ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା କିଟ୍ ପବ୍ଲିକ୍ ପଲିସି ସ୍କୁଲ୍ ଉଦଘାଟିତ
ଭୁବନେଶ୍ୱର : ଦେଶ ଓ ରାଜ୍ୟରେ ସରକାର ଲୋକଙ୍କ ପାଇଁ ପ୍ରସ୍ତୁତ କରୁଥିବା ଲୋକନୀତିରେ ସାଧାରଣ ଲୋକଙ୍କ ଭାଗୀଦାରି ରହିବା ଉଚିତ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି । ଆଜି କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବିର୍ଲା କହିଲେ, ଲୋକଙ୍କ ସାମାଜିକ, ଆର୍ଥିକ ଉନ୍ନତିରେ ଦେଶ ଓ ରାଜ୍ୟର ସମୃଦ୍ଧି ନିର୍ଭର କରେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ […] The post ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା କିଟ୍ ପବ୍ଲିକ୍ ପଲିସି ସ୍କୁଲ୍ ଉଦଘାଟିତ appeared first on KNews Odisha.

ଭୁବନେଶ୍ୱର : ଦେଶ ଓ ରାଜ୍ୟରେ ସରକାର ଲୋକଙ୍କ ପାଇଁ ପ୍ରସ୍ତୁତ କରୁଥିବା ଲୋକନୀତିରେ ସାଧାରଣ ଲୋକଙ୍କ ଭାଗୀଦାରି ରହିବା ଉଚିତ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି । ଆଜି କିଟ୍ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବିର୍ଲା କହିଲେ, ଲୋକଙ୍କ ସାମାଜିକ, ଆର୍ଥିକ ଉନ୍ନତିରେ ଦେଶ ଓ ରାଜ୍ୟର ସମୃଦ୍ଧି ନିର୍ଭର କରେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସକୁ ପ୍ରଶଂସା କରି ଶ୍ରୀ ବିର୍ଲା କହିଲେ, ଅଚ୍ୟୁତଙ୍କ ସରଳ ବ୍ୟକ୍ତିତ୍ୱ ଓ ସାଧାରଣ ଜୀବନଯାପନ ସବୁବେଳେ ପ୍ରେରଣାଦାୟୀ ।
ସେ ଦୂରଦୂରାନ୍ତ ଆଦିବାସୀ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ଜଳାଇ ଲକ୍ଷଲକ୍ଷ ପିଲାଙ୍କ ଜୀବନରେ ଆଲୋକ ପ୍ରଦାନ କରିପାରିଛନ୍ତି । ଶିକ୍ଷା ହେଉଛି ବ୍ୟକ୍ତି ନିର୍ମାଣ କ୍ଷେତ୍ରରେ ଏକ ସଶକ୍ତ ସ୍ତମ୍ଭ ଏବଂ ଶ୍ରୀ ସାମନ୍ତ ଏହାରି ମାଧ୍ୟମରେ ଦେଶକୁ ସଶକ୍ତ ଓ ମଜଭୂତ କରିପାରିଛନ୍ତି । ତାଙ୍କର ପରିଶ୍ରମ, ସମର୍ପଣ ଓ ଲକ୍ଷ୍ୟ ସବୁବେଳେ ତାଙ୍କର ଆବେଗ ସହ ଜଡ଼ିତ ହୋଇ ରହିଛି । ଯାହା କି ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ସ୍ପଷ୍ଟ ଭାବେ ଦେଖା ଦେଇଛି । ସମାଜର ସବୁ ବର୍ଗର ଲୋକଙ୍କୁ ଯେପରି ସମାନ ଅଧିକାର ମିଳିପାରିବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନ୍ୟାୟପୂର୍ଣ୍ଣ ବିତରଣ ହୋଇପାରିବ, ଏହାକୁ ଦୃଷ୍ଟିରେ ରଖି ଲୋକନୀତି ପ୍ରସ୍ତୁତ କରାଯିବା ଉଚିତ ।
ବିଭିନ୍ନ ସମୟରେ ସରକାର, ଘରୋଇ ସଂସ୍ଥା ଓ ଶିଳ୍ପ ସମୂହ ନୀତି ନିର୍ଦ୍ଧାରଣ କରିଥାନ୍ତି । ଏଥିରେ ସାଧାରଣ ଲୋକଙ୍କ ଯେତେ ପରିମାଣରେ ଯୋଗଦାନ ରହିବ ସେହି ଆଇନ ଓ ନୀତି ବାସ୍ତବ କ୍ଷେତ୍ରରେ ସେତେ ସଫଳ ହୋଇପାରିବ । ସରକାର ଲୋକଙ୍କ ପାଇଁ ଆଇନ୍ ଓ ନୀତି ପ୍ରଣୟନ ସମୟରେ ସାଧାରଣ ଲୋକ ଆଗଭର ହୋଇ ସେମାନଙ୍କ ମତାମତ ଦେବା ପାଇଁ ସେ ଆହ୍ୱାନ ଦେଇଥିଲେ । ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, ଏକ ଭଲ ଚିନ୍ତାଧାରାରୁ ଏକ ଭଲ ନୀତି ନିର୍ଦ୍ଧାରଣ ହୋଇପାରେ । ବିକଶିତ ଓଡ଼ିଶା ଗଠନରେ ଏଭଳି ଭଲ ଚିନ୍ତାଧାରାର ଆବଶ୍ୟକତା ରହିଛି ।
