ତାରୁ ହଟିବୁ ।  ଆନ୍ଦୋଳନ ଯୋଗୁ ଉଭୟ ପାର୍ଶ୍ବରେ ଗାଡି ସବୁ ଅଟକି ରହିଛି । ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।   