ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ, ଗାଡିରେ ପ୍ରଚାର ବେଳେ ଅଚେତ ହୋଇପଡିଲେ

ପିପିଲି ୨୨/୦୪: ପ୍ରଚାର ବେଳେ ପୁରୀ ଲୋକସଭା ପ୍ରାର୍ଥୀ ଅସୁସ୍ଥ । ଗାଡିରେ ରାଲି କରି ଯାଉଥିବାବେଳେ ଅଚେତ ହୋଇପଡିଲେ ଅରୂପ ପଟ୍ଟନାୟକ । ପିପିଲିରେ ବିଜେଡିର ରାଲି ଚାଲିଥିବା ବେଳେ ଅସୁସ୍ଥ ହେଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ସୂଚନା ଥାଉକି, ପ୍ରଚାର ଗାଡିରେ ଠିଆ ହୋଇ ପ୍ରଚାର କରୁଥିବା ବେଳେ ଲେଉଟି ପଡିଲେ ଅରୂପ । ବିଧାୟକ ଏବଂ କର୍ମୀ ମାନେ ସଙ୍ଗେ ସଙ୍ଗେ ତାଙ୍କୁ ପାଣି ଛିଞ୍ଚି ଉଠାଇଥିଲେ । ପରେ ତାଙ୍କୁ ସେଠାରୁ ପିପିଲି ହସ୍ପିଟାଲକୁ ଅଣାଯାଇଥିଲା । ହସ୍ପିଟାଲ ଡାକ୍ତର ତାଙ୍କ ବିପି ଚେକ କରିଥିଲେ । ବିପି କମ୍ ଥିବା ଜାଣି ଡାକ୍ତର ତାଙ୍କୁ ସାଲାଇନ ନେବା ପାଇଁ କହିଥିଲେ ସୁଦ୍ଧା ସେ ସେଠାରୁ ଅନ୍ୟତ୍ର ଚାଲି ଯାଇଥିଲେ । କହିବାକୁ ଗଲେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତଥାପି ଖରାକୁ ଖାତିର ନକରି ପ୍ରଚାରରେ ମାତିଛନ୍ତି ନେତା । 

ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ, ଗାଡିରେ ପ୍ରଚାର ବେଳେ ଅଚେତ ହୋଇପଡିଲେ

ପିପିଲି ୨୨/୦୪: ପ୍ରଚାର ବେଳେ ପୁରୀ ଲୋକସଭା ପ୍ରାର୍ଥୀ ଅସୁସ୍ଥ । ଗାଡିରେ ରାଲି କରି ଯାଉଥିବାବେଳେ ଅଚେତ ହୋଇପଡିଲେ ଅରୂପ ପଟ୍ଟନାୟକ । ପିପିଲିରେ ବିଜେଡିର ରାଲି ଚାଲିଥିବା ବେଳେ ଅସୁସ୍ଥ ହେଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । 

ସୂଚନା ଥାଉକି, ପ୍ରଚାର ଗାଡିରେ ଠିଆ ହୋଇ ପ୍ରଚାର କରୁଥିବା ବେଳେ ଲେଉଟି ପଡିଲେ ଅରୂପ । ବିଧାୟକ ଏବଂ କର୍ମୀ ମାନେ ସଙ୍ଗେ ସଙ୍ଗେ ତାଙ୍କୁ ପାଣି ଛିଞ୍ଚି ଉଠାଇଥିଲେ । ପରେ ତାଙ୍କୁ ସେଠାରୁ ପିପିଲି ହସ୍ପିଟାଲକୁ ଅଣାଯାଇଥିଲା । 

ହସ୍ପିଟାଲ ଡାକ୍ତର ତାଙ୍କ ବିପି ଚେକ କରିଥିଲେ । ବିପି କମ୍ ଥିବା ଜାଣି ଡାକ୍ତର ତାଙ୍କୁ ସାଲାଇନ ନେବା ପାଇଁ କହିଥିଲେ ସୁଦ୍ଧା ସେ ସେଠାରୁ ଅନ୍ୟତ୍ର ଚାଲି ଯାଇଥିଲେ । କହିବାକୁ ଗଲେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତଥାପି ଖରାକୁ ଖାତିର ନକରି ପ୍ରଚାରରେ ମାତିଛନ୍ତି ନେତା ।