ଏ କ୍ଷେତ୍ରରେ କିଟ୍ ସ୍କୁଲ୍ ଅଫ୍ ପବ୍ଲିକ ପଲିସିର ଯୋଗଦାନ ରହିବ ବୋଲି ସେ ଆଶା ପୋଷଣ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଲେ, ସରକାର ଯେତେବେଳେ ଯୋଜନା ପ୍ରସ୍ତୁତ କରନ୍ତି ସେତେବେଳେ କୌଣସି ଜଣେ ବ୍ୟକ୍ତି ପାଇଁ ନୁହେଁ, ସମୂହ ବିକାଶ ନିମନ୍ତେ ନୀତି ପ୍ରସ୍ତୁତ କରାଯାଇଥାଏ । ତେବେ ନୀତି ନିର୍ଦ୍ଧାରଣରେ କିଟ୍ ପବ୍ଲିକ୍ ପଲିସି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପ୍ରୟାସ ଜାରି ରହିବ ବୋଲି କହିଥିଲେ । ଓଡ଼ିଶା ଆଇନ, ଅବକାରୀ ତଥା ପୂର୍ତ୍ତ ମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ କହିଲେ, ଏକ ଉତ୍ତମ ଲୋକନୀତି ହେଉଛି ଏକ ଉତ୍ତମ ସରକାରର ପରିଚୟ ।
ଲୋକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ନୀତି ନିର୍ଦ୍ଧାରଣ କରାଯାଇଥାଏ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ ଅଚ୍ୟୁତ ସାମନ୍ତ ହେଉଛନ୍ତି ଆମ ସମସ୍ତଙ୍କ ପାଇଁ ବତୀଘର । ଶ୍ରୀ ସାମନ୍ତ ଯାହା ଆଜି ହାସଲ କରିଛନ୍ତି ତାହା ହାସଲ କରିବା ପାଇଁ ଗୋଟିଏ ଜନ୍ମ ଯଥେଷ୍ଟ ନୁହେଁ ବୋଲି ସେ କହିଥିଲେ । ଲୋକନୀତି ହେଉଛି କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ । ସମାଜର ସବୁଠାରୁ ତଳସ୍ତରର ଲୋକଙ୍କ ନିକଟରେ ଯେପରି ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହୋଇପାରିବ ତାହାକୁ ଦୃଷ୍ଟିରେ ଲୋକନୀତି ପ୍ରସ୍ତୁତ ହେବା ଦରକାର ।
ଏଭଳି ନୀତି ପ୍ରସ୍ତୁତ ହେବା ଦରକାର ଯେଉଁଠି ସରକାର ଅପେକ୍ଷା ସାଧାରଣ ଲୋକଙ୍କ ଭାଗୀଦାରି ଅଧିକ ରହିଥିବ ବୋଲି ସେ କହିଥିଲେ । ସ୍ୱାଗତ ଭାଷଣ ଦେବା ସହ ଶ୍ରୀ ସାମନ୍ତ କିଟ୍ ପବ୍ଲିକ୍ ପଲିସି ସ୍କୁଲ୍ ଉପରେ ସୂଚନା ଦେଇ କହିଲେ, ଏହା ଏକ ବର୍ଷିଆ ପାଠ୍ୟକ୍ରମ ହୋଇଥିବା ବେଳେ ଏଥିରେ ନଲେଜ ପାର୍ଟନର ଅଛନ୍ତି ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଅନ୍ତର୍ଗତ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ୱାର୍ଲଡ ଆଫାୟାରସ (ଆଇସିଡବ୍ଲୁଏ) ଓ ଇଟାଲିର ଟରେନ୍ସ୍ଥିତ ୟୁନାଇଟେଡ୍ ନେସନ୍ସ ସିଷ୍ଟମ୍ ଷ୍ଟାଫ୍ କଲେଜ (ୟୁଏନ୍ଏସ୍ଏସ୍ସି) ।
ଅନ୍ୟମାନଙ୍କ ମଧ୍ୟରେ ଇକ୍ୱେଡରର ପ୍ରାକ୍ତନ ଉପରାଷ୍ଟ୍ରପତି ଓଟୋ ରାମନ, ବିଶିଷ୍ଟ ବଲିଉଡ୍ ନିର୍ଦ୍ଦେଶକ ତଥା ଅଭିନେତା ଡା. ଚନ୍ଦ୍ରପ୍ରକାଶ ଦ୍ୱିବେଦୀ, ଆସିଡବ୍ଲୁଏର ଅତିରିକ୍ତ ସଚିବ ନୂତନ କପୁର ମହାୱାର, ୟୁଏନ୍ ରେସିଡେଣ୍ଟ ସଂଯୋଜକ ଶୋମ୍ବି ସାର୍ପ, ଇଟାଲିସ୍ଥିତ ୟୁଏନ୍ଏସ୍ଏସ୍ସି ନିର୍ଦ୍ଦେଶକ ଡ. ଜାଫର ଯାଭନ, ନୂଆଦିଲ୍ଲୀସ୍ଥିତ ଏସିଆ ସୋସାଇଟି ପଲିସି ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଅକ୍ଷୟ ମାଥୁର, କିଟ୍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା, କୁଳପତି ପ୍ରଫେସର ଶରଣଜିତ ସିଂହ ଓ କିଟ୍ ସ୍କୁଲ୍ ଅଫ୍ ଲ’ର ପ୍ରଫେସର ଏମେରିଟସ୍ ଏନ୍ ଏଲ୍ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
The post ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା କିଟ୍ ପବ୍ଲିକ୍ ପଲିସି ସ୍କୁଲ୍ ଉଦଘାଟିତ appeared first on KNews Odisha.