ଲୋକସଭାରେ ଶୁଭିବନି ବିଜେଡିର ସ୍ୱର: ରାଜ୍ୟସଭାରେ ଆକ୍ରମଣାତ୍ମକ ହେବେ ବିଜେଡି ସାଂସଦ!

କନକ ବ୍ୟୁରୋ: ଆଉ ଲୋକସଭାରେ ଶୁଣାଯିବନି ବିଜେଡିର ସ୍ୱର । କାରଣ ଲୋକସଭା ନିର୍ବାଚନରେ ବିଜେଡି ଖାତା ଖୋଲିପାରିନାହିଁ । ଅନ୍ୟପକ୍ଷରେ ରାଜ୍ୟସଭାରେ ଦଳର ୯ଜଣ ସଦସ୍ୟ ଥିବାରୁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସଂସଦରେ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି । ଏଣିକି ଫ୍ଲୋର ନୁହେଁ ୱେଲରେ ହଙ୍ଗାମା କରିବାକୁ ପ୍ରସ୍ତୁତ ହେଉଛନ୍ତି ବିଜେଡି ସାଂସଦ । ୨୬ ବର୍ଷ ପରେ ଲୋକସଭାରେ ଆଉ […] The post ଲୋକସଭାରେ ଶୁଭିବନି ବିଜେଡିର ସ୍ୱର: ରାଜ୍ୟସଭାରେ ଆକ୍ରମଣାତ୍ମକ ହେବେ ବିଜେଡି ସାଂସଦ! first appeared on Kanak News.

ଲୋକସଭାରେ ଶୁଭିବନି ବିଜେଡିର ସ୍ୱର: ରାଜ୍ୟସଭାରେ ଆକ୍ରମଣାତ୍ମକ ହେବେ ବିଜେଡି ସାଂସଦ!

କନକ ବ୍ୟୁରୋ: ଆଉ ଲୋକସଭାରେ ଶୁଣାଯିବନି ବିଜେଡିର ସ୍ୱର । କାରଣ ଲୋକସଭା ନିର୍ବାଚନରେ ବିଜେଡି ଖାତା ଖୋଲିପାରିନାହିଁ । ଅନ୍ୟପକ୍ଷରେ ରାଜ୍ୟସଭାରେ ଦଳର ୯ଜଣ ସଦସ୍ୟ ଥିବାରୁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସଂସଦରେ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି । ଏଣିକି ଫ୍ଲୋର ନୁହେଁ ୱେଲରେ ହଙ୍ଗାମା କରିବାକୁ ପ୍ରସ୍ତୁତ ହେଉଛନ୍ତି ବିଜେଡି ସାଂସଦ ।

୨୬ ବର୍ଷ ପରେ ଲୋକସଭାରେ ଆଉ ଶୁଭିବନି ବିଜେଡିର ସ୍ୱର । କାରଣ ସାଧାରଣ ନିର୍ବାଚନରେ ଖାତା ଖୋଲି ପାରିନାହିଁ ବିଜେଡି । ୧୯୯୮ରୁ ପ୍ରତ୍ୟେକ ନିର୍ବାଚନରେ ଏକାଧିକ ସାଂସଦ ଦିଲ୍ଲୀକୁ ନିର୍ବାଚିତ ହୋଇ ଆସୁଥିଲେ । ଦିଲ୍ଲୀ ଦରବାରରେ ନିଜର ପ୍ରଭାବ ଓ ପତିଆରା ଜାହିର କରିବା ସହ କେନ୍ଦ୍ର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଥିଲା ବିଜେଡି । କେନ୍ଦ୍ରର ବଡ ବଡ ନିଷ୍ପତିରେ ସଙ୍କଟ ମୋଚକ ସାଜୁଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ହେଲେ ରାଜ୍ୟସଭାରେ ବିଜେଡିର ୯ ଜଣ ସାଂସଦ ଅଛନ୍ତି । ସଂଖ୍ୟା ଅନୁସାରେ ବିଜେଡି ରାଜ୍ୟସଭାର ଷଷ୍ଠ ବୃହତ୍ତମ ଦଳ । ୨୦୧୯ ନିର୍ବାଚନ ପରେ ଗତ ୫ ବର୍ଷ ଧରି ବିଭିନ୍ନ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଅକୁଣ୍ଠ ସମର୍ଥନ ଦେଇ ଆସିଥିଲା ବିଜେଡି । ଏବେ ରାଜନୀତିର ସମୀକରଣ ବଦଳିବା ପରେ କେନ୍ଦ୍ର ବିରୋଧରେ କିପରି ସ୍ୱର ଶାଣିତ କରୁଛି ତା’ ଉପରେ ରହିଛି ସମସ୍ତଙ୍କ ନଜର ।

ଫ୍ଲୋର୍ ନୁହେଁ ଏଥର ୱେଲ୍!
ସ୍ୱର ବଦଳଇଲା ବିଜେଡି
ମଙ୍ଗଳବାର ଠାରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ । ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସ୍ୱଳ୍ପକାଳୀନ ଅଧିବେଶନ । ରାଜ୍ୟସଭାରେ କେଉଁ ଭୂମିକା ବିଜେଡି ତୁଲାଇବ, ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ୯ ଜଣ ସାଂସଦଙ୍କ ସହ ବୈଠକ କରିଛନ୍ତି ବିଜେଡି ସୁପ୍ରିମୋ । ଏଥର
ଦଳର ସ୍ୱର ଶାଣିତ ହେବ ବୋଲି କହିଛନ୍ତି ବିଜେଡି ସାଂସଦ
ଦିଲ୍ଲୀରେ ଆରପାର ଲଢ଼େଇ ହେବ
ଫ୍ଲୋର ନୁହେଁ, ଏଥର ୱେଲକୁ ଆସି ଓଡ଼ିଶା ପ୍ରସଙ୍ଗ ଉଠାଇବ ବୋଲି କହିଛନ୍ତି ବିଜେଡି ସାଂସଦ ।
ରାଜ୍ୟସଭାରେ
କ’ଣ ରହିବ ବିଜେଡିର ପ୍ରସଙ୍ଗ?
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା
ଜାତୀୟ ରାଜପଥ
ଗ୍ରାମୀଣ ପକ୍କା ଘର
ଆଦିବାସୀଙ୍କ ବିକାଶ
ରେଳବାଇ ସଂଯୋଗୀକରଣ
ବ୍ୟାଙ୍କିଙ୍ଗ ସେବା
୩୩ ପ୍ରତିଶତ ମହିଳା ସଂରକ୍ଷଣ
ଆଦି ପ୍ରସଙ୍ଗ ଉଠାଇବ ବୋଲି ବିଜେଡି ରଣନୀତି ପ୍ରସ୍ତୁତ କରିଛି ।

The post ଲୋକସଭାରେ ଶୁଭିବନି ବିଜେଡିର ସ୍ୱର: ରାଜ୍ୟସଭାରେ ଆକ୍ରମଣାତ୍ମକ ହେବେ ବିଜେଡି ସାଂସଦ! first appeared on Kanak News.