ଲୋକସଭା ନିର୍ବାଚନ ପାଇଁ ବିଜେପିର ୫ମ ସୂଚୀ ଜାରି, ୧୭ ରାଜ୍ୟର ୧୧୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ୨୦୨୪ ପାଇଁ ବିଜେପି ପ୍ରାର୍ଥୀଙ୍କ ପଞ୍ଚମ ସୂଚୀ ଜାରି କରିଛି । ୧୭ ରାଜ୍ୟର ମୋଟ ୧୧୧ ଆସନ ପାଇଁ ପ୍ରାର୍ଥୀ ନାଁ ଘୋଷଣା କରିଛି । ବିଜେପି ଉତ୍ତର ପ୍ରଦେଶର ମେରଠ ଆସନରୁ ରାମାୟଣରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କୁ ନିଜ ପ୍ରାର୍ଥୀ କରିଛି ।ପଞ୍ଚମ ସୂଚୀରେ ବିଜେପି ଆନ୍ଧ୍ର ପ୍ରେଦଶର ୬ ଲୋକସଭା ଆସନ, ବିହାରର ୧୭, ଗୋଆର ଗୋଟିଏ, ଗୁଜରାଟର ୬, ହରିୟାଣାର ୪, ହିମାଚଳ ପ୍ରଦେଶର ୨, ଝାଡଖଣ୍ଡର ୩, କର୍ଣ୍ଣାଟକର ୪, କେରଳର ୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେହିପରି ମହାରାଷ୍ଟ୍ରର ୩, ମିଜୋରାମର ଗୋଟିଏ, ଓଡ଼ିଶାର ୧୮, ରାଜସ୍ଥାନର ୭, ସିକ୍କିମର ୧, ତେଲଙ୍ଗାନାର ୨, ଉତ୍ତର ପ୍ରଦେଶର ୧୩, ପଶ୍ଚିମବଙ୍ଗର ୧୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।ପଢନ୍ତୁ: ସମ୍ୱଲପରୁରୁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରରୁ ଅପରାଜିତା; ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପିଉଲ୍ଲେଖଯୋଗ୍ୟ ବିଜେପି ପୂର୍ବରୁ ଚାରୋଟି ସୂଚୀରେ ୨୯୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଆଜିକୁ ମିଶାଇ ମୋଟ ୩୯୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବଳକା ଆସନ ପାଇଁ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା ହୋଇପାରେ ।  ବିଜେପି ନିଜର ପଞ୍ଚମ ଲିଷ୍ଟ ଜାରି କରି ବରିଷ୍ଠ ନେତାଙ୍କ ଟିକଟ କାଟିଛି । ନିଜର ବିଦ୍ରୋହୀ ଅଭିମୁଖ୍ୟ ପାଇଁ ପିଲିଭିତରୁ ବର୍ତ୍ତମାନର ସା

ଲୋକସଭା ନିର୍ବାଚନ ପାଇଁ ବିଜେପିର ୫ମ ସୂଚୀ ଜାରି, ୧୭ ରାଜ୍ୟର ୧୧୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ୨୦୨୪ ପାଇଁ ବିଜେପି ପ୍ରାର୍ଥୀଙ୍କ ପଞ୍ଚମ ସୂଚୀ ଜାରି କରିଛି । ୧୭ ରାଜ୍ୟର ମୋଟ ୧୧୧ ଆସନ ପାଇଁ ପ୍ରାର୍ଥୀ ନାଁ ଘୋଷଣା କରିଛି । ବିଜେପି ଉତ୍ତର ପ୍ରଦେଶର ମେରଠ ଆସନରୁ ରାମାୟଣରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କୁ ନିଜ ପ୍ରାର୍ଥୀ କରିଛି ।

ପଞ୍ଚମ ସୂଚୀରେ ବିଜେପି ଆନ୍ଧ୍ର ପ୍ରେଦଶର ୬ ଲୋକସଭା ଆସନ, ବିହାରର ୧୭, ଗୋଆର ଗୋଟିଏ, ଗୁଜରାଟର ୬, ହରିୟାଣାର ୪, ହିମାଚଳ ପ୍ରଦେଶର ୨, ଝାଡଖଣ୍ଡର ୩, କର୍ଣ୍ଣାଟକର ୪, କେରଳର ୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେହିପରି ମହାରାଷ୍ଟ୍ରର ୩, ମିଜୋରାମର ଗୋଟିଏ, ଓଡ଼ିଶାର ୧୮, ରାଜସ୍ଥାନର ୭, ସିକ୍କିମର ୧, ତେଲଙ୍ଗାନାର ୨, ଉତ୍ତର ପ୍ରଦେଶର ୧୩, ପଶ୍ଚିମବଙ୍ଗର ୧୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

ପଢନ୍ତୁ: ସମ୍ୱଲପରୁରୁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରରୁ ଅପରାଜିତା; ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଉଲ୍ଲେଖଯୋଗ୍ୟ ବିଜେପି ପୂର୍ବରୁ ଚାରୋଟି ସୂଚୀରେ ୨୯୧ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଆଜିକୁ ମିଶାଇ ମୋଟ ୩୯୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବଳକା ଆସନ ପାଇଁ ଖୁବ ଶୀଘ୍ର ପ୍ରାର୍ଥୀ ଘୋଷଣା ହୋଇପାରେ ।  

ବିଜେପି ନିଜର ପଞ୍ଚମ ଲିଷ୍ଟ ଜାରି କରି ବରିଷ୍ଠ ନେତାଙ୍କ ଟିକଟ କାଟିଛି । ନିଜର ବିଦ୍ରୋହୀ ଅଭିମୁଖ୍ୟ ପାଇଁ ପିଲିଭିତରୁ ବର୍ତ୍ତମାନର ସାଂସଦ ବରୁଣ ଗାନ୍ଧୀଙ୍କ ଟିକଟ୍ କରାଯାଇଛି । ପାର୍ଟି ତାଙ୍କ ସ୍ଥାନରେ ବିଜେପିରେ ସାମିଲ ହୋଇଥିବା ଜିତିନ ପ୍ରସାଦଙ୍କୁ ମୈଦାନରେ ଓହ୍ଲାଇଛି । ଏହାସହ ଗାଜିଆବାଦରୁ ଦୁଇ ଥର ସାଂସଦ ଜେନେରାଲ ଭିକେ ସିଂଙ୍କ ସ୍ଥାନରେ ଅତୁଲ ଗର୍ଗଙ୍କୁ ପ୍ରାର୍ଥୀ କରିଛି ।