ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା
ନୂଆଦିଲ୍ଲୀ,୮।୬: ଲୋକସଭାରେ ରାହୁଲ ଗାନ୍ଧିଙ୍କୁ ବିରୋଧୀଦଳ ନେତା ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। କଂଗ୍ରେସ କାର୍ଯ୍ୟକାରିଣୀରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଥିବା ସୂଚନା। ଏନେଇ କେସି ବେଣୁଗୋପାଳ ଓ ଅଜୟ ରାୟ ସୂଚନା ଦେଇଛନ୍ତି। ଚଳିତ ଥର ରାହୁଲ ଉତ୍ତରପ୍ରଦେଶ ରାଏବରେଲୀ ଏବଂ କେରଳର ୱାଏନାଡରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ପାରିତ ହୋଇଥିବା ପ୍ରସ୍ତାବରେ ଗତ ନିର୍ବାଚନରେ ତାଙ୍କର ପ୍ରଚାରକୁ ପ୍ରଶଂସା କରିଥିଲେ। ଏଥିସହିତ ଲୋକସଭାରେ ବିରୋଧୀଙ୍କ ନେତୃତ୍ୱ […] The post ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା appeared first on Dharitri Odia News.
ନୂଆଦିଲ୍ଲୀ,୮।୬: ଲୋକସଭାରେ ରାହୁଲ ଗାନ୍ଧିଙ୍କୁ ବିରୋଧୀଦଳ ନେତା ପାଇଁ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି। କଂଗ୍ରେସ କାର୍ଯ୍ୟକାରିଣୀରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଥିବା ସୂଚନା। ଏନେଇ କେସି ବେଣୁଗୋପାଳ ଓ ଅଜୟ ରାୟ ସୂଚନା ଦେଇଛନ୍ତି।
ଚଳିତ ଥର ରାହୁଲ ଉତ୍ତରପ୍ରଦେଶ ରାଏବରେଲୀ ଏବଂ କେରଳର ୱାଏନାଡରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ପାରିତ ହୋଇଥିବା ପ୍ରସ୍ତାବରେ ଗତ ନିର୍ବାଚନରେ ତାଙ୍କର ପ୍ରଚାରକୁ ପ୍ରଶଂସା କରିଥିଲେ। ଏଥିସହିତ ଲୋକସଭାରେ ବିରୋଧୀଙ୍କ ନେତୃତ୍ୱ ନେବାକୁ ରାହୁଲଙ୍କୁ ଅନୁରୋଧ କରାଯାଇଥିବା ସେ କହିଥିଲେ।
ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ ଦୁଇ ପର୍ଯ୍ୟାୟରେ ଭାରତ ଯୋଡ଼ ଯାତ୍ରା କରିଥିଲେ। ଯାହାର ପ୍ରଭାବରେ କଂଗ୍ରେସ ଗତ ନିର୍ଵାଚନରେ ଭଲ ପ୍ରଦର୍ଦ୍ଧନ କରିଥିବା କୁହାଯାଉଛି। ଏହି କାରଣରୁ ସେ ବିରୋଧୀଂକୁକ ନେତୃତ୍ୱ ନିଅନ୍ତୁ ବୋଲି କଂଗ୍ରେସ ଚାହୁଁଛି।
ଶନିବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀରେ ସୋନିଆ ଗାନ୍ଧୀ, ଦଳର ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖାର୍ଗେ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ, ମଣିଷ ତିୱାରୀ, ଡିକେ ଶିବକୁମାର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।
The post ଲୋକସଭାରେ ରାହୁଲ ଗାନ୍ଧୀ ହେବେ ବିରୋଧୀ ଦଳ ନେତା appeared first on Dharitri Odia News.