ଲୋକନୃତ୍ୟ ଯୁବ କଳାକାର ଆଲୋକ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୨୮ା୧୧(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟସ୍ଥ ବିଚିତ୍ର ବର୍ନାଳି ନାଟ୍ୟ ସଂସଦ କକ୍ଷରେ ନାଟ୍ୟ ସଂସଦର ସଭାପତି ବିଶ୍ୱନାଥ ଚୌଧୁରୀଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଚିତ୍ର ବର୍ନାଳି ନାଟ୍ୟ ସଂସଦର ପରିଚାଳନା ନିର୍ଦ୍ଦେଶକ ତଥା ଲୋକନୃତ୍ୟ ଯୁବ କଳାକାର ଆଲୋକ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ସଭାରେ ଗଞ୍ଜାମ ଜିଲା କଳାକାର ସଂଘ ଉପସଭାପତି ସନ୍ତୋଷ କୁମାର ପାଢୀ, ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ଗଞ୍ଜାମ ଜିଲା […] The post ଲୋକନୃତ୍ୟ ଯୁବ କଳାକାର ଆଲୋକ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ appeared first on Dharitri Odia News.

ଲୋକନୃତ୍ୟ ଯୁବ କଳାକାର ଆଲୋକ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ

ଦିଗପହଣ୍ଡି,୨୮ା୧୧(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟସ୍ଥ ବିଚିତ୍ର ବର୍ନାଳି ନାଟ୍ୟ ସଂସଦ କକ୍ଷରେ ନାଟ୍ୟ ସଂସଦର ସଭାପତି ବିଶ୍ୱନାଥ ଚୌଧୁରୀଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଚିତ୍ର ବର୍ନାଳି ନାଟ୍ୟ ସଂସଦର ପରିଚାଳନା ନିର୍ଦ୍ଦେଶକ ତଥା ଲୋକନୃତ୍ୟ ଯୁବ କଳାକାର ଆଲୋକ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ସଭାରେ ଗଞ୍ଜାମ ଜିଲା କଳାକାର ସଂଘ ଉପସଭାପତି ସନ୍ତୋଷ କୁମାର ପାଢୀ, ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତିର ଗଞ୍ଜାମ ଜିଲା ସଭାପତି ହରପ୍ରସାଦ ରଥ, ଦିଗପହଣ୍ଡି ବ୍ଲକ କଳାକାର ସଂଘ ଉପସଭାପତି ବିପିନ ବିହାରୀ ଦାଶ, ରବୀନ୍ଦ୍ର ନାଥ ଡାକୁଆ, ମୃଦଙ୍ଗ ବାଦ୍ୟଗୁରୁ ପ୍ରକାଶ ସ୍ବାଇଁ, ପାଇକ ଆଖଡା ପ୍ରଶିକ୍ଷକ ସୀମା ସେଠୀ, ଆଖଡା ସଭାପତି ଏମ. ଯୋଗେନ୍ଦ୍ର, ସାମାଜିକ କର୍ମୀ ମନୋଜ କୁମାର ସାହୁ, ଟାଇକୋଣ୍ଡୋ କୋଚ୍‌ ବାସୁ ନାୟକ, ମହୁରୀ ବାଦକ ଏମ୍‌. ଲିଙ୍ଗରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଆଲୋକଙ୍କୁ ତାଙ୍କର ଲୋକନୃତ୍ୟ ଏବଂ ସଂଗୀତ କୃତି ପାଇଁ ଗତ ୨୨ ତାରିଖରେ ନୂଆଦିଲ୍ଲୀ ସ୍ଥିତ ଆମ୍ବେଡକର ଭବନ ଠାରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଭାରତରତ୍ନ ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା।

The post ଲୋକନୃତ୍ୟ ଯୁବ କଳାକାର ଆଲୋକ ବିଷୋୟୀଙ୍କୁ ସମ୍ବର୍ଦ୍ଧିତ appeared first on Dharitri Odia News.