ଲୋକଙ୍କ ସହିତ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ନବୀନଙ୍କ ଆହ୍ବାନ

ଭୁବନେଶ୍ୱର : ଆଜି ଶଙ୍ଖ ଭବନ ଠାରେ ଅନୁଗୁଳ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୂତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦେଇଥିଲା। ଶିଳ୍ପ ବିକାଶ କ୍ଷେତ୍ରରେ ଅନୁଗୁଳ ଏକ ଆଗୁଆ ଜିଲ୍ଲା। ବିଜେଡି ସରକାର ସମୟରେ ଜିଲ୍ଲାର ବିକାଶ […]

ଲୋକଙ୍କ ସହିତ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ନବୀନଙ୍କ ଆହ୍ବାନ
Naveen Patnaik informed that he will visit all the district of odisha after monsoon

ଭୁବନେଶ୍ୱର : ଆଜି ଶଙ୍ଖ ଭବନ ଠାରେ ଅନୁଗୁଳ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୂତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦେଇଥିଲା। ଶିଳ୍ପ ବିକାଶ କ୍ଷେତ୍ରରେ ଅନୁଗୁଳ ଏକ ଆଗୁଆ ଜିଲ୍ଲା। ବିଜେଡି ସରକାର ସମୟରେ ଜିଲ୍ଲାର ବିକାଶ ପାଇଁ ଅନେକ କାମ ହୋଇଥିଲା। ବିଭିନ୍ନ ପଂଚାୟତ ଓ ପୌର ପରିଷଦ ରେ ବିଜେଡିର ସ୍ଥିତି ମଜବୂତ ରହିଛି। ତେଣୁ ପୂର୍ବ ପରି ଅଧିକ ନିଷ୍ଠାର ସହ ଲୋକଙ୍କ ସେବା ଜାରିରଖିବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

WhatsApp Image 2024 10 01 at 17.06.53 05e88a64 scaled

ବିଜେଡି ସରକାର ସମୟରେ ଗରିବୀ ହ୍ରାସ ପାଇଁ ଅନେକ କାମ ହୋଇଛି। ଯାହା ଆଜି ସୁଫଳ ଦେଇଛି ଏବଂ ଏହା ୭୦% ରୁ କମି ଦଶ ପ୍ରତିଶତରେ ପହଂଚିଛି। ବିକାଶ ର ବିଭିନ୍ନ ସୂଚକାଙ୍କରେ ଓଡିଶା ଭଲ ପ୍ରଦର୍ଶନ କରିଛି। ବିଜେଡ଼ି ସରକାର ସମୟର ଭଲ କାମ ବିଷୟରେ ଲୋକଙ୍କୁ ସଚେତନ କରିବା ସହ ପଦଯାତ୍ରା ସମୟରେ ବିଜେପିର ମିଛ ଲୋକଙ୍କୁ ଜଣାଇବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

WhatsApp Image 2024 10 01 at 17.06.54 ec59642d scaled

ଶ୍ରୀ ପଟ୍ଟନାୟକ କହିଥିଲେ ଲୋକଙ୍କ ସହିତ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ହେବ। ଏଥିପାଇଁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହିତ ମୌସୁମୀ ପରେ ନବୀନ ପଟ୍ଟନାୟକ ଓଡ଼ିଶାର ସବୁ ଜିଲ୍ଲା ବୁଲିବେ ବୋଲି ମଧ୍ୟ ସୂଚନା ଦେଇଥିଲେ।

WhatsApp Image 2024 10 01 at 17.06.55 3d23d887 scaled

ଶଙ୍ଖ ଭବନରେ ଅନୁଷ୍ଠିତ ଏହି ବୈଠକକୁ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ବୈଠକ ସଂଯୋଜନା କରିଥିଲେ। ଅନୁଗୁଳ ବିଜେଡି ଜିଲ୍ଲା ସଭାପତି ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ  ବ୍ରଜ କିଶୋର ପ୍ରଧାନ  ,ବିଧାୟକ ନଳିନୀ ପ୍ରଧାନ, ପୂର୍ବତନ ବିଧାୟକ ମହେଶ ସାହ। ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ, ପ୍ରମୁଖ ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀ, ପଂଚାୟତ ଓ ପୌର ପାଳିକା ର ପ୍ରତିନିଧି ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